ETV Bharat / bharat

କଲାମଙ୍କ ଜୟନ୍ତୀ: ଟ୍ବିଟ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ପିଏମ ମୋଦି

ପୂର୍ବତନ ରାଷ୍ଟ୍ରପତି ତଥା ଭାରତର ମିସାଇଲ ମ୍ୟାନ ଭାବେ ପରିଚିତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଆଜି ହେଉଛି 88 ତମ ଜନ୍ମଜୟନ୍ତୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଫାଇଲ ଫଟୋ
author img

By

Published : Oct 15, 2019, 9:52 AM IST

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ତଥା ଭାରତର ମିସାଇଲ ମ୍ୟାନ ଭାବେ ପରିଚିତ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଆଜି ହେଉଛି 88 ତମ ଜୟନ୍ତୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଆଦର୍ଶ ଜୀବନ ଦେଶବାସୀଙ୍କୁ ପ୍ରେରିତ କରୁଥିବ ବୋଲି ଲେଖିଛନ୍ତି। ସେ ଏକବିଂଶ ଶତାବ୍ଦୀରେ ସକ୍ଷମ ଓ ସମର୍ଥ ଭାରତର ସ୍ବପ୍ନ ଦେଖିବା ସହ ଏହି ଦିଗରେ ତାଙ୍କର ଯୋଗଦାନ ରହିଥିବା ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି।

kalam
ଫଟୋ ସୌଜନ୍ୟ: ଟ୍ବିଟର

ସେହିପରି ଉପରାଷ୍ଟ୍ରପତିଙ୍କ ପକ୍ଷରୁ ମଧ୍ୟ ଟ୍ବିଟ କରାଯାଇ ପୂର୍ବତନ ରାଷ୍ଚ୍ରପତି କଲାମଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟେଲ ମଧ୍ୟ ଟ୍ବିଟ କରି ତାଙ୍କୁ ସ୍ମରଣ କରିଛନ୍ତି । ଜଣେ ଅସାଧାରଣ ବୈଜ୍ଞାନିକ ଓ ବିଦ୍ବାନ କଲାମଙ୍କ ଶିକ୍ଷା ଦେଶକୁ ସମୃଦ୍ଧି ପଥରେ ଆଗେଇ ନେବାରେ ଆମ ସମସ୍ତଙ୍କ ପାଇଁ ପ୍ରେରଣା ପ୍ରତୀକ ହୋଇ ରହିବ ବୋଲି ସେ ଲେଖିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ନେତା ମଧ୍ୟ ଟ୍ବିଟ କରି କଲାମଙ୍କୁ ତାଙ୍କ ଜନ୍ମ ଦିନରେ ଶ୍ରଦ୍ଧାଞ୍ଜଳି ବାର୍ତ୍ତା ଦେଇଛନ୍ତି।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.