ନୂଆଦିଲ୍ଲୀ: ଗତକାଲି କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିବା ଭାରୀଯାନ ଶିଳ୍ପ ଉଦ୍ୟୋଗ ମନ୍ତ୍ରୀ ଅରବିନ୍ଦ ଗଣପତଅରବିନ୍ଦ ସାୱନ୍ତଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପ୍ରଧାନମନ୍ତ୍ରୀଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ସମ୍ବିଧାନର ଧାରା 75(ଖ) ଅନୁସାରେ ଅରବିନ୍ଦଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ।
ଏହାସହ ପ୍ରଧାନମନ୍ତ୍ରୀ ଅନ୍ୟ କାହାକୁ ଦାୟିତ୍ବ ନଦେବା ପର୍ଯ୍ୟନ୍ତ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ଭାରୀଯାନ ଶିଳ୍ପ ଉଦ୍ୟୋଗ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ବ ନେବାକୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗଣମାଧ୍ୟମ ସେକ୍ରେଟାରୀ ଏକ ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି ।