ETV Bharat / bharat

ନିଆରା ବ୍ୟାଣ୍ଡପାର୍ଟି: ଯେଉଁଠି କଏଦୀ ବଜାନ୍ତି ବାଜା

କଏଦୀ ବ୍ୟାଣ୍ଡପାର୍ଟି । ଯେଉଁଠି ବ୍ୟାଣ୍ଡ ବଜାନ୍ତି କଏଦୀ । ଯୋଧପୁର ସେଣ୍ଟ୍ରାଲ ଜେଲର ଏହି ବ୍ୟାଣ୍ଡପାର୍ଟିର ଏ ଅଞ୍ଚଳରେ ଅନେକ ଚାହିଦା । ବରଯାତ୍ରୀ ହେଉ କିମ୍ବା କୌଣସି ଉତ୍ସବ, କଏଦୀମାନଙ୍କର ବ୍ୟାଣ୍ଡ ସମସ୍ତଙ୍କୁ ଚକିତ କରିଦିଏ ।

author img

By

Published : May 20, 2019, 10:34 AM IST

ଡିଜାଇନ ଫଟୋ

ଜୟପୁର: କଏଦୀ । ଜେଲର ଚାରି କାନ୍ଥ ଭିତରେ କଟେ ଜୀବନ । ଜେଲରେ ଥିବାବେଳେ ବାହାର ଦୁନିଆର ଆଲୋକ ସତେ ଯେପରି ସାତସପନ । ହେଲେ ରାଜସ୍ଥାନରେ ଏପରି ଏକ ଜେଲ ରହିଛି ଯେଉଁଠି କଏଦୀ ମାନେ ବରଯାତ୍ରୀରେ ବ୍ୟାଣ୍ଡ ବଜାନ୍ତି । ଲୁଟଠାରୁ ଆରମ୍ଭ କରି ହତ୍ୟା ଅଭିଯୁକ୍ତମାନେ ଏହି ବ୍ୟାଣ୍ଡ ବଜାନ୍ତି । ଆଉ ଏମାନଙ୍କର ଚାହିଦା ମଧ୍ୟ ଢେର ଅଧିକ । ଏମାନଙ୍କୁ ବୁକିଂ କରିବାକୁ ହେଲେ ଅନେକ ସମୟ ଅପେକ୍ଷା କରିବାକୁ ପଡେ ।

କଏଦୀ ବ୍ୟାଣ୍ଡପାର୍ଟି । ଯେଉଁଠି ବ୍ୟାଣ୍ଡ ବଜାନ୍ତି କଏଦୀ । ଏଭଳି ଏକ ଚିତ୍ର ରାଜସ୍ଥାନର ଯୋଧପୁରରେ ଦେଖିବାକୁ ମିଳିଛି । ଯୋଧପୁର ସେଣ୍ଟ୍ରାଲ ଜେଲର ଏହି ବ୍ୟାଣ୍ଡପାର୍ଟିର ଏ ଅଞ୍ଚଳରେ ଅନେକ ଚାହିଦା । ବରଯାତ୍ରୀ ହେଉ କିମ୍ବା କୌଣସି ଉତ୍ସବ କଏଦୀ ମାନଙ୍କର ବ୍ୟାଣ୍ଡ ସମସ୍ତଙ୍କୁ ହତଚକିତ କରିଦିଏ । ନିଆର ଶୈଳୀ ସାଙ୍ଗକୁ ବଜାର ଅପେକ୍ଷା ଶସ୍ତାରେ ଏମାନେ ବ୍ୟାଣ୍ଡ ବଜାନ୍ତି । ଯେଉଁଥିପାଇଁ ଏମାନଙ୍କୁ ନେବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ଥିବା ଦେଖିବାକୁ ମିଳେ ।

ତେବେ କଏଦୀମାନଙ୍କୁ ବାହାରକୁ ଛାଡିବା ରିକ୍ସ ଥିବାରୁ ସେମାନଙ୍କ ସହ ସୁରକ୍ଷାକର୍ମୀମାନେ ମଧ୍ୟ ଯାଉଥିବା ଦେଖିବାକୁ ମିଳିଛି । ଏହି କଏଦୀମାନେ ମଧ୍ୟ ରାଜସ୍ଥାନ ହାଇକୋର୍ଟରେ ସ୍ବାଧୀନତା ଦିବସ ଓ ଗଣତନ୍ତ୍ର ଦିବସରେ ସଲାମୀ ଦେବାକୁ ଯାଉଥିବା ସୂଚନା ମିଳିଛି । ଯାହା ଏହି କଏଦୀମାନଙ୍କୁ ଦେଇଛି ଏକ ଭିନ୍ନ ପରିଚୟ ।

Intro:Body:

dsg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.