ETV Bharat / bharat

ପ୍ରଥମେ ମୋଦି, ପରେ ଇମ୍ରାନ

author img

By

Published : Sep 27, 2019, 11:53 AM IST

Updated : Sep 27, 2019, 12:13 PM IST

ଗୋଟିଏ ମଞ୍ଚରେ ମୋଦି-ଇମ୍ରାନ । ଜଣେ ଶାନ୍ତି, ସୁରକ୍ଷା ଓ ଆତଙ୍କବାଦ ଦମନର ଆହ୍ବାନ ଦେଉଥିବା ନେତା । ଆଉ ଜଣେ ଆତଙ୍କବାଦ ଉତ୍ପତି ଦେଶର ନେତା । ଜଣେ ବିଶ୍ବରେ ଲୋକପ୍ରିୟତାର ଶୀର୍ଷକୁ ଗତି କରୁଥିବାବେଳେ ଆଉ ଜଣେ ବାରମ୍ବାର ଅନ୍ତରାଷ୍ଟ୍ରୀୟ ସ୍ତରରେ ଲଜ୍ଜିତ ହେଉଥିବା ନେତା । ଜାତିସଂଘ ମହାସଭାର ଯୋଗଦେବେ ଉଭୟେ । କିନ୍ତୁ ଜାତିସଂଘର ସାଧାରଣ ପରିଷଦ ଦ୍ବାରା ଆୟୋଜିତ ଅଧିବେଶନରେ ପ୍ରଥମେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ଏହାର କିଛି ସମୟ ପରେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେବେ ଭାଷଣ । ବିଶେଷକରି ମୋଦି ଏବଂ ଇମ୍ରାନ କଣ କହୁଛନ୍ତି ତାହା ଉପରେ ରହିଛି ବିଶ୍ବର ନଜର ।

ଡ଼ିଜାଇନ୍ ଫଟୋ

ନ୍ୟୁୟର୍କ: ଜାତିସଂଘ ମହାସଭାର 74ତମ ଅଧିବେସନରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତୀୟ ସମୟ ଅନୁଯାୟୀ ରାତି 8 ଟାରେ ଅଭିବାଦନ ରଖିବେ ପ୍ରଧାନମନ୍ତ୍ରୀ ମୋଦି । ସବୁଠାରୁ ବଡ଼ କଥା ଏହା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘରେ ପ୍ରଥମେ ଅଭିଭାଷଣ ରଖିବେ । ଏହାର କିଛି ସମୟ ପରେ ଭାଷଣ ଦେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।

ବିଶ୍ବର ଶାନ୍ତି, ପ୍ରଗତି ଏବଂ ଆତଙ୍କବାଦ ଦମନ ପାଇଁ ଜାତିସଂଘରେ ପ୍ରସ୍ତାବ ରଖିଆସିଛନ୍ତି ମୋଦି । ଆତଙ୍କବାଦକୁ ସମୂଳେ ନାଶ କରିବାକୁ ହେଲେ ସମସ୍ତ ରାଷ୍ଟ୍ର ଏହାର ବିରୋଧରେ ହାତ ମିଳାଇବାକୁ ପଡ଼ିବ ବୋଲି ଅନେକ ଥର ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏପଟେ ଆତଙ୍କବାଦୀଙ୍କ ଚରାଭୂଇଁ ସାଜିଥିବା ପାକିସ୍ତାନର ଚେହେରା ବିଶ୍ବରେ ଅଛପା ନାହିଁ । ମୁମ୍ବାଇର 26/11 ଆତଙ୍କବାଦୀ ଆକ୍ରମଣ ଅଥବା ଆମେରିକା 9/11ଆକ୍ରମଣ । ସବୁ ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଥିବା ପ୍ରମାଣିତ ହୋଇସାରିଛି ।

ଗତ ରବିବାର ଆମେରିକାର ହୋଷ୍ଟନରେ ଆୟୋଜିତ ହୋଇଥିବା ‘ହାଓଡ଼ି ମୋଦି’ କାର୍ଯ୍ୟକ୍ରମରେ ମଧ୍ୟ ପାକ୍ ବିରୋଧରେ ଶୁଭିଛି ସ୍ବର । ବିଶ୍ବର ଦୁଇ ଶକ୍ତିଶାଳୀ ନେତା ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ଆତଙ୍କବାଦର ଉତ୍ପତି ରାଷ୍ଟ୍ର ପାକିସ୍ତାନକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ବାରମ୍ବାର ଅନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ହୋଇଥିବା ପାକ୍ ବିପକ୍ଷରେ ଆଜି ମଧ୍ୟ ଶୁଭିପାରେ ସ୍ବର । ବିଶ୍ବବାସୀଙ୍କୁ ପୁଣିଥରେ ଆତଙ୍କବାଦ ଦମନ କରିବାକୁ ଆହ୍ବାନ ଦେଇପାରନ୍ତି ମୋଦି । ଯାହା ପରୋକ୍ଷରେ ଇମ୍ରାନଙ୍କୁ ଇଙ୍ଗିତ ହୋଇପାରେ ।

କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଆମେରିକାର ସାହାଯ୍ୟ ଲୋଡୁଥିବା ବେଳେ , ଏହା ଭାରତର ଆଭ୍ୟନ୍ତରୀଣ ମାମଲା କହି ଦୂରେଇ ଯାଇଛନ୍ତି ଆମେରିକା ରାଷ୍ଟ୍ରପତି । ଅନ୍ୟପଟେ ବିଶ୍ବରେ ମୋଦିଙ୍କ ଲୋକପ୍ରିୟତା ବଢିଚାଲିଛି । ଏହା ଫଳ ସ୍ବରୂପ ଅନେକ ଭାରତକୁ ଏ ପ୍ରସଙ୍ଗରେ ସମର୍ଥନ କରିବାକୁ ଆଗଭର ଅନେକ ରାଷ୍ଟ୍ର । ଏହାର ପ୍ରଭାବରେ ବେସାହାରା ପାଲଟିଛି ଶତ୍ରୁରାଷ୍ଟ୍ର ପାକିସ୍ତାନ ।

Intro:Body:

BLANK FOR LINK 

Conclusion:
Last Updated : Sep 27, 2019, 12:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.