ETV Bharat / bharat

ରିକ୍ସା ଚାଳକଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ

author img

By

Published : Feb 18, 2020, 10:46 AM IST

ଉତ୍ତରପ୍ରଦେଶର ଧାର୍ମିକନଗରୀ ତଥା ନିଜ ସଂସଦକ୍ଷେତ୍ର ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 16 ତାରିଖ ଦିନ ଏକଦିବସୀୟ କାର୍ଯ୍ୟକ୍ରମରେ ଗସ୍ତ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଙ୍ଗଲ କେୱତ ନାମକ ରିକ୍ସା ଚାଳକଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ରିକ୍ସା ଚାଳକ ନିଜ ଝିଅ ବାହାଘର ପାଇଁ ନିମନ୍ତ୍ରଣ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

primeminister-modi-meet-rickshaw-puller-in-varanasi-kewat-invite-his-daughters-marriage
ବାରଣାସିରେ ପ୍ରଧାନମନ୍ତ୍ରୀ ରିକସାଚାଳକଙ୍କୁ ଭେଟିଲେ

ଲକ୍ଷୌ: ଉତ୍ତରପ୍ରଦେଶର ଧାର୍ମିକନଗରୀ ତଥା ନିଜ ସଂସଦକ୍ଷେତ୍ର ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 16 ତାରିଖ ଦିନ ଏକଦିବସୀୟ କାର୍ଯ୍ୟକ୍ରମରେ ଗସ୍ତ କରିଥିଲେ । ସେ ଏହି ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଲ କେୱତ ନାମକ ରିକସାଚାଳକଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ରିକ୍ସା ଚାଳକ ନିଜ ଝିଅ ବାହାଘର ପାଇଁ ନିମନ୍ତ୍ରଣ କରିଛନ୍ତି ।

ମୋଦି ରିକ୍ସା ଚାଳକ କେୱତ ଓ ତାଙ୍କ ପରିବାରକୁ ସ୍ବଚ୍ଛ ଭାରତ ଅଭିଯାନରେ ଯୋଗଦାନକୁ ପ୍ରଂଶସା କରିଥିଲେ । ଏହାପରେ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଦ୍ବାରା ପ୍ରେରିତ ହୋଇ ନିଜସ୍ବ ଉଦ୍ୟମରେ ରିକସାଚାଳକ କେୱତ ନିଜ ଗ୍ରାମଦେଇ ଯାଇଥିବା ଗଙ୍ଗାନଦୀକୁ ସ୍ବଚ୍ଛତା କାର୍ଯ୍ୟ କରିଥିଲେ । ରିକ୍ସା ଚାଳକ ନିଜ ଝିଅ ବାହାଘର ପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରୁ କୃତଜ୍ଞତା ପତ୍ର ପାଇବା ଖୁସି ପ୍ରକଟ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମୁଁ ନିଜେ ବିବାହ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲି । ଗତ 8 ତାରିଖ ଦିନ ଆମେ ପ୍ରଧାନମନ୍ତ୍ରୀଙ୍କ କୃତଜ୍ଞତା ପତ୍ର ପାଇଥିଲୁ । ତାହା ଆମକୁ ବହୁତ ଖୁସି ପ୍ରଦାନ କରିଛି ବୋଲି କେୱତଙ୍କ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାରଣାସୀ ଗସ୍ତ ଅବସରରେ ରିକ୍ସା ବାଲା କେୱତ ଓ ତାଙ୍କ ସ୍ତ୍ରୀ ମୋଦିଙ୍କୁ ଭେଟିବା ପାଇଁ ଇଚ୍ଛାପ୍ରକଟ କରିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.