ETV Bharat / bharat

ଦ୍ରାସରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ତିନି ସେନାମୁଖ୍ୟ - କାର୍ଗିଲ ବିଜୟ ଦିବସ

କାର୍ଗିଲ ବିଜୟ ଦିବସର 20 ବର୍ଷ ଅବସରରେ କାର୍ଗିଲ ଦ୍ରାସରେ ହେବ ଉତ୍ସବ । ଏଥିରେ ଯୋଗ ଦେବେ ତିନି ସେନା ପ୍ରମୁଖ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jul 26, 2019, 8:54 AM IST

Updated : Jul 26, 2019, 10:05 AM IST

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି 20 ତମ କାର୍ଗିଲ ବିଜୟ ଦିବସ । ଏହି ଅବସରରେ ସମଗ୍ର ଦେଶର ଅନେକ ସ୍ଥାନରେ ଉତ୍ସବ ଆୟୋଜନ ହେଉଛି । ସେହିପରି କାର୍ଗିଲ ଜିଲ୍ଲାର ଦ୍ରାସରେ ମଧ୍ୟ ଉତ୍ସବର ଆୟୋଜନ କରାଯାଇଛି । ଏନେଇ ସରିଛି ସମସ୍ତ ପ୍ରସ୍ତୁତି ।

ଏହି ଉତ୍ସବରେ ଆଜି ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ, ସେନାମୁଖ୍ୟ ଜେନେରାଲ ବିପିନ ରାଓ୍ଵତ, ବାୟୁସେନା ମୁଖ୍ୟ ବୀରେନ୍ଦର ସିଂହ ଧାନଓ୍ଵା, ନୌସେନା ମୁଖ୍ୟ କରମବୀର ସିଂହ ଯୋଗ ଦେବେ ।

ଆଜି ‘ବିଜୟ ଶିଖା’କୁ ସେନାମୁଖ୍ୟ ଦ୍ରାସରେ ଗ୍ରହଣ କରିବେ । ଏହାସହ ଏହାକୁ କାର୍ଗିଲ ଯୁଦ୍ଧ ସ୍ମାରକୀ ଠାରେ ଥିବା ଚିରନ୍ତନ ଶିଖାରେ ମିଶାଇ ଦିଆଯିବ । ଜୁଲାଇ ୧୪ ତାରିଖ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ପ୍ରଜ୍ଜ୍ବଳିତ କରିଥିଲେ ।

ସେପଟେ ବିଜୟ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦି ସଂସଦରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗ ନେବେ । ସେହିପରି କାର୍ଗିଲ ବିଜୟ ଦିବସ ଅବସରରେ ମୁମ୍ବାଇରେ ସେଲିବ୍ରେଟି ଫୁଟବଲ ମ୍ୟାଚ୍‌ର ଆୟୋଜନ କରାଯାଇଛି । ଏଥିରେ ଅଭିଷେଖ ବଚ୍ଚନ, ଅର୍ଜୁନ କପୁର ଏବଂ ରଣବୀର କପୁର ଭଳି ଅଭିନେତା ଭାଗ ନେବେ ।

Intro:Body:

sdfsdf

Conclusion:
Last Updated : Jul 26, 2019, 10:05 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.