ନୂଆଦିଲ୍ଲୀ: ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ଠାକୁରର ଦୟା ଯାଚିକାକୁ ରାଷ୍ଟ୍ରପତି ଖାରଜ କରି ଦେଇଛନ୍ତି । ସେ ଗତ ଶନିବାର ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିଲା । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି ।
ଏହା ସହ ମାମଲାରେ 3 ଜଣ ଦୋଷୀ ମୁକେଶ ସିଂହ, ପୱନ ଗୁପ୍ତା ଓ ଅକ୍ଷୟ ଠାକୁରର ରାଜକ୍ଷମା ଆବେଦନ ଖାରଜ ହୋଇଛି । କେବଳ ବିନୟ ଶର୍ମାର ଦୟା ଯାଚିକା ଆବେଦନ କରାଯାଇନାହିଁ ।
ଆଜି ନିର୍ଭୟା ମାମଲାରେ କେନ୍ଦ୍ର ସରକାରଙ୍କ ଦ୍ବାରା ଦାଖଲ କରାଯାଇଥିବା ଯାଚିକାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି । ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ଜଣାଇ ଦେଇଛନ୍ତି । 7 ଦିନ ସମୟ ମଧ୍ୟରେ ଦୋଷୀ ସମସ୍ତ ଆଇନଗତ ସାହାଯ୍ୟ ନେଇପାରିବେ ବୋଲି କୋର୍ଟ କହିଛନ୍ତି ।
@ANI