ETV Bharat / bharat

ପ୍ରଯୁକ୍ତିବିଦ୍ୟା ଭାରତ-ଅଷ୍ଟ୍ରେଲିଆ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ କରିବ: ସ୍କଟ ମୋରିସନ

author img

By

Published : Nov 19, 2020, 6:52 PM IST

ବେଙ୍ଗାଲୁରୁ ଟେକ୍ ସମ୍ମିଳନୀ 2020ର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମ୍ମିଳନୀ ଦ୍ବାରା ପ୍ରଯୁକ୍ତିବିଦ୍ୟାକୁ ନେଇ ଅଷ୍ଟ୍ରେଲିଆ-ଭାରତ ଦ୍ବିପାକ୍ଷିକ ସମ୍ପର୍କ ଆହୁରି ସୁଦୃଢ ହେବ ବୋଲି କହିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ । ଅଧିକ ପଢ଼ନ୍ତୁ...

ପ୍ରଯୁକ୍ତିବିଦ୍ୟାକୁ ନେଇ ଅଷ୍ଟ୍ରେଲିଆ-ଭାରତ ଦ୍ବିପାକ୍ଷିକ ସମ୍ପର୍କ ଦୃଢୀଭୁତ ହେବ: ସ୍କଟ ମୋରିସନ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଆଜି (ଗୁରୁବାର) ଟେକ ସମ୍ମିଳନୀ 2020ର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନଭେମ୍ବର 19ରୁ 21 ତାରଖ ଯାଏଁ ଏହି ସମ୍ମଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ବହୁ ଶିଳ୍ପପତି ଓ ପ୍ରଯୁକ୍ତିବିଦ୍ୟା ପରାମର୍ଶଦାତା ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ।

ଏହି ସମ୍ମିଳନୀ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ଦେଶରେ ଡିଜିଟାଲ ଇଣ୍ଡିଆର ସଫଳତାକୁ ନେଇ ଉପସ୍ଥିତ ଲୋକଙ୍କୁ ଅବଗତ କରାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, 5 ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଡିଜିଟାଲ ଇଣ୍ଡିଆ କ୍ୟାମ୍ପେନ ବର୍ତ୍ତମାନ ଦେଶବାସୀଙ୍କ ଜୀବନ ଶୈଳୀର ଏକ ଅଂଶ ହୋଇ ସାରିଛି। ଏହାଏକ ସାଧାରଣ ପଦକ୍ଷେପ ନଥିଲା। ଏହାଦ୍ବାରା ଦ୍ବାରା ଦେଶରେ ବିଭିନ୍ନ ପ୍ରକାର ଉନ୍ନତିମୂଳକ ପଦକ୍ଷେପ ହାତକୁ ନିଆଯାଇ ପାରିଛି। ଏହାର ଫାଇଦା ବର୍ତ୍ତମାନ ଦେଶବାସୀଙ୍କୁ ମିଳୁଛି, ଏଥିରେ କୌଣସି ସନ୍ଦେହ ନାହିଁ। ଡିଜିଟାଲ ଇଣ୍ଡିଆ ବିଶେଷ କରି କୃଷକମାନଙ୍କ ପାଇଁ ସହାୟକ ହୋଇ ପାରିଛି। କେବଳ ଗୋଟିଏ କ୍ଲିକରେ ସେମାନଙ୍କୁ ବିଭିନ୍ନ ଆର୍ଥିକ ସହୟତା ମିଳି ପାରୁଛି। ଟେକ୍ନୋଲୋଜି ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଇନକ୍ୟୁବିସନ ସେଣ୍ଟର ଖୋଲାଯାଉଛି। ପ୍ରଯୁକ୍ତିବଦ୍ୟା ଯୋଗୁଁ ଦେଶରେ ଲୋକଙ୍କ କ୍ଷମତା ବୃଦ୍ଧି ପାଇଛି।

ଏହି ସମ୍ମଳନୀରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଯୋଗ ଦେଇ କହିଛନ୍ତି ଯେ, ଏହି ସମ୍ମିଳନୀ ଦ୍ବାରା ପ୍ରଯୁକ୍ତିବିଦ୍ୟାକୁ ନେଇ ଅଷ୍ଟ୍ରେଲିଆ-ଭାରତ ଦ୍ବିପାକ୍ଷିକ ସମ୍ପର୍କ ଆହୁରି ସୁଦୃଢ ହେବ । ବିଶେଷ କରି ସ୍ପେଶ୍ ଗବେଷଣା, ଖଣିଜ ପଦାର୍ଥ ଉତ୍ତୋଳନ, 5G, କ୍ବାଣ୍ଟମ୍ କମ୍ପ୍ୟୁଟିଂ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଅଷ୍ଟ୍ରେଲିଆ ଏବଂ ଭାରତ ମିଳିତ ଭାବରେ କାର୍ଯ୍ୟ କରିବେ । ବର୍ତ୍ତମାନ ମୁକ୍ତ ଓ ସୁରକ୍ଷିତ ଇଣ୍ଟରନେଟ ପାଇଁ ଅଷ୍ଟ୍ରେଲିଆ ଏବଂ ଭାରତ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଏହି ସମ୍ମିଳନୀ ଡିଜିଟାଲ ଅର୍ଥନୀତିର ବିକାଶ ପାଇଁ ଏକ ମୂଳଦୁଆ ଭଳି କାର୍ଯ୍ୟ କରୁଛି । ବେଙ୍ଗାଲୁରୁ ଟେକ ସମ୍ମିଳନୀରେ ଅଷ୍ଟ୍ରେଲୀୟ ନୀତି ନିର୍ମାତା, ଶିଳ୍ପପତି, ଷ୍ଟାର୍ଟଅପ୍ ଏବଂ ବିଶ୍ବର ଅଗ୍ରଣୀ ଅନୁଷ୍ଠାନଗୁଡ଼ିକର 150 ଜଣ ପ୍ରତିଷ୍ଠିତ ଆଭାସୀ ପ୍ରତିନିଧି ଦଳ ନେତୃତ୍ବ ନେଇଛନ୍ତି । ଏଥିପାଇଁ ମୁଁ ମୋ ନିଜକୁ ଗର୍ବ ମନେ କରୁଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.