ETV Bharat / bharat

ଇନ୍ଦିରାଙ୍କୁ ମନେ ପକେଇଲେ ନାତି-ନାତୁଣୀ - ଇନ୍ଦିରା ଗାନ୍ଧୀଙ୍କ ପୂଣ୍ୟ ତିଥି

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଆଜି ହେଉଛି 36 ତମ ପୂଣ୍ୟ ତିଥି । ଏହି ଅବସରରେ ତାଙ୍କୁ ମନେ ପକାଇଛନ୍ତି ନାତି ରାହୁଲ ଓ ନାତୁଣୀ ପ୍ରିୟଙ୍କା ଗାନ୍ଧୀ । ଅଧିକ ପଢନ୍ତୁ...

ଇନ୍ଦିରାଙ୍କୁ ମନେ ପକେଇଲେ ନାତୁଣୀ ପ୍ରିୟଙ୍କା ଓ ନାତି ରାହୁଲ ଗାନ୍ଧୀ

author img

By

Published : Oct 31, 2020, 10:11 AM IST

ନୂଆଦିଲ୍ଲୀ: ଭାରତର ପୂର୍ବତନ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଆଜି 36 ତମ ପୂଣ୍ୟତିଥି । ଏହି ଅବସରରେ କଂଗ୍ରେସ ସଚିବ ପ୍ରିୟଙ୍କା ଗାନ୍ଧୀ ଇନ୍ଦିରା ଗାନ୍ଧୀ ତଥା ଜେଜେମା’ଙ୍କୁ ଶକ୍ତି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ବିଟ କରି ଇନ୍ଦିରାଙ୍କୁ ମନେ ପକାଇଛନ୍ତି ।

ସେ ଟ୍ବିଟ କରି ଲେଖିଛନ୍ତି ମିଥ୍ୟା ଠାରୁ ସତ୍ୟ ପର୍ଯ୍ୟନ୍ତ, ଅନ୍ଧକାରର ଆଲୋକ ପର୍ଯ୍ୟନ୍ତ ଏବଂ ମୃତ୍ୟୁପର ଠାରୁ ଜୀବନ । ଏହା ଲେଖି ସେ ଇନ୍ଦିରାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଇନ୍ଦିରା ଗାନ୍ଧୀ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ରହିଥିଲେ । 1966ରୁ 77ମସିହା ପର୍ଯ୍ୟନ୍ତ ସେ ଦେଶର ଶାସନ ଭାର ସମ୍ଭାଳିଥିଲେ । ପରେ ୧୯୮୦ରୁ ୧୯୮୪ (ଇନ୍ଦିରା ଗାନ୍ଧୀଙ୍କ ହତ୍ୟା) ପର୍ଯ୍ୟନ୍ତ ସର୍ବାଧିକ ଦିନ ଦେଶର ସେବା କରିବାରେ ସେ ହେଉଛନ୍ତି ଦ୍ବିତୀୟ ଭାରତୀୟ ପ୍ରଧାନମନ୍ତ୍ରୀ । ଇନ୍ଦିରା ଗାନ୍ଧୀ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଏକମାତ୍ର ସନ୍ତାନ । ୧୯୫୯ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇ ସେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ।୧୯୬୬ରେ ମୋରାରଜୀ ଦେଶାଇଙ୍କୁ ପରାସ୍ତ କରି ଭାରତର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ । ବର୍ଷ 1984 ଅକ୍ଟୋବର 31 ତାରିଖରେ ଇନ୍ଦିରାଙ୍କୁ ତାଙ୍କ ଅଙ୍ଗ ରକ୍ଷକ ଗୁଳି କରି ହତ୍ୟା କରିଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.