ETV Bharat / bharat

କୋରୋନା ଯୋଦ୍ଧାଙ୍କ ପାଇଁ 20 ଲକ୍ଷ ଦାନ କଲେ ରାଷ୍ଟ୍ରପତି କୋବିନ୍ଦ

ଏହା କୋରୋନା ମହାମାରୀର ମୁକାବିଲା ପାଇଁ ଡାକ୍ତର ଏବଂ ହସ୍ପିଟାଲର ଅନ୍ୟାନ୍ୟ କର୍ମଚାରୀଙ୍କୁ ମାନଙ୍କୁ ସାହାଯ୍ୟ କରିବ। ଏହି ଟଙ୍କା କୋରୋନା ଯୋଦ୍ଧାମାନଙ୍କ ପାଇଁ ଏୟାର ଫିଲ୍ଟରିଂ ଉପକରଣ କିଣିବାରେ ବ୍ୟବହୃତ ହେବ ।

author img

By

Published : Jul 26, 2020, 4:47 PM IST

ରାଷ୍ଟ୍ରପତି ରାମ ନାଥ କୋବିନ୍ଦ
ରାଷ୍ଟ୍ରପତି ରାମ ନାଥ କୋବିନ୍ଦ

ନୂଆଦିଲ୍ଲୀ: କାରଗିଲ ବିଜୟ ଦିବସ ଅବସରରେ ସେନାର ଆର ଆଣ୍ଡ ଆର ହସ୍ପିଟାଲକୁ 20 ଲକ୍ଷ ଟଙ୍କା ଦାନ କରିଛନ୍ତି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ । ଏହା କୋରୋନା ମହାମାରୀର ମୁକାବିଲା ପାଇଁ ଡାକ୍ତର ଏବଂ ହସ୍ପିଟାଲର ଅନ୍ୟାନ୍ୟ କର୍ମଚାରୀଙ୍କୁ ମାନଙ୍କୁ ସାହାଯ୍ୟ କରିବ। ଏହି ଟଙ୍କା କୋରୋନା ଯୋଦ୍ଧାଙ୍କ ପାଇଁ ଏୟାର ଫିଲ୍ଟରିଂ ଉପକରଣ କିଣିବାରେ ବ୍ୟବହୃତ ହେବ । ଡାକ୍ତରଖାନାରେ ଫ୍ରଣ୍ଟଲାଇନ କୋରୋନା ଯୋଦ୍ଧାଙ୍କ ମନୋବଳ ବଢାଇବା ପାଇଁ ରାଷ୍ଟ୍ରପତି ଏଭଳି ନିଷ୍ପତ୍ତି ନେଇଛନ୍ତି ।

ବୀର ସୈନିକ ତଥା କାରଗିଲ ଯୁଦ୍ଧରେ ସର୍ବୋଚ୍ଚ ବଳିଦାନ ଦେଇଥିବା ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ରାଷ୍ଟ୍ରପତି ଏଭଳି ପଦକ୍ଷେପ ନେଇଛନ୍ତି । ସେ ରବିବାର ଦିଲ୍ଲୀର ସେନା ହସ୍ପିଟାଲ ଆର ଆଣ୍ଡ ଆରକୁ 20 ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି ।

ତେବେ ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି, ରାଷ୍ଟ୍ରପତି ଭବନ ଆଗାମି ଦିନରେ କୋରୋନା ଯୋଦ୍ଧାଙ୍କ ପାଇଁ ଅଧିକ ଉତ୍ସ ଉପଲବ୍ଧ କରାଇବ । ରାଷ୍ଟ୍ରପତି ଏହା ପୂର୍ବରୁ ରାଷ୍ଟ୍ରପତି ଭବନରେ ବହୁ ପଦକ୍ଷେପ ଆରମ୍ଭ କରି ଖର୍ଚ୍ଚ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପଦକ୍ଷେପର ଏକ ଅଂଶ ଭାବରେ ସେ ଏକ ଲିମୋଜାଇନ୍ କାର୍‌ କିଣିବା ପ୍ରସ୍ତାବକୁ ସ୍ଥଗିତ ରଖିଥିଲେ । ଏହାର ଅର୍ଥକୁ ସେ ଆନୁଷ୍ଠାନିକ ଉତ୍ସବରେ ବ୍ୟବହୃତ କରିବେ ବୋଲି କହିଥିଲେ । ରାଷ୍ଟ୍ରପତିଙ୍କ ସମର୍ଥନ କୋରୋନା ଯୋଦ୍ଧାଙ୍କୁ ଏକ ନିରାପଦ, ଅନୁକୂଳ ପରିବେଶ ଯୋଗାଇବାରେ ସାହାଯ୍ୟ କରିବ । ଯାହା ଦ୍ବାରା ସେମାନେ ନିଜ ସାମର୍ଥ୍ୟ ଅନୁଯାୟୀ କାର୍ଯ୍ୟ କରିପାରିବେ ।

ରାଷ୍ଟ୍ରପତିଙ୍କ ଏହି ପଦକ୍ଷେପ ସଞ୍ଚୟ ବ୍ୟବହାର କରିବାରେ ଲୋକଙ୍କୁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.