ETV Bharat / bharat

ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣା: ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ରାଣୀ ଝାନସୀ ରୋଡର ଅନାଜ ମଣ୍ଡିରେ ହୋଇଥିବା ଅଗ୍ନିକାଣ୍ଡରେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୋକ ପ୍ରକାଶ କରିଛନ୍ତି ।

newdelhi
ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Dec 8, 2019, 11:11 AM IST

ନୂଆଦିଲ୍ଲୀ: ରାଣୀ ଝାନସୀ ରୋଡର ଅନାଜ ମଣ୍ଡିରେ ହୋଇଥିବା ଅଗ୍ନିକାଣ୍ଡରେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୋକ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦିଲ୍ଲୀର ଅନାଜ ମଣ୍ଡିରେ ଘଟିଥିବା ଅଗ୍ନିକାଣ୍ଡ ବେଶ ଦୁଃଖଦାୟକ । ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ସମବେଦନା ଜ୍ଞାପନ କରୁଛି । ଆହତମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି । ଦୁର୍ଘଟଣାସ୍ଥଳରେ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

newdelhi
ଫଟୋ ସୌଜନ୍ୟ: ଟ୍ବିଟର

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ଏହି ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ବେଶ ଦୁଃଖଦାୟକ । ମୃତକଙ୍କ ପରିବାରକୁ ମୁଁ ସମବେଦନା ଜଣାଉଛି । ଆହତ ମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି’ । ସେହିପରି ପ୍ରଶାସନକୁ ଜରୁରୀକାଳୀନ ଭିତ୍ତିରେ ସମସ୍ତ ସୁବିଧା କରିବାକୁ ନିର୍ଦ୍ଦେଶ ଦେଇଥିବା ସେ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ।

newdelhi
ଫଟୋ ସୌଜନ୍ୟ: ଟ୍ବିଟର

ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଣୀ ଝାନସୀ ରୋଡରେ ହୋଇଥିବା ଅଗ୍ନିକାଣ୍ଡ ବେଶ ଦୁଃଖଦାୟକ । ଉଦ୍ଧାର କାର୍ଯ୍ୟ ଚାଲିଛି । ଅଗ୍ନିଶମ କର୍ମଚାରୀ ଭଲ କାମ କରୁଛନ୍ତି । ଆହତଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରାଯାଉଥିବା ସେ ପ୍ରକାଶ କରିଛନ୍ତି ।

newdelhi
ଫଟୋ ସୌଜନ୍ୟ: ଟ୍ବିଟର

ଏହି ଅଗ୍ନିକାଣ୍ଡରେ 43 ଜଣ ଲୋକ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟରେ 15ଟି ଅଗ୍ନିଶମ ଭ୍ୟାନକୁ ନିୟୋଜିତ କରାଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.