ETV Bharat / bharat

‘ମହାରାଷ୍ଟ୍ରରେ ଅଟଳ ରହିବ ବିଜେପି ସରକାର’ - ମହାରାଷ୍ଟ୍ରରେ ଅଟଳ ରହିବ ବିଜେପି ସରକାର

ମହାରାଷ୍ଟ୍ରରେ ରାଜନୀତିକୁ ନେଇ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସାମ୍ବାଦିକ ସମ୍ମିଳନୀ । ରାଜ୍ୟରେ ବିଜେପି ହିଁ ସ୍ଥାୟୀ ଓ ସ୍ଥିର ସରକାର ପ୍ରଦାନ କରିବ କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଅଧିକ ପଢ଼ନ୍ତୁ...

‘ମହାରାଷ୍ଟ୍ରରେ ଅଟଳ ରହିବ ବିଜେପି ସରକାର’
author img

By

Published : Nov 23, 2019, 4:44 PM IST

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଜେପି ନେତୃତ୍ବରେ ଗଠନ ହେବ ସ୍ଥାୟୀ ସରକାର । ଅଜିତ ପାୱାରଙ୍କ ସମର୍ଥନରେ ଗଠନ ହେବ ସରକାର । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ରାଜ୍ୟରେ ସ୍ଥାୟୀ ସରକାର ଦେବେ । ଏହି ସରକାର ଭାଙ୍ଗିବ ନାହିଁ ବରଂ ଅଟଳ ରହିବ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରବିଶଙ୍କର ପ୍ରସାଦ ।

ସେ କହିଛନ୍ତି, କେବଳ ସ୍ବାର୍ଥ ପାଇଁ ଶିବସେନା ବିଜେପି ସହ ଥିବା ଦୀର୍ଘ 30 ବର୍ଷର ସମ୍ପର୍କ ତୁଟାଇଛି । ତେଣୁ ଶିବସେନା ବିରୋଧରେ କୌଣସି ଟିପ୍ପଣୀ ଦେବା ସଠିକ ନୁହେଁ । ତେବେ ମହାରାଷ୍ଟ୍ରରେ ବିଜେପି ଜନାଦେଶକୁ ସମ୍ମାନ ଜଣାଇ ଏକ ସ୍ଥାୟୀ ଏବଂ ସ୍ଥିର ସରକାର ଦେବ ।

ଏହାସହିତ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ରବିଶଙ୍କର । ଏପଟେ ଏନସିପି ଶିବସେନା ନେୃତ୍ବତ୍ବରେ ସରକାର ଗଢିବ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି ଶରଦ ପାୱାର ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.