ନୂଆଦିଲ୍ଲୀ: ଗୁରୁଦାସପୁରର ବତାଲାରେ ହୋଇଥିବା ବାଣ ଗୋଦାମ ବିସ୍ଫୋରଣ ଘଟଣାରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୋକ ବ୍ୟକ୍ତ କରିଛନ୍ତି ।
ରାଷ୍ଟ୍ରପତି କହିଛନ୍ତି, ବତାଲାର ବାଣ ଗୋଦାମରେ ଘଟିଥିବା ବିସ୍ଫୋରଣରେ ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଉଛି । ସେହିପରି ଆହତମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି ।
ଉପରାଷ୍ଟ୍ରପତି କହିଛନ୍ତି, ଗୁରୁଦାସପୁରରେ ସଂଘଟିତ ଦୁର୍ଘଟଣା ବିଷୟରେ ଜାଣି ଦୁଃଖ ପ୍ରକାଶ କରୁଛି । ସେହିପରି ମୃତକଙ୍କ ପରିବାରକୁ ସମବେଦନା ସହ ଆହତମାନଙ୍କ ଆରୋଗ୍ୟ କାମନା କରୁଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି , ପଞ୍ଜାବର ବାଣଗୋଦାମରେ ଘଟିଥିବା ଘଟଣା ବେଶ ଦୁଃଖଦ। ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ କରୁଛି । ଅନ୍ୟପକ୍ଷରେ ଆହତମାନେ ଖୁବ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ।
ଗତକାଲି ଅପରାହ୍ନରେ ବତାଲାର ସମାଧ ରୋଡର ବାଣ ତିଆରି କାରଖାନାରେ ବିସ୍ଫୋରଣ ଘଟିଥିଲା । ଏଥିରେ 23 ଜଣଙ୍କର ମୃ୍ତ୍ୟୁ ହୋଇଥିବାବେଳେ 20 ଜଣ ଗୁରୁତର ଆହତ ହୋଇଥିଲେ ।