ETV Bharat / bharat

କଏଦୀ ଝିଅର ହେବ ବାହାଘର: ମିଳିବ ସରକାରୀ ସହାୟତା - ମିଳିବ ସରକାରୀ ସହାୟତା

ଜେଲ ଭୋଗୁଥିବା ପରିବାର ପ୍ରତି କେରଳ ସରକାରଙ୍କ ପୁଣି ଏକ ଘୋଷଣା । ପୂର୍ବରୁ ଏକ ଯୋଜନା ମାଧ୍ୟମରେ ଏହି ପିଲାଙ୍କୁ ପାଠପଢା ଆର୍ଥିକ ସହାୟତା ଯୋଗାଇ ଆସୁଛି ସରକାର । ଅଧିକ ପଢନ୍ତୁ...

କଏଦୀ ଝିଅର ହେବ ବାହାଘର: ମିଳିବ ସରକାରୀ ସହାୟତା

author img

By

Published : Jun 22, 2020, 2:51 PM IST

ଥିରୁବନନ୍ତପୁରମ: କେରଳ ସରକାରଙ୍କ ବଡ ଘୋଷଣା । ଜେଲରେ ଦଣ୍ଡ ଭୋଗୁଥିବା ଅପରାଧିଙ୍କ ଝିଅଙ୍କ ବାହାଘର ଖର୍ଚ୍ଚ ଉଠାଇବେ ରାଜ୍ୟ ସରକାର । ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି କାରାଦଣ୍ଡ ଭୋଗୁଥିବା ଲୋକଙ୍କ ପରିବାରକୁ ସରକାର ଆର୍ଥିକ ସହାୟତା ଯୋଗାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

କାରାଗାରରେ ଥିବା ଲୋକଙ୍କ ପରିବାରର ସାମାଜିକ ତଥା ଆର୍ଥିକ ପରିସ୍ଥିତି ଯୋଗୁଁ ଝିଅଙ୍କ ବାହା ଘର ନେଇ ବହୁ ସମସ୍ୟା ଦେଖାଦିଏ । ଏପରି କି ଅନେକ କାରଣରୁ ବାହା ଘର ଭାଙ୍ଗି ଯାଏ । ଯାହାର ଖବର ସରକାର ଜାଣିବା ପରେ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

ସାମାଜିକ ନ୍ୟାୟ ଏବଂ ମହିଳା ଏବଂ ଶିଶୁ ବିକାଶର ସଚିବ ବିଜୁ ପ୍ରଭାକର ଏ ବାବଦରେ ଏକ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁଥିରେ କୁହାଯାଇଛି ଚଳିତ ଆର୍ଥିକ ବର୍ଷରେ ପ୍ରାୟ 20 ଟି ପରିବାରକୁ ପ୍ରତ୍ୟେକଙ୍କୁ 30,000 ଟଙ୍କା ପ୍ରଦାନ କରାଯିବ। ଏହା ପ୍ରୋବିସନ-ସେବା ସମ୍ବନ୍ଧୀୟ ପାଇଁ ନିର୍ଦ୍ଧାରିତ ହୋଇଥିବା 2.5 କୋଟିରୁ ଏହି ରାଶି ପ୍ରଦାନ କରାଯିବ ।

ଏଥିପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଗାଇଡଲାଇନ ମଧ୍ୟ କରାଯାଇଛି । ପରିବାର ବାପା କିମ୍ବା ମାଆ ଯଦି ଦୀର୍ଘ 2 ବର୍ଷରୁ ଅଧିକ ସମୟ ଜେଲ ଦଣ୍ଡ ଭୋଗୁଥିବେ ଏବଂ ଦରିଦ୍ର ରେଖା ତଳେ ଥିଲେ । ସେମାନଙ୍କୁ ହିଁ ସରକାର ଏହି ଆର୍ଥିକ ସୁବିଧା ଯୋଗାଇବେ ।

ବିବାହର ଛଅ ମାସ ପରେ ଏବଂ ଗୋଟିଏ ବର୍ଷ ମଧ୍ୟରେ ଏହି ସହାୟତା ଆବେଦନ କରିବେ । ବିବାହ ପରେ ମଧ୍ୟ ହିତାଧିକାରୀଙ୍କୁ ସହାୟତା ପାଇଁ ଆବେଦନ କରିପାରିବେ । କାରଣ ଜେଲରେ ଥିବା ପିତାମାତା ବିବାହ ପୂର୍ବରୁ ଆବଶ୍ୟକ ସମୟ ପାଇ ନ ପାରନ୍ତି ଯେହେତୁ ସେ ପାରୋଲରେ ରହିବେ ।

ଏହି ସହାୟତା ପରିବାରର କେବଳ 2 ଜଣ ମହିଳାଙ୍କୁ ମିଳିପାରିବ । ସହାୟତା ପାଇଁ ସ୍ଥାନୀୟ ଜେଲ ଅଧୀକ୍ଷକଙ୍କ ମାଧ୍ୟମରେ ଆବେଦନ କରିବାକୁ ପଡିବ। ପ୍ରାପ୍ତ ଆବେଦନ ପରେ ସମ୍ପୃକ୍ତ ପ୍ରୋବେସନ ଅଧିକାରୀଙ୍କ ଆଧାରରେ ପ୍ରକ୍ରିୟାକରଣ କରାଯିବ । ପ୍ରୋବେସନ ଅଫିସରଙ୍କ ରିପୋର୍ଟ ମଧ୍ୟ ସ୍ଥିର କରିବ ଯେ କାହାକୁ ଆର୍ଥିକ ସହାୟତା ଦିଆଯିବ । ସେନେଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ହସ୍ତାନ୍ତର କରାଯିବ ।

ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟ ସରକାର ଏକ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଯେଉଁ ଯୋଜନାରେ ଯଦି ବାପା କିମ୍ବା ମାଆ ଜେଲ ଭୋଗୁଥାନ୍ତି ଏବଂ ଗରିବ ଶ୍ରେଣୀର ହୋଇଥାନ୍ତି ତେବେ ସେମାନଙ୍କୁ ମାଗଣାରେ ପାଠପଢାଇବା ସହ ସମସ୍ତ ପ୍ରକାର ଆର୍ଥିକ ସହାୟତା ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.