ETV Bharat / bharat

କୃଷି କ୍ଷେତ୍ର ପ୍ରତି ଅଧିକ ଯତ୍ନବାନ ହୁଅନ୍ତୁ: ଚନ୍ଦ୍ରଶେଖର ରାଓ - ଚନ୍ଦ୍ରଶେଖର ରାଓ

କୃଷି କ୍ଷେତ୍ରକୁ ଲାଭବାନ କରିବା ଲକ୍ଷ୍ୟରେ ରାଜ୍ୟ ପାଇଁ ଏକ ବ୍ୟାପକ କୃଷି ନୀତି ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ନିର୍ଦ୍ଦେଶ ଦେଇଛନ୍ତି ।

କୃଷି କ୍ଷେତ୍ର ପ୍ରତି ଅଧିକ ଯତ୍ନବାନ ହୁଅନ୍ତୁ: ଚନ୍ଦ୍ରଶେଖର ରାଓ

author img

By

Published : May 10, 2020, 4:08 PM IST

ହାଇଦ୍ରାବାଦ: କୃଷି କ୍ଷେତ୍ରକୁ ଲାଭବାନ କରିବା ଲକ୍ଷ୍ୟରେ ରାଜ୍ୟ ପାଇଁ ଏକ ବ୍ୟାପକ କୃଷି ନୀତି ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ନିର୍ଦ୍ଦେଶ ଦେଇଛନ୍ତି। ବିକଳ୍ପ ଫସଲ ଚିହନ୍ଟ କରିବା ସହ ଫସଲକୁ ନେଇ କୃଷକମାନଙ୍କୁ ପରାମର୍ଶ ଦିଆଯାଉ । ଏହି ପ୍ରକାରରେ କୃଷକମାନେ ଫସଲ କଲେ କୃଷକମାନେ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ପାଇପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

କୃଷି ବିଭାଗ ସମ୍ପତ୍ତି, ବିଭାଗର ଅଟ୍ଟାଳିକା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ତଥ୍ୟକୁ ରେକର୍ଡିଂ କରିବା ପାଇଁ ଏକ ତାଲିକା ପ୍ରସ୍ତୁତ କରିବା ଉଚିତ୍। ଗ୍ରାମରେ ଉପଲବ୍ଧ ଟ୍ରାକ୍ଟର, କୃଷି ଉପକରଣ, ଅମଳକାରୀ ଏବଂ ଅନ୍ୟାନ୍ୟ ମେସିନ୍ ସଂଖ୍ୟା ନେଇ ତଥ୍ୟ ନିଅନ୍ତୁ । କୃଷକମାନେ ଆଉ କ’ଣ ଆବଶ୍ୟକ କରନ୍ତି ତାହା ଚିହ୍ନଟ କରନ୍ତୁ । ଏହି ତଥ୍ୟ ଉପରେ ଆଧାର କରି ଭବିଷ୍ୟତ ଯୋଜନା ପ୍ରସ୍ତୁତ କରନ୍ତୁ । ଚାଷୀଙ୍କ ଠାରୁ ଏକ ଫର୍ମାଟରେ ସଠିକ୍ ତଥ୍ୟ ସଂଗ୍ରହ କରାଯିବା ଉଚିତ । ଖୁବ୍ ଶୀଘ୍ର ଏକ ଭିଡିଓ ସମ୍ମିଳନୀ ମାଧ୍ୟମରେ ବ୍ୟାପକ କୃଷି ନୀତି ବିଷୟରେ ଆଲୋଚନା କରିବି ବୋଲି ରାଓ କହିଛନ୍ତି । କୋରୋନା ଭାଇରସକୁ ନେଇ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକରେ ଏହିସବୁ ଅଧ୍ୟକ୍ଷତା କରିଥିବା ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.