ETV Bharat / bharat

69 ବର୍ଷରେ ପ୍ରଧାନମନ୍ତ୍ରୀ: ଜନ୍ମଦିନରେ ମାରାଥନ କାର୍ଯ୍ୟକ୍ରମ

ମା’ଙ୍କ ଆର୍ଶୀବାଦ ପରେ ନିଜ 69ତମ ଜନ୍ମଦିନ ଆରମ୍ଭ କଲେ ମୋଦି । ଜନ୍ମ ଦିନରେ ଅନେକ କର୍ଯ୍ୟକ୍ରମରେ ହେବେ ସାମିଲ । ନର୍ମଦା ଦେବୀଙ୍କର କରିବେ ମହାଆଳତୀ ।

ଫାଇଲ ଫଟୋ
author img

By

Published : Sep 17, 2019, 6:33 AM IST

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି 69ତମ ଜନ୍ମଦିନ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୋଦି ମା’ ହୀରାବେନଙ୍କ ଆର୍ଶୀବାଦ ନେବା ପାଇଁ ଗୁଜୁରାଟ ଗସ୍ତରେ ଅଛନ୍ତି । ସୋମବାର ବିଳମ୍ବିତ ରାତିରେ ମୋଦି ଅହମଦାବାଦ ବିମାନ ବନ୍ଦରରେ ପହଞ୍ଚିଥିଲେ । ବିମାନ ବନ୍ଦରରେ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ନେତା ସ୍ବାଗତ କରିବା ସହ ରାଜଭବନକୁ ପାଛୋଟି ନେଇଥିଲେ । ମୋଦି ରାଜଭାବନରେ ରାତ୍ରୀ ଯାପନ କରିଥିଲେ । ଆଜି ସକାଳ 5ଟାରେ ପ୍ରଧାନମନ୍ତ୍ରୀ ମା’ ହୀରାବେନ ରହୁଥିବା ଘରେ ପହଞ୍ଚିଥିଲେ । ଜନ୍ମଦିନ ଅବସରରେ ମୋଦିଙ୍କୁ ଆର୍ଶୀବାଦ ଦେବା ସହ ମିଠା ଖୁଆଇଥିଲେ । ଏହାସହ କିଛି ଉପହାର ମଧ୍ୟ ଦେଇଛନ୍ତି ମା’ ହୀରାବେନ ।

ମା’ଙ୍କ ଆର୍ଶୀବାଦ ପରେ ମୋଦି ସିଧାସଳଖ ଗାନ୍ଧୀନଗର ସଚିବାଳୟ ହେଲିପ୍ୟାଡରୁ 6.45ରେ ବାହାରି ସକାଳ 8ଟାରେ ନର୍ମଦା କେୱଡିଆ କଲୋନୀରେ ପହଞ୍ଚିବେ । ଏଠାରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାମ ନୀରିକ୍ଷଣ କରିବେ । ଏଠାରୁ 9.30ରେ ସର୍ଦ୍ଦାର ସରୋବର ଡ୍ୟାମରେ ପହଞ୍ଚିବେ । ଯେଉଁଠାରେ ଗୁଜୁରାଟ ସରକାର ‘ନମାମୀ ଦେବୀ ନର୍ମଦେ’ ମହୋତ୍ସବ ଆୟୋଜନ କରିଛନ୍ତି । ମହୋତ୍ସବରେ ମୋଦି ସାମିଲ ହୋଇ ନର୍ମଦା ନଦୀ ଓ ଡ୍ୟାମର ପୂଜାର୍ଚ୍ଚନା କରି ମହାଆଳତୀ କରିବେ ।

ନର୍ମଦାରେ ମୋଦିଙ୍କ ପୂଜାର୍ଚ୍ଚନା ସମୟରେ ଗୁଜୁରାଟର ବିଭିନ୍ନ ଅଞ୍ଚଳରେ ପ୍ରାୟ 5ହଜାରରୁ ଉର୍ଦ୍ଧ୍ବ ନଦୀ ଓ ଜଳାଶୟରେ ମଧ୍ୟ ପୂଜାର୍ଚ୍ଚନା ହେବ । ସର୍ଦ୍ଦାର ସରୋବର ଡ୍ୟାମରେ ସମସ୍ତ କାର୍ଯ୍ୟକ୍ରମ ଶେଷ ହେବା ପରେ ମୋଦି ସେଠାରୁ କିଛି ଦୂରରେ ସ୍ଥାପିତ ଦତ୍ତାତ୍ରେୟ ମନ୍ଦିରରେ ମଧ୍ୟ ଆଳତୀ କରିବେ । ଏହା ବ୍ୟତୀତ ଏଠାରେ ଆଉ ଏକ ଡ୍ୟାମର ସୌନ୍ଦର୍ଯ୍ୟ ଦେଖିବା ସହ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ପ୍ଲାଣ୍ଟକୁ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି ।

ପରେ ପୂର୍ବାହ୍ନ 11ଟାରେ ମୋଦି ଏକ ଜନ ସମାବେଶକୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଚାଲିବ । ଏଠାରୁ ମୋଦି ରାଜଭବନ ଫେରି ଆସି ମଧ୍ୟାହ୍ନ ଭୋଜନ କରିବା ସହ କିଛି ସମୟ ବିଶ୍ରାମ ନେବେ । ଏହି ସମୟରେ ରାଜଭବନରେ କିଛି ଲୋକଙ୍କୁ ସାକ୍ଷାତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଅପରାହ୍ନ 2.30ରେ ମୋଦି ଅହମଦାବାଦ ବିମାନ ବନ୍ଦର ଆସି ଦିଲ୍ଲୀ ଅଭିମୁଖେ ପ୍ରସ୍ତାନ କରିବେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.