ETV Bharat / bharat

ଜୁଲାଇ-1 ରୁ ଚାରିଧାମ ଯାତ୍ରା ଆରମ୍ଭର ପ୍ରସ୍ତୁତି, ଗାଇଡଲାଇନ ଜାରି - to start char dham yatra from 1 july kedarnath

ଜୁଲାଇ 1 ରୁ ଚାରିଧାମ୍ ଯାତ୍ରା ଆରମ୍ଭ ହେବାକୁ ଯାଉଥିବାରୁ ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ତେବେ ଏହାର ଲାଭ କେବଳ ରାଜ୍ୟ ଭିତରେ ଥିବା ଜିଲ୍ଲାରୁ ଅନ୍ୟ ଜିଲ୍ଲାର ଲୋକ ଚାରିଧାମ ଦର୍ଶନରେ ସୀମିତ ସଂଖ୍ୟାକୁ ହିଁ ଅନୁମତି ପ୍ରଦାନ କରାଯାଇଛି ।

uttarakhand govt will release
ଜୁଲାଇ-1 ରୁ ଚାରିଧାମ ଯାତ୍ରା ଆରମ୍ଭ
author img

By

Published : Jun 29, 2020, 1:26 PM IST

ଡେରାଡୁନ: ଦିର୍ଘଦିନର ବ୍ୟବଧାନ ପରେ ଏବେ ଚଳଚଞ୍ଚଳ ହେବାକୁ ଯାଉଛି ଚାରିଧାମ । କାହିଁକି ନା ଜୁଲାଇ 1 ରୁ ଚାରିଧାମ୍ ଯାତ୍ରା ଆରମ୍ଭ ହେବାକୁ ଯାଉଥିବାରୁ ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ତେବେ ଏହାର ଲାଭ କେବଳ ରାଜ୍ୟ ଭିତରେ ଥିବା ଜିଲ୍ଲାରୁ ଅନ୍ୟ ଜିଲ୍ଲାର ଲୋକ ଚାରିଧାମ ଦର୍ଶନରେ ସୀମିତ ସଂଖ୍ୟାକୁ ହିଁ ଅନୁମତି ପ୍ରଦାନ କରାଯାଇଛି । ତେବେ ବର୍ତମାନ ଯାଁଏ ଧାମ ସହ ଜଡିତ ଥିବା ଜିଲ୍ଲା ଯେପରିକି ଉତ୍ତରକାଶୀ, ରୁଦ୍ରପ୍ରୟାଗ, ଚମୋଲି ଭିତରେ ଥିବା ସ୍ଥାନୀୟ ଲୋକଙ୍କୁ ହିଁ ଏହି ମଞ୍ଜୁରୀ ଦିଆଯିବ । ତେବେ ବଦ୍ରିନାଥ ଧାମରେ ପୂରା ଜିଲ୍ଲାରେ କାହାକୁ ବି ଯିବାକୁ ଅନୁମତି ଦିଆଯାଇ ନାହିଁ ।

ଉତ୍ତରାଖଣ୍ଡ ଚାରିଧାମ ଦେବସ୍ଥାନମ ବୋର୍ଡର ସିଇଓ ରବିନାଥ ରମନ କହିଛନ୍ତି ଯେ, ଏବେ କେବଳ ରାଜ୍ୟ ଭିତରେ ଲୋକଙ୍କୁ ହିଁ ମଞ୍ଜୁରୀ ମିଳିଛି । ତେବେ ଏଥିପାଇଁ ଲୋକେଙ୍କୁ ସମ୍ବର୍ଦ୍ଧିତ ଧାମ ର ଜିଲ୍ଲା ପ୍ରଶାସନ ଠାରୁ ମଞ୍ଜୁରୀ ନେବାକୁ ପଡିବ । ଏହି ଯାତ୍ରା ପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଯାତ୍ରା ପାଇଁ ପାସ୍ ଜାରି କରିବାକୁ ପଡିବ । କୋରୋନା ଯୋଗୁଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ତେବେ ଏଥିପାଇଁ କିଛିଟା ଗାଇଡଲାଇନ ମଧ୍ୟ ଜାରି କରାଯାଇଛି । ଯେପରିକି, ରାଜ୍ୟର କଣ୍ଟେନମେଣ୍ଟ ଜୋନରେ ଥିବା ଅଞ୍ଚଳର ଲୋକଙ୍କୁ ଧାମ କୁ ଯିବାକୁ ଅନୁମତି ମିଳିବ ନାହିଁ । ରାଜ୍ୟର ସ୍ଥାନୀୟ ଲୋକେ ନିଜ ସ୍ଥାନୀୟ ପ୍ରଶାସନକୁ ନିଜ ପରିଚୟ ରୂପକ ପରିଚୟ ପତ୍ର ଦେଖାଇବାକୁ ପଡିବ । ଏହାସହ କ୍ବାରେନଣ୍ଟାଇନ ସେଣ୍ଟରରେ ଥିବା ଲୋକଙ୍କୁ ମଧ୍ୟ ଧାମ ଯିବାକୁ ଅନୁମତି ମିଳିବ ନାହିଁ।

ଚାରିଧାମରେ ବହୁତ ସୀମିତ ସଂଖ୍ୟାକୁ ପ୍ରବେଶ କରିବାକୁ ଦିଆଯିବ । ବଦ୍ରିନାଥ ଧାମରେ 12 ଶହ, କେଦାରନାଥ 8ଶହ, ଗଙ୍ଗୋତ୍ରୀ 6ଶହ, ଯମୁନେତ୍ରୀରୁ 400 ଲୋକଙ୍କୁ ପ୍ରବେଶ କରିବାକୁ ଦିଆଯିବ । ଏବେ ବି ଜିଲ୍ଲା ଭିତରେ ସ୍ଥାନୀୟ ଲୋକଙ୍କ ଦର୍ଶନ କରିବା ସଂଖ୍ୟା ବହୁତ କମ ରହିଛି । ତେବେ ଗତ ଜୁନ 9ରୁ ଏଯାଁଏ କେଦାରନାଥ ଧାମ ପହଞ୍ଚିଥିବା ଲୋକଙ୍କ ସଂଖ୍ୟା 57, ବଦ୍ରିନାଥ ଧାମରେ 213 ଲୋକ ଦର୍ଶନ ପାଇଁ ପହଞ୍ଚିଥିବାବେଳେ ଗଙ୍ଗୋତ୍ରୀ-ଯମୁନେତ୍ରୀରେ କେହି ବି ଯାଇନାହାନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.