ETV Bharat / bharat

କଂଗ୍ରେସକୁ ଏକଜିଟ ମାଡ, ଅଡିଓ ଟେପ ଜାରିକଲେ ପ୍ରିୟଙ୍କା

ଏକଜିଟ ପୋଲର ରିପୋର୍ଟକୁ ନେଇ ପ୍ରିୟଙ୍କାଙ୍କ ପ୍ରତିକ୍ରିୟା । ଆମକୁ ହତୋତ୍ସାହିତ କରିବା ପାଇଁ ଏହି ରିପୋର୍ଟ ବୋଲି କହିଛନ୍ତି କଂଗ୍ରେସ ମହାସଚିବ ।

author img

By

Published : May 21, 2019, 9:12 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଏକଜାକ୍ଟ ଫଳାଫଳ ପୂର୍ବରୁ ଏକଜିଟ ପୋଲକୁ ନେଇ ଚର୍ଚ୍ଚା । ଅଡିଓ ଟେପ ଜାରିକରି ସମର୍ଥକଙ୍କୁ ସାହାସ ଦେଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଏନଡିଏକୁ ବହୁମତ ମିଳିବା ନେଇ ବିଭିନ୍ନ ଏକଜିଟ ପୋଲର ରିପୋର୍ଟ ଆସିବା ପରେ ପ୍ରିୟଙ୍କା ଜାରି କରିଛନ୍ତି ଏହି ଅଡିଓ ଟ୍ୟାପ ।

ଏଥିରେ ପ୍ରିୟଙ୍କା କହିଛନ୍ତି, ଏକଜିଟ ପୋଲ ଏକଜ୍ୟାକ୍ଟ ନୁହେଁ । ଆମକୁ ହତୋତ୍ସାହିତ କରିବା ପାଇଁ ଏପରି କରାଯାଇଛି । ତେଣୁ ଏସବୁ ରିପୋର୍ଟକୁ ବିଶ୍ବାସ କରିବା ଠିକ ନୁହେଁ । ଆମର ପରିଶ୍ରମ ଅନୁସାରେ ଉଚିତ ଫଳ ମିଳିବା ନେଇ ଆଶାବାଦୀ ଥିବା କହିଛନ୍ତି ପ୍ରିୟଙ୍କା ।

କହିରଖୁଛୁ, ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପରେ ବିଭିନ୍ନ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ହୋଇଥିବା ସର୍ବେକ୍ଷଣରେ ଏନଡିଏକୁ ବହୁମତ ମିଳିଛି । ରିପୋର୍ଟରୁ ମନେହେଉଛି ଯେ ପୁଣିଥରେ ମୋଦି ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ସୁନିଶ୍ଚିତ । ଯାହାକୁ ନେଇ ଅଡିଓ ଟ୍ୟାପ ଜାରି କରି ପ୍ରିୟଙ୍କା ସମର୍ଥଙ୍କକୁ ହତୋତ୍ସାହିତ ନହେବାକୁ ପରାମର୍ଶ ଦେଇଛନ୍ତି । ଏବେ ଅପେକ୍ଷା ମେ 23କୁ ।

Intro:Body:

sds

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.