ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଖୁଣ୍ଟିରେ ବିଶାଳ ଜନ ସମାବେଶକୁ ସମ୍ବୋଧିତ କରିବେ । ମୋଦି ମଙ୍ଗଳବାର ଦିନ 11ଟାବେଳେ ଏହି ଜନସଭାକୁ ସମ୍ବୋଧିତ କରିବେ ବୋଲି ଜଣାପଡିଛି । ପ୍ରଧାନମନ୍ତ୍ରୀ ଯେଉଁ ଆସନରୁ ଜନସଭାକୁ ସମ୍ବୋଧନ କରିବାକୁ ଯାଉଛନ୍ତି, ସେଠାରେ 10 ହଜାର ଲୋକଙ୍କ ଉପରେ ଦେଶଦ୍ରୋହ ଚାର୍ଜ ଲଗାଯାଇଥିଲା ।
ଖୁଣ୍ଟି ଝାଡଖଣ୍ଡର ଏକ ଆଦିବାସୀ ଅଞ୍ଚଳ । ଏଠାରେ ଜୁନ 2017ରୁ ଜୁଲାଇ 2018 ଯାଏଁ ପାଖାପାଖି 10 ହଜାର ଲୋକଙ୍କ ଉପରେ ଦେଶଦ୍ରୋହ ଚାର୍ଜ ଲଗାଯାଇଥିଲା । ଏହି ଚାର୍ଜ ଲଗାଯାଇଥିବା ଲୋକଙ୍କ ଆଦିବାସୀ ସମାଜ ସହ ସମ୍ବନ୍ଧ ଥିବାବେଳେ ଏମାନଙ୍କ ବିରୁଦ୍ଧରେ ଆଇନ ଭଙ୍ଗ କରିବା ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା ।
ଖୁଣ୍ଟିର ଆଦିବାସୀମାନେ ସରକାରଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ପାଇଁ ଗାଁରେ ବଡ ବଡ ପଥର ଛିଡା କରି ନିଜ ଅଧିକାରକୁ ଉଲ୍ଲେଖ କରିଥିଲେ । ସମ୍ବିଧାନର ପଞ୍ଚମ ଅନୁଚ୍ଛେଦରେ ମିଳିଥିବା ଅଧିକାର ଅନୁସାରେ ଆଦିବାସୀ କ୍ଷେତ୍ରରେ ସଂସଦ କିମ୍ବା ବିଧାନମଣ୍ଡଳର କୌଣସି ସାମାନ୍ୟ ଆଇନ ଲାଗୁ ହୋଇ ନଥାଏ । ଏହାସହ ଆଦିବାସୀ ଅଞ୍ଚଳରେ ଅଣଋଢି ପ୍ରଥାର ଲୋକଙ୍କ ଭ୍ରମଣ, ରୋଜଗାର-ବ୍ୟବସାୟ କରିବା ଆଦିରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ରହିଛି ।
ଖୁଣ୍ଟିରୁ ରଘୁବର ଦାଶ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିବା ନୀଳକଣ୍ଠ ସିଂହ ମୁଣ୍ଡାଙ୍କୁ ପୁଣି ଥରେ ବିଜେପି ପ୍ରାର୍ଥୀ କରିଛି । ପ୍ରଥମ ପର୍ଯ୍ୟାୟରେ ମୋଦି ଡାଲଟନଗଞ୍ଜ ଓ ଗୁମଲାରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଥିଲେ ।