ETV Bharat / bharat

ଇଦ-ଉଲ-ଫିତରର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ପବିତ୍ର ଇଦ ଅବସରରେ ସମସ୍ତ ମୁସଲମାନ ଭାଇଭଉଣୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା । ଏହି ସ୍ଵତନ୍ତ୍ର ଦିବସ ସମାଜରେ ଶାନ୍ତି ଓ ସଂପ୍ରୀତିର ଭାବନାକୁ ଆହୁରି ଦୃଢୀଭୂତ ଓ ସୁଖମୟ କରୁ ବୋଲି ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ କହିଛନ୍ତି।

author img

By

Published : Jun 5, 2019, 10:41 AM IST

Updated : Jun 5, 2019, 10:55 AM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପବିତ୍ର ଇଦ-ଉଲ-ଫିତର ଉପଲକ୍ଷେ ସାରା ବିଶ୍ବର ମୁସଲମାନ ଭାଇଭଉଣୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି ସ୍ଵତନ୍ତ୍ର ଦିବସ ସମାଜରେ ଶାନ୍ତି ଓ ସଂପ୍ରତିର ଭାବନାକୁ ଆହୁରି ଦୃଢୀଭୂତ ଓ ସୁଖମୟ କରୁ ବୋଲି ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ।

ଗତକାଲି(ମଙ୍ଗଳବାର) ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟର ଆକାଉଣ୍ଟରେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ‘ସମସ୍ତଙ୍କୁ ଇଦ ମୁବାରକ, ବିଶେଷକରି ଭାରତ ତଥା ବିଦେଶରେ ଥିବା ସମସ୍ତ ମୁସଲମାନ ଭାଇ ଓ ଭଉଣୀଙ୍କୁ । ଇଦ-ଉଲ-ଫିତର ପର୍ବଟି ଦାନ, ବନ୍ଧୁତ୍ବ ଓ ବିଶ୍ବାସକୁ ମଜବୁତ କରୁ । ଏହି ପର୍ବରେ ସମସ୍ତଙ୍କ ଜୀବନକୁ ସୁଖ ଓ ସମୃଦ୍ଧିମୟ ହେଉ ।’

president
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର@rashtrapatibhvn

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଇଦର ଶୁଭକାମନା ଜଣାଇ ‘ଏହି ସ୍ବତନ୍ତ୍ର ଦିନଟି ଆମ ସମାଜ ଉପରେ ସଦଭାବ, ବିଶ୍ବାସ ଓ ଶାନ୍ତିର ଦ୍ବୀପ ପ୍ରଜ୍ବଳିତ କରି ସମସ୍ତଙ୍କ ଜୀବନ ସୁଖମୟ ହେଉ’ ବୋଲି ଲେଖିଛନ୍ତି ।

modi
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର @narendramodi

ଉତ୍ତର ପ୍ରଦେଶ ଓ ବିହାରରେ ଗତକାଲି ରାତି ପ୍ରାୟ 8ଟା ସମୟରେ ଜହ୍ନ ନଜର ଆସି2019ର ରମଜାନ ସରିବା ସହ ଆରମ୍ଭ ହୋଇଛି ପବିତ୍ର ଇଦ-ଉଲ-ଫିତର । ଇସଲାମୀ କ୍ୟାଲେଣ୍ଡର ଅନୁଯାୟୀ ଦଶମ ମାସର ପ୍ରଥମ ଦିନରେ ଏହା ପାଳନ କରାଯାଏ । ଇସଲାମୀ ପଞ୍ଜିକାର ପ୍ରତିମାସ ପରି ଏଇ ମାସଟି ମଧ୍ୟ ଆକାଶରେ ଚାନ୍ଦ ଦେଖିବା ପରେ ଯାଇ ଆରମ୍ଭ ହୋଇଥାଏ । ଇସଲାମରେ ରମଜାନ ମାସକୁ ପବିତ୍ର ମାସ କୁହାଯାଇଥାଏ । ମାସ ସାରା ମୁସଲମାନମାନେ ଉପବାସ କରି ସଂଧ୍ୟାରେ ଭୋଜନ କରିଥାନ୍ତି ।

ରମଜାନ ଶେଷ ଦିନରେ ତଥା ଇଦର ଆରମ୍ଭ ଦିନର ଏହି ପର୍ବରେ ଆଲ୍ଲାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଭୋଜି-ଭାତ ସହିତ ଅନେକ ସୁସ୍ବାଦୁ ଭୋଜନର ମଜା ନେଇଥାନ୍ତି ମୁସଲମାନ ସମ୍ପ୍ରଦାୟ । ଏହାଛଡ଼ା ନୂଆ ପୋଷାକ, ସାଙ୍ଗସାଥୀ, ଜ୍ଞାତି-କୁଟୁମ୍ବଙ୍କ ଭିତରେ ଉପହାରର ଆଦାନ ପ୍ରଦାନ କରିବା ସହ ପୂର୍ବର କଳିତକରାଳ ତଥା ପାରିବାରିକ ଝଗଡ଼ାକୁ ମେଣ୍ଟାଇବାକୁ ଚେଷ୍ଟା କରିଥାନ୍ତି ।

Intro:Body:

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପବିତ୍ର ଇଦ-ଉଲ-ଫିତର ଉପଲକ୍ଷେ ସାରା ବିଶ୍ବର ମୁସଲମାନ ଭାଇ ଓ ଭଉଣୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଏହି ସ୍ଵତନ୍ତ୍ର ଦିବସ ସମାଜରେ ଶାନ୍ତି ଓ ସଂପ୍ରୀତିର ଭାବନାକୁ ଆହୁରି ଦୃଢୀଭୂତ ଓ ସୁଖମୟ କରୁ ବୋଲି କହିଛନ୍ତି । 

ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟର ଆକାଉଣ୍ଟରେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ‘ସମସ୍ତଙ୍କୁ ଇଦ ମୁବାରକ, ବିଶେଷକରି ଭାରତ ତଥା ବିଦେଶରେ ଥିବା ସମସ୍ତ ମୁସଲମାନ ଭାଇ ଓ ଭଉଣୀଙ୍କୁ । ଇଦ-ଉଲ-ଫିତର ପର୍ବଟି ଦାନ, ବନ୍ଧୁତ୍ବ ଓ ବିଶ୍ବାସକୁ ମଜବୁତ କରୁ । ଏହି  ପର୍ବରେ ସମସ୍ତଙ୍କ ଜୀବନକୁ ସୁଖ ଓ ସମୃଦ୍ଧିମୟ ହେଉ ।’

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଇଦର ଶୁଭକାମନା ଜଣାଇ ‘ଏହି ସ୍ବତନ୍ତ୍ର ଦିନଟି ଆମ ସମାଜ ଉପରେ ସଦଭାବ, ବିଶ୍ବାସ ଓ ଶାନ୍ତିର ଦ୍ବୀପ ପ୍ରଜ୍ବଳିତ କରି ସମସ୍ତଙ୍କ ଜୀବନ ସୁଖମୟ ହେଉ’ ବୋଲି ଲେଖିଛନ୍ତି ।

ଉତ୍ତର ପ୍ରଦେଶ ଓ ବିହାରରେ ଗତକାଲି ରାତି ପ୍ରାୟ 8ଟା ସମୟରେ ଜହ୍ନ ନଜର ଆସି2019ର ରମଜାନ ସରିବା ସହ ଆରମ୍ଭ ହୋଇଛି ପବିତ୍ର ଇଦ-ଉଲ-ଫିତର । ଇସଲାମୀ କ୍ୟାଲେଣ୍ଡର ଅନୁଯାୟୀ ଦଶମ ମାସର ପ୍ରଥମ ଦିନରେ ଏହା ପାଳନ କରାଯାଏ । ଇସଲାମୀ ପଞ୍ଜିକାର ପ୍ରତିମାସ ପରି ଏଇ ମାସଟି ମଧ୍ୟ ଆକାଶରେ ଚାନ୍ଦ ଦେଖିବା ପରେ ଯାଇ ଆରମ୍ଭ ହୋଇଥାଏ । ଇସଲାମରେ ରମଜାନ ମାସକୁ ପବିତ୍ର ମାସ କୁହାଯାଇଥାଏ । ମାସ ସାରା ମୁସଲମାନମାନେ ଉପବାସ କରି ସଂଧ୍ୟାରେ ଭୋଜନ କରିଥାନ୍ତି ।  

ରମଜାନ ଶେଷ ଦିନରେ ତଥା ଇଦର ଆରମ୍ଭ ଦିନର ଏହି ପର୍ବରେ ଆଲ୍ଲାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଭୋଜି-ଭାତ ସହିତ ଅନେକ ସୁସ୍ବାଦୁ ଭୋଜନର ମଜା ନେଇଥାନ୍ତି ମୁସଲମାନ ସମ୍ପ୍ରଦାୟ । ଏହାଛଡ଼ା ନୂଆ ପୋଷାକ, ସାଙ୍ଗସାଥୀ, ଜ୍ଞାତି-କୁଟୁମ୍ବଙ୍କ ଭିତରେ ଉପହାରର ଆଦାନ ପ୍ରଦାନ କରିବା ସହ ପୂର୍ବର କଳିତକରାଳ ତଥା ପାରିବାରିତ ଝଗଡ଼ାକୁ ମେଣ୍ଟେଇବାକୁ ଚେଷ୍ଟା କରିଥାନ୍ତି । 

Conclusion:
Last Updated : Jun 5, 2019, 10:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.