ETV Bharat / bharat

ତିନି ତଲାକ ବିଲ୍‌କୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ

author img

By

Published : Aug 1, 2019, 12:24 PM IST

ବହୁ ଚର୍ଚ୍ଚିତ ତିନି ତଲାକ ବିଲ୍‌କୁ ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରୀ ଦେବା ପରେ ଏବେ ଆଇନରେ ପରିଣତ ହୋଇଛି । ଏହି ଆଇନ 19 ସେପ୍ଟେମ୍ବର 2019ରୁ ଲାଗୁ ହେବ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ତିନି ତଲାକ ବିଲ୍‌କୁ ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରୀ ଦେଇଛନ୍ତି । ଏଥିସହିତ ତିନି ତଲାକ ବିଲ୍‌ ଏବେ ଆଇନରେ ପରିଣତ ହୋଇଛି । ଏହି ଆଇନ 19 ସେପ୍ଟେମ୍ବର 2019ରୁ ଲାଗୁ ହେବ ।

ସୂଚନାନୁସାରେ, ରାଜ୍ୟସଭାରେ ଜୁଲାଇ 30ରେ ତିନି ତଲାକ ବିଲ ଗୃହୀତ ହୋଇଥିଲା । ମୁସଲିମ ମହିଳାଙ୍କ ଏହି ବିଲ୍‌ ପକ୍ଷରେ 99 ଭୋଟ ପଡ଼ିଥିବାବେଳେ ଏହାର ବିରୋଧରେ 84 ଭୋଟ ପଡିଥିଲା । ବହୁଜନ ସମାଜ ପାର୍ଟି, ପିଡିପି, ତେଲେଙ୍ଗାନା ରାଷ୍ଟ୍ର ସମିତି, ଜନତା ଦଳ ୟୁନାଇଟେଡ, ଏଆଇଡିଏମକେ ଓ ତେଲୁଗୁ ଦେଶମ୍‌ ପାର୍ଟି ଭଳି କିଛି ଦଳ ଭୋଟିଂରେ ଅଂଶଗ୍ରହଣ କରି ନ ଥିବାରୁ ସରକାରଙ୍କୁ ଏହି ବିଲ ଗୃହୀତ କରିବାରେ ସହଜ ହୋଇଥିଲା । ତେବେ ସରକାରଙ୍କୁ ଏହି ବିଲ ମଞ୍ଜୁରୀ କରିବାକୁ 92 ଭୋଟିଂର ଆବଶ୍ୟକ ରହିଥିଲା । ରାଜ୍ୟସଭାରେ ତିନି ତଲାକ ବିଲ୍‌ ପାରିତ ହେବା ପରେ ଏହାକୁ ଏକ ଐତିହାସିକ ଦିନ ବୋଲି କହିଥିଲେ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ।

ଏନେଇ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ରାଜ୍ୟସଭାରେ ମୁସଲିମ ମହିଳାଙ୍କ(ବିବାହ ଅଧିକାର ସଂରକ୍ଷଣ) ବିଲ୍‌ ପାରିତ ହେବା ପରେ ତିନି ତଲାକ ଭଳି କଠୋର ପ୍ରଥାର ଅଭିଶାପରୁ ମୁକ୍ତି ଦେଇଛି । ଏଥିସହିତ ସଂସଦୀୟ ଅନୁମୋଦନ ପ୍ରକ୍ରିୟା ମଧ୍ୟ ସମ୍ପନ୍ନ ହୋଇଛି । ଏହା ମହିଳା-ପୁରୁଷ ସମାନତା ପାଇଁ ଏକ ଐତିହାସିକ ଉପଲବ୍ଧି ହେବା ସହ ସାରା ଦେଶ ପାଇଁ ଏକ ସନ୍ତୋଷଜନକ ନିଷ୍ପତ୍ତି ଅଟେ ।

ତେବେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ବିଲ ଗୃହୀତ ହେବା ନେଇ ଖୁସି ବ୍ୟକ୍ତ କରିଥିଲେ । ଏହି ଐତିହାସିକ ବିଜୟରେ ସବୁ ଦଳର ସାଂସଦମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.