ETV Bharat / bharat

ମୋଦିଙ୍କୁ ଭେଟିଲେ ହୋଷ୍ଟନର ଶିଖ ସମ୍ପ୍ରଦାୟ - ହୋଷ୍ଟନ ଶିଖ ସମ୍ପ୍ରଦାୟ

ହୋଷ୍ଟନରେ ଶିଖ ସମ୍ପ୍ରଦାୟର ସଦସ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଗେରୁଆ ଉତ୍ତରୀୟ ଦେବା ସହ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । କାଶ୍ମୀରୀ ପଣ୍ଡିତ ଓ ଦାଓ୍ବଦି ବୋରା ସମ୍ପ୍ରଦାୟର ସଦସ୍ୟ ମଧ୍ୟ ମୋଦିଙ୍କୁ ଭେଟିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Sep 22, 2019, 9:44 AM IST

Updated : Sep 22, 2019, 9:56 AM IST

ହୋଷ୍ଟନ: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହୋଷ୍ଟନର ଶିଖ ସମ୍ପ୍ରଦାୟ ପକ୍ଷରୁ ଜୋରଦାର ସ୍ବାଗତ କରାଯାଇଛି । ଏହି ସମୟରେ ଶିଖ ସମ୍ପ୍ରଦାୟର ସଦସ୍ୟ ପ୍ରଧାନମନ୍ତ୍ରୀଙ୍କୁ ଗେରୁଆ ଉତ୍ତରୀୟ ଦେଇ ଅଭିବାଦନ ଜଣାଇଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ଏଏନଆଇ

ପ୍ରଧାନମନ୍ତ୍ରୀ ମୋଦି ଶିଖ ସମ୍ପ୍ରଦାୟ ସଦସ୍ୟଙ୍କ ଅଭିବାଦନ ସ୍ବୀକାର କରିବା ସହ ସେମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି । ଅନ୍ୟପକ୍ଷେ ଭାରତ ସରକାରଙ୍କ କିଛି ବଡ ନିଷ୍ପତ୍ତି ପାଇଁ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି କାଶ୍ମୀରୀ ପଣ୍ଡିତଙ୍କ ଏକ ପ୍ରତିନିଧିମଣ୍ଡଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସହ ଭାତର ପ୍ରଗତି ଓ ପ୍ରତ୍ୟେକ ଭାରତୀୟଙ୍କ ସଶକ୍ତିକରଣ ପାଇଁ ସରକାର ପକ୍ଷରୁ ଉଠାଯାଇଥିବା ପଦକ୍ଷେପକୁ ସମର୍ଥନ ଜଣାଇଛନ୍ତି । ଜଣେ କାଶ୍ମୀରୀ ପଣ୍ଡିତ ମୋଦିଙ୍କ ହାତକୁ ଚୁମ୍ବନ କରି 7 ଲକ୍ଷ କାଶ୍ମୀରୀ ପଣ୍ଡିତଙ୍କ ପକ୍ଷରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଦାଓ୍ବଦି ବୋରା ସମ୍ପ୍ରଦାୟର ମଧ୍ୟ ମୋଦିଙ୍କୁ ସାକ୍ଷାତ କରି ଅଭିବାଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଶନିବାର ଆମେରିକା ମାଟିରେ ପାଦ ରଖିବା ପରେ ଟ୍ବିଟ କରି ହାଉଡି ହୋଷ୍ଟନ ବୋଲି ଲେଖିଛନ୍ତି । ଅନ୍ତରାଷ୍ଟ୍ରୀୟ ବ୍ୟପାର ନିର୍ଦ୍ଦେଶକ କ୍ରିଷ୍ଟୋଫର ଓଲ୍ସନ ବିମାନ ବନ୍ଦରରେ ପହଞ୍ଚି ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ।

Intro:Body:

BLANK FOR LINK 

Conclusion:
Last Updated : Sep 22, 2019, 9:56 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.