ETV Bharat / bharat

ଘରୋଇ ଟ୍ରେନ ଚଳାଚଳ ପ୍ରସଙ୍ଗ: ୧୫ କମ୍ପାନୀ ପକ୍ଷରୁ ମିଳିଛି ୧୨୦ ଆବେଦନ

author img

By

Published : Oct 8, 2020, 7:22 AM IST

Updated : Oct 8, 2020, 7:28 AM IST

ଦେଶରେ ଘରୋଇ ଯାତ୍ରୀବାହୀ ଟ୍ରେନ ଚଳାଇବା ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତି ଜୋରସୋର । ଘରୋଇ ଟ୍ରେନ୍ ଚଲାଇବା ଲାଗି ୧୫ କମ୍ପାନୀ ଆଗ୍ରହ ଦେଖାଇଛନ୍ତି । ୧୨୦ଟି ଆବେଦନ କରିଥିବା ଭାରତୀୟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

Private Trains: Railways receives 120 applications from 15 companies
ଘରୋଇ ଟ୍ରେନ୍: ରେଲୱେକୁ ୧୫ କମ୍ପାନୀ ପକ୍ଷରୁ ୧୨୦ ଆବେଦନ

ନୂଆଦିଲ୍ଲୀ:ଦେଶରେ ଘରୋଇ ଯାତ୍ରୀବାହୀ ଟ୍ରେନ ଚଳାଇବା ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଘରୋଇ ଟ୍ରେନ୍ ଚଲାଇବା ଲାଗି ୧୫ କମ୍ପାନୀ ଆଗ୍ରହ ଦେଖାଇ ୧୨୦ଟି ଆବେଦନ କରିଥିବା ଭାରତୀୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ରେଳ ମନ୍ତ୍ରାଳୟ ୧୨ଟି କ୍ଲଷ୍ଟରର ୧୪୦ଟି ରୁଟରେ ଘରୋଇ ପବ୍ଲିକ୍ ପାର୍ଟନରସିପ (ପିପିପି) ଅଧୀନରେ ୧୫୧ଟି ଘରୋଇ ଅତ୍ୟାଧୁନିକ ଟ୍ରେନ୍ ଚଲାଇବା ଲାଗି ରିକ୍ବେଷ୍ଟ ଫର କ୍ବାଲିଫିକେସନ୍ (RFQ) ମାଗିଥିଲେ । ଏଥିରୁ ରେଲୱେକୁ ୩୦ ହଜାର କୋଟି ଟଙ୍କାର ଘରୋଇ ନିବେଶ ଆସିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି ।

ଘରୋଇ ଟ୍ରେନ୍ ଚଲାଇବା ଲାଗି ଭେଲ୍, ଲାର୍ସନ ଏଣ୍ଡ ଟୁବ୍ରୋଙ୍କ ବ୍ୟତୀତ ଆଇଆରସିଟିସି ଲିମିଟେଡ୍ ଆଗ୍ରହ ପ୍ରକାଶ କରିଛି । ଏହା ସହ ଘରୋଇ ଟ୍ରେନ୍ ଚଲାଇବା ଲାଗି କମ୍ପାନୀଙ୍କୁ ଦୁଇ ପର୍ଯ୍ୟାୟର ବିଡିଂ ପ୍ରକ୍ରିୟା ଦେଇ ଯିବାକୁ ପଡ଼ିବ । ଏଥିରେ ଆରଏଫକ୍ୟୁ ବା ରିକ୍ବେଷ୍ଟ ଫର ପ୍ରପୋଜାଲ (RPF) ରହିଛି । ଆବେଦନର ଆକଳନ ଓ ମୂଲ୍ୟାଙ୍କ ଖୁବଶୀଘ୍ର କରାଯିବ ବୋଲି ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ଏହାପରେ ୨୦୨୦ ନଭେମ୍ବର ସୁଦ୍ଧା ଯୋଗ୍ୟ କମ୍ପାନୀଙ୍କ ପାଇଁ ଆରଏଫକ୍ୟୁ ଉପଲବ୍ଧ କରାଯିବ । ୨୦୨୧ ଫେବ୍ରୁଆରୀ ସୁଦ୍ଧା ଏହି ପ୍ରକ୍ରିୟା ସାରିବାକୁ ଭାରତୀୟ ରେଳବାଇ ଲକ୍ଷ୍ୟ ରଖିଛି ।

ରେଳବାଇ ଘରୋଇ ଟ୍ରେନ ଚଲାଇବା ପାଇଁ ୧୨ଟି କ୍ଲଷ୍ଟରରେ ମୁମ୍ବାଇ-୧, ମୁମ୍ବାଇ-୨, ଦିଲ୍ଲୀ-୧, ଦିଲ୍ଲୀ-୨, ଚଣ୍ଡିଗଡ଼, ହାୱଡ଼ା, ପାଟଣା, ପ୍ରୟାଗରାଜ, ସିକନ୍ଦରାବାଦ, ଜୟପୁର, ଚେନ୍ନାଇ ଓ ବେଙ୍ଗଳୁରୁକୁ ଅନ୍ତର୍ଭୁକ୍ତ କରିଛି । ନିକଟରେ ଘରୋଇ ଟ୍ରେନ ଚଳାଉଥିବା କମ୍ପାନୀମାନଙ୍କୁ ଭଡ଼ା ନିର୍ଦ୍ଧାରଣ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ ସେହି ରୁଟରେ ଯଦି ଏସି ବସ୍ ଏବଂ ବିମାନ ସୁବିଧା ଅଛି, ତେବେ ଭଡା ସ୍ଥିର କରିବା ପୂର୍ବରୁ କମ୍ପାନୀଗୁଡିକୁ ଧ୍ୟାନ ଦେବାକୁ ପଡିବ ।

Last Updated : Oct 8, 2020, 7:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.