ETV Bharat / bharat

74ତମ ସ୍ବାଧୀନତା ଦିବସ: ଲାଲକିଲ୍ଲାରୁ ଉଡିଲା ତ୍ରିରଙ୍ଗା

author img

By

Published : Aug 15, 2020, 6:55 AM IST

Updated : Aug 15, 2020, 10:41 AM IST

କୋରୋନା ବାଧକ ସ୍ବତ୍ତେ ଉଡିଲା ତ୍ରିରଙ୍ଗା । ଲାଲକିଲ୍ଲାରୁ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ମୋଦି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ଦେଉଛନ୍ତି । ଅଧିକ ପଢନ୍ତୁ...

ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିବେ ପିଏମ
ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିବେ ପିଏମ

ନୂଆଦିଲ୍ଲୀ: ଆଜି ଦେଶ 74 ତମ ସ୍ବାଧୀନତା ଦିବସ ପାଳନ କରୁଛି । ଯାହାକୁ ନେଇ ଉତ୍ସବମୁଖର ସାରା ଦେଶ । ଦିଲ୍ଲୀରୁ ପଲ୍ଲୀ ସମସ୍ତେ ସ୍ବାଧୀନତାର ଉତ୍ସବ ମନାଉଛନ୍ତି । ଏହି ଅବସରରେ ପିଏମ ମୋଦି ସକାଳ ପ୍ରାୟ 7.30 ସମୟରେ ଲାଲକିଲ୍ଲାର ପ୍ରାଚୀରରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏଥର ପିଏମ ପତାକା ଉତ୍ତୋଳନ କରିବାରେ ମୋଦି ଚତୁର୍ଥ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି । ମେଜର ଶ୍ବେତା ପାଣ୍ଡେ ଜାତୀୟ ପତାକା ଉତ୍ତୋଳନ ସମୟରେ ପିଏମଙ୍କ ସହଯୋଗ କରିଥିଲେ ।

ଲାଲକିଲ୍ଲାରୁ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ସକାଳ 7ଟା ମୋଦି ରାଜଘାଟରେ ପହଞ୍ଚି ସେଠାରେ ଶ୍ରଦ୍ଧାଞ୍ଜଳୀ ଦେବା ପରେ 7ଟା 18 ବେଳକୁ ଦିଲ୍ଲୀ ଲାହୋର ଗେଟରେ ପହଞ୍ଚିଥିଲେ । ସେଠାରେ ସେ ପ୍ରତିରକ୍ଷାମନ୍ତ୍ରୀ ଓ ସଚିବ ତାଙ୍କୁ ସ୍ବାଗତ କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ସକାଳ ପ୍ରାୟ 07ଟା 30ରେ ଜାତୀୟ ସଙ୍ଗୀତ ଗାନ ସହ ୨୧ ତୋପ ସଲାମୀ ମଧ୍ୟରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଚଳିତ ବର୍ଷ କୋରୋନା କଟକଣା ସହ ସ୍ବାଧୀନତା ଦିବସରେ କାର୍ଯ୍ୟକ୍ରମ ପାଳନ କରାଯାଉଛି । ଏଥିପାଇଁ ସ୍ବତନ୍ତ୍ର ଗାଇଡଲାଇନ ମଧ୍ୟ ଜାରି ହୋଇଥିଲା । ଦିଲ୍ଲୀର ଲାଲକିଲ୍ଲା ଓ ଆଖପାଖ ଅଞ୍ଚଳର ସମସ୍ତ ପ୍ରକାରର ପ୍ରତିବନ୍ଧକ ହଟାଇବାକୁ ବହୁସ୍ତରୀୟ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

କେନ୍ଦ୍ରୀୟ ଦିଲ୍ଲୀର ପ୍ରମୁଖ ସ୍ଥାନ ବ୍ୟତୀତ ସମଗ୍ର ସହରରେ ହାଇ ସିକ୍ୟୁରିଟି ଲାଗୁ କରାଯାଇଛି । ସକାଳ 4ଟାରୁ ଦିନ 10 ଟା ଯାଏଁ ଅନକେ ରାସ୍ତାକୁ ବନ୍ଦ ରଖାଯିବ । ସହରରେ ପ୍ରତି ମୁହୂର୍ତ୍ତରେ ଘଟୁଥିବା ପ୍ରତ୍ୟେକ ଘଟଣା ଉପରେ ଜିଲ୍ଲା ଡିସିପି ମାନେ ଦୃଷ୍ଟି ରଖିଛନ୍ତି । ଏଥରର ଅତିଥିଙ୍କ ସଂଖ୍ୟା 2 ହଜାର ମଧ୍ୟରେ ସୀମିତ ରଖିବାକୁ ଯୋଜନା ହୋଇଛି ।

ସେହିପରି ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ । ଚଳିତ ବର୍ଷ ମାତ୍ର 100 ଅତିଥୀଙ୍କ ମଧ୍ୟରେ ଏହି ଉତ୍ସବ ଆୟୋଜନ କରିବାକୁ ଯୋଜନା ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବେ । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମାତ୍ର ୩ ପ୍ଲାଟୁନ ଫୋର୍ସ ଓଡ୍ରାଫ, ଓଏସଏପିର ସପ୍ତମ ବାଟାଲିୟନ ଏବଂ ଏଏସବି ବାଟାଲିୟନ ସାମିଲ ହେବେ । ସମସ୍ତେ ସାମାଜିକ ଦୂରତା ନିୟମକୁ କଡାକଡି ପାଳନ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 15, 2020, 10:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.