ଲକ୍ଷ୍ନୌ: ବାରାଣାସୀରେ ପହଞ୍ଚିଲେ ପୂର୍ବ ଉତ୍ତର ପ୍ରଦେଶର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ପୁଣି ଥରେ ସୋନଭଦ୍ରା ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ପୀଡିତଙ୍କ ପରିବାର ଲୋକଙ୍କୁ ଭେଟିବେ ସେ ।
ନିକଟରେ ଗତ ଜୁଲାଇ 17 ତାରିଖରେ ଏକ ଜମି ବିବାଦ ମାମଲାରେ ସୋନଭଦ୍ରାରେ ଭୟଙ୍କର ଗୁଳିକାଣ୍ଡ ଘଟିଥିଲା। ଏଥିରେ 10 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 28 ଜଣ ଆହତ ହୋଇଥଲେ।