ETV Bharat / bharat

ହାଥରସ ଗଣଦୁଷ୍କର୍ମ ଘଟଣା: ପୀଡିତା ପରିବାରଙ୍କ ନାର୍କୋ ଟେଷ୍ଟକୁ ପ୍ରିୟଙ୍କାଙ୍କ ବିରୋଧ - ହାଥରସ ଗଣଦୁଷ୍କର୍ମ

ଉତ୍ତରପ୍ରଦେଶ ସରକାର ହାଥରସ ପୀଡିତାଙ୍କ ପରିବାରକୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ପୀଡିତାଙ୍କ ପରିବାରର ନାର୍କୋ ପରୀକ୍ଷା ସହ ଜଡିତ ଖବରକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ହାଥରସ ଗଣଦୁଷ୍କର୍ମ
ହାଥରସ ଗଣଦୁଷ୍କର୍ମ
author img

By

Published : Oct 3, 2020, 12:26 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାର ହାଥରସ ପୀଡିତାଙ୍କ ପରିବାରକୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ପୀଡିତାଙ୍କ ପରିବାରର ନାର୍କୋ ପରୀକ୍ଷା ସହ ଜଡିତ ଖବରକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ କହିଛନ୍ତି ଯେ ପୀଡିତାଙ୍କ ପରିବାରକୁ ନାର୍କୋ ପରୀକ୍ଷା କରାଯିବ ବୋଲି ଧମକ ଦିଆଯାଉଛି । ଏହି ଆଚରଣ ଦେଶ ପାଇଁ ଗ୍ରହଣୀୟ ନୁହେଁ। ହାଥରସ ଘଟଣା ଆରମ୍ଭରୁ ଯୋଗୀ ସରକାର ଉପରେ ଆକ୍ରମଣକାରୀ ହୋଇଛନ୍ତି ପ୍ରିୟଙ୍କା ।

ସେ ଟ୍ବିଟ କରି ଲେଖିଛନ୍ତି, ‘ପୀଡିତା ଚିକିତ୍ସା ପାଇନାହାଁନ୍ତି, ଅଭିଯୋଗ ଠିକ୍ ସମୟରେ ଲେଖାଯାଇନାହିଁ, ଶରୀରକୁ ଜଳାଇ ଦିଆଯାଇଛି, ପରିବାର ବନ୍ଦୀ ଅବସ୍ଥାରେ ଅଛନ୍ତି, ସେମାନଙ୍କ ଉପରେ ଚାପ ପକାଯାଉଛି, ବର୍ତ୍ତମାନ ନାର୍କୋ ପରୀକ୍ଷା କରାଯିବ ବୋଲି ଧମକ ଦିଆଯାଉଛି। ଏହି ଆଚରଣ ଦେଶ ପାଇଁ ଗ୍ରହଣୀୟ ନୁହେଁ। ପୀଡିତାଙ୍କ ପରିବାରକୁ ଧମକେଇବା ଦେବା ବନ୍ଦ କରନ୍ତୁ’।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ୟୁପି ସରକାରଙ୍କ ପଦକ୍ଷେପକୁ ବିରୋଧ କରିଛନ୍ତି। ପ୍ରକାଶଥାଉକି, ହାଥରସ ଘଟଣାରେ ୟୁପି ସରକାର ଅଭିଯୁକ୍ତ ତଥା ପୀଡିତାଙ୍କ ପରିବାରର ପଲିଗ୍ରାଫ୍ ଏବଂ ନାର୍କୋ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁପି ସରକାର ଦାବି କରିଛନ୍ତି ଯେ ଏହା ପରିସ୍ଥିତିକୁ ସ୍ପଷ୍ଟ କରିବ ଏବଂ ସତ୍ୟକୁ ପ୍ରକାଶ କରିବ । ଏହା ବ୍ୟତୀତ ଏହି ମାମଲାର ଅନୁସନ୍ଧାନ କରୁଥିବା ପୋଲିସ ଦଳ ପାଇଁ ପଲିଗ୍ରାଫି ଏବଂ ନାର୍କୋ ପରୀକ୍ଷା ମଧ୍ୟ କରାଯିବ।

ସରକାରୀ ସୂତ୍ର ଅନୁଯାୟୀ, ଏହି ମାମଲାରେ ଅନେକ ପ୍ରକାରର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଏବଂ ଅନେକ ଦାବି କରାଯାଇଛି। ତେଣୁ ସମସ୍ତ ପ୍ରମାଣ ସମ୍ବନ୍ଧରେ ସାଇଣ୍ଟିଫିକ୍ ଅନୁସନ୍ଧାନ ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.