ଡେରାଡୁନ: ଆଲୋକର ପର୍ବ ଦୀପାବଳିକୁ ସମସ୍ତେ ନିଜ ନିଜ ଢଙ୍ଗରେ ସେଲିବ୍ରେସନ କରିଛନ୍ତି । ତେବେ ଜେଲରେ ଥିବା କଏଦୀ ମଧ୍ୟ ଦୀପାବଳି ପାଳନ କରିବା ସହ ସମସ୍ତଙ୍କୁ ଏକ ଖାସ୍ ବାର୍ତ୍ତା ଦେଇଛନ୍ତି। ଉତ୍ତରାଖଣ୍ଡର ହଲଦିୱାନି ସହରରେ ଥିବା ଉପକାରାଗାରରେ ଜେଲ ପ୍ରଶାସନ ଓ କଏଦୀ ମିଳିତ ଭାବେ ଦୀପାବଳି ପାଳିଛନ୍ତି। ଏହି ଅବସରରେ 13ଶହ ଦୀପ ଜାଳି ଏକ ଭାରତର ନକ୍ସା ପ୍ରସ୍ତୁତ କରି ଭାଇଚାରାର ସନ୍ଦେଶ ଦେଇଛନ୍ତି କଏଦୀ।
ଜେଲପ୍ରଶାସନ କଏଦୀଙ୍କ ପାଇଁ ମିଠା ଓ ବାଣ ଫୁଟାଇବାର ବ୍ୟବସ୍ଥା କରିଥିଲେ । ଜେଲର ସୁପରିଟେଣ୍ଡେଣ୍ଟ କହିଛନ୍ତି ଯେ, ଏହି ଖୁସିର ପର୍ବରେ କଏଦୀ ନିଜକୁ ଏକୁଟଆ ମନେ ନକରନ୍ତୁ। ଏନେଇ ଦୀପାବଳିର ବ୍ୟବସ୍ଥା କରିଥିଲୁ।ସେମାନେ ନିଜ ନିଜ ନାଁରେ ଦୀପ ଜାଳି ଭାରତର ନକ୍ସା ତିଆରି କରିଥିଲେ। ଯାହା ଭାଇଚାରାର ସନ୍ଦେଶ ପ୍ରଦାନ କରୁଛି।