ETV Bharat / bharat

ଛତିଶଗଡରୁ ପ୍ରିୟଙ୍କା ଯାଇପାରନ୍ତି ରାଜ୍ୟସଭା - ଛତିଶଗଡରୁ ପ୍ରିୟଙ୍କା ଗାନ୍ଧୀ

ଛତିଶଗଡରୁ ରାଜ୍ୟସଭା ଯାଇପାରନ୍ତି କଂଗ୍ରେସର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଛତିଶଗଡ ରାଜ୍ୟସଭାରେ ଦୁଇଟି ଆସନରେ କାର୍ଯ୍ୟକାଳ ଏପ୍ରିଲ 2020ରେ ଶେଷ ହେଉଛି । ଏବେ ଏହି ଦୁଇଟି ସିଟରୁ ଗୋଟିଏ ସିଟରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ପ୍ରତିନିଧିତ୍ବ କରିବା ଏକ ପ୍ରକାର ନିଶ୍ଚିତ ବୋଲି ଧରାଯାଉଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Feb 17, 2020, 9:44 PM IST

Updated : Feb 18, 2020, 8:06 AM IST

ରାୟପୁର: ଛତିଶଗଡରୁ ରାଜ୍ୟସଭା ଯାଇପାରନ୍ତି କଂଗ୍ରେସର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଛତିଶଗଡ ରାଜ୍ୟସଭାରେ ଦୁଇଟି ଆସନରେ କାର୍ଯ୍ୟକାଳ ଅପ୍ରିଲ 2020ରେ ଶେଷ ହେଉଛି । ଏବେ ଏହି ଦୁଇଟି ସିଟରୁ ଗୋଟିଏ ସିଟରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ପ୍ରତିନିଧିତ୍ବ କରିବା ଏକ ପ୍ରକାର ନିଶ୍ଚିତ ବୋଲି ଧରାଯାଉଛି । ଏହି ପ୍ରସଙ୍ଗରେ ଛତିଶଗଡ ଜଙ୍ଗଲ ମନ୍ତ୍ରୀ ମହମ୍ମଦ ଆକବର ବୟାନ ଦେଇଛନ୍ତି । ଛତିଶଗଡରୁ ରାଜ୍ୟସଭା ପ୍ରତିନିଧିତ୍ବ କରିବା ପାଇଁ ହାଇକମାଣ୍ଡ ଯେଉଁଭଳି ଭାବରେ ନିର୍ଦ୍ଦେଶ ଦେବେ ତାହାକୁ କେବଳ କାର୍ଯ୍ୟକାରୀ କରାଯିବ ।

ଛତିଶଗଡ ଗତ ବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ଲାଭ କରିଥିଲା କଂଗ୍ରେସ । 90 ସିଟରୁ 69 ସିଟ ଅକ୍ତିଆର କରି ସରକାର ଗଢିଥିଲା କଂଗ୍ରେସ । ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ସହଜରେ କଂଗ୍ରେସ ରାଜ୍ୟସଭା ସିଟ୍‌ ହାତେଇବା ପାଇଁ ସଫଳ ରହିବ ।

ସୂତ୍ର ଅନୁସାରେ କଂଗ୍ରେସ ପ୍ରିୟଙ୍କାଙ୍କ ପାଇଁ ସୁରକ୍ଷିତ ସିଟ୍‌ ସନ୍ଧାନରେ ରହିଛି । ଏପରିସ୍ଥଳେ ଛତିଶଗଡ ନଜରରେ ରହିଛି । ଏହି ଠାରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ରାଜ୍ୟସଭା ପଠାଯିବାର ସମ୍ଭାବନା ଯଥେଷ୍ଟ ରହିଛି ।

ଏହି ଚର୍ଚ୍ଚା ଉପରେ ମନ୍ତ୍ରୀ ମହମ୍ମଦ ଆକବର କହିଛନ୍ତି ଯେ, ଦୁଇଟି ସିଟ୍‌ରେ ରାଜ୍ୟସଭା ପଠାଇବା ପାଇଁ କେବଳ ହାଇକମାଣ୍ଡଙ୍କ ନିର୍ଦ୍ଦେଶକୁ ଅପେକ୍ଷା ରହିଛି । ସ୍ପଷ୍ଟ ବହୁମତ ରହିଛି ହାଇକମାଣ୍ଡଙ୍କ ଆଦେଶ ପରେ କେବଳ ଫର୍ମ ପୂରଣ କରି ରାଜ୍ୟସଭାକୁ ପ୍ରବେଶ କରାଯିବ ।

ସୂଚନା ଯୋଗ୍ୟ ଯେ, ଛତିଶଗଡ ପାଇଁ ରାଜ୍ୟସଭାରେ 5ଟି ସିଟ୍‌ ରହିଛି । ବର୍ତ୍ତମାନ 3ଟି ସିଟ୍‌ରେ ବିଜେପି ଓ ଦୁଇଟି ସିଟ୍‌ରେ କଂଗ୍ରେସ ସାଂସଦ ରହିଛନ୍ତି । ଅପ୍ରେଲ ମାସରେ ଦୁଇଟି ସିଟ୍‌ ଖାଲି ହୋଇଯିବ । ଏପରି ସମୟରେ ଛତିଶଗଡରୁ ରାଜ୍ୟସଭା ସାଂସଦ ପାଇଁ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାମ ଚର୍ଚ୍ଚାରେ ରହିଛି । ମାତ୍ର ଏସଂକ୍ରାନ୍ତରେ ଛତିଶଗଡ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କୌଣସି ସ୍ପଷ୍ଟ ସଙ୍କେତ ମିଳିନାହିଁ ।

Last Updated : Feb 18, 2020, 8:06 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.