ETV Bharat / bharat

ବିକାଶ ଦୁବେ ଗିରଫ ମାମଲାର ସିବିଆଇ ଯାଞ୍ଚ ଦାବି କଲେ ପ୍ରିୟଙ୍କା ଗାନ୍ଧୀ

ଉତ୍ତରପ୍ରଦେଶ କାନପୁରରେ 8 ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରି ପରେ ଖସି ପଳାଇଥିବା ଗ୍ୟାଙ୍ଗଷ୍ଟାର ବିକାଶ ଦୁବେକୁ ଗରିଫ କରାଯାଇଛି । ଏନେଇ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି।

ବିକାଶ ଦୁବେର ଗିରଫ ମାମଲା
ବିକାଶ ଦୁବେର ଗିରଫ ମାମଲା
author img

By

Published : Jul 9, 2020, 5:15 PM IST

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ କାନପୁରରେ 8 ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରି ପରେ ଖସି ପଳାଇଥିବା ଗ୍ୟାଙ୍ଗଷ୍ଟାର ବିକାଶ ଦୁବେକୁ ଗରିଫ କରାଯାଇଛି । ଏହାକୁ ନେଇ ବର୍ତ୍ତମାନ ରାଜନୈତିକ ପ୍ରତିକ୍ରିୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ପ୍ରିୟଙ୍କା କହିଛନ୍ତି ଯେ ସିବିଆଇ ଅନୁସନ୍ଧାନରେ ବିକାଶ ଦୁବେର ସମସ୍ତ କାରବାର ବିଷୟରେ ଜଣାପଡିବ ।

ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ଟ୍ବିଟ୍ କରି କହିଛନ୍ତି ଯେ କାନପୁରର ଜଘନ୍ୟ ହତ୍ୟାକାଣ୍ଡରେ ୟୁପି ସରକାର କାର୍ଯ୍ୟ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ସତର୍କତା ସତ୍ତ୍ବେ ଅପରାଧୀର ଉଜୈନ ମଧ୍ୟରେ ସୁରକ୍ଷାବଳର ଗୁମର ଖୋଲିଛି ଓ ଏହା କେତେ ଜଟିଳ ସେ ନେଇ ପ୍ରଶ୍ନ ସୃଷ୍ଟି କରୁଛି ।

କଂଗ୍ରେସ ମହାସଚିବ ଏହା ମଧ୍ୟ କହିଛନ୍ତି ଯେ, ତିନି ମାସ ପୂର୍ବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଓ ମୋଷ୍ଟ ୱାଣ୍ଟେଣ୍ଡ ଲିଷ୍ଟରେ ବିକାଶର ନାମ ନ ରହିବା ଦର୍ଶାଉଛି ଯେ ଏହାର ଚେର କେତେବାଟ ଲମ୍ବିଛି । ୟୁପି ସରକାର ଏହି ମାମଲାର ଯାଞ୍ଚ ସିବିଆଇକୁ ଦେବା ଉଚିତ୍ । ପ୍ରିୟଙ୍କା ପୂର୍ବରୁ ହିଁ କାନପୁର ମାମଲାରେ ଯୋଗୀ ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି ।

ଅନ୍ୟପକ୍ଷେ ରାହୁଲ ଗାନ୍ଧୀ ମଧ୍ୟ ଏହି ମାମଲାକୁ ନେଇ ଟ୍ବିଟ କରିଥିଲେ । ବିକାଶ ଦୁବେ କ୍ଷେତ୍ରରେ ଅନେକ ରାଜନୈତିକ ସଂଯୋଗ, ପୋଲିସର ସଂଯୋଗ ବାହାରକୁ ଆସୁଛି। ଏଭଳି ପରିସ୍ଥିତିରେ ବିକାଶ ଦୁବେର ଗିରଫହେବା ପରେ ଅନେକ ତଥ୍ୟ ବାହାରିବ ବୋଲି ଆଶା କରାଯାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.