ETV Bharat / bharat

ସି-ସେକ୍ସନ୍ ସର୍ଜରୀ ଦ୍ବାରା କୋରୋନା ଆକ୍ରାନ୍ତ ମହିଳାଙ୍କ ପ୍ରସବ - କେରଳ ନ୍ୟୁଜ

ଗତ ଶନିବାର କେରଳର କନ୍ନୁର ଜିଲ୍ଲାରେ ଥିବା ଏକ ମେଡିକାଲରେ ଡାକ୍ତରଙ୍କ ଏକ ଟିମ୍ କୋରୋନା ଆକ୍ରାନ୍ତ ଥିବା ଗର୍ଭବତୀ ମହିଳାଙ୍କ ଉପରେ ସି-ସେକ୍ସନ୍ ଅସ୍ତ୍ରୋପଚାର କରି ଇତିହାସ ରଚିଥିବା ବେଳେ ମହିଳା ଜଣଙ୍କ ଏକ ସୁସ୍ଥ ନବଜାତ ଶିଶୁକୁ ପ୍ରସବ କରିଥିବା ଜଣାପଡିଛି ।

baby born
ସି-ସେକ୍ସନ୍ ସର୍ଜରୀ ଦ୍ବାରା କୋରୋନା ଆକ୍ରାନ୍ତ ମହିଳାଙ୍କ ପ୍ରସବ
author img

By

Published : Apr 12, 2020, 12:39 PM IST

ଥିରୁଅନନ୍ତପୁରମ: ସୁସ୍ଥ ଶିଶୁକୁ ଜନ୍ମ ଦେଲେ କୋରୋନା ଆକ୍ରାନ୍ତ ଥିବା ଗର୍ଭବତୀ ମହିଳା । ଗତ ଶନିବାର କେରଳର କନ୍ନୁର ଜିଲ୍ଲାରେ ଥିବା ଏକ ମେଡିକାଲରେ ଡାକ୍ତରଙ୍କ ଏକ ଟିମ୍ କୋରୋନା ଆକ୍ରାନ୍ତ ଥିବା ଗର୍ଭବତୀ ମହିଳାଙ୍କ ଉପରେ ସି-ସେକ୍ସନ୍ ଅସ୍ତ୍ରୋପଚାର କରି ଇତିହାସ ରଚିଥିବା ବେଳେ ମହିଳା ଜଣଙ୍କ ଏକ ସୁସ୍ଥ ନବଜାତ ଶିଶୁକୁ ପ୍ରସବ କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, କାସାରାଗଡର ନିବାସୀ ଥିବା ଏହି ଗର୍ଭବତୀ ମହିଳା ଜଣକ କୋରୋନା ଆକ୍ରାନ୍ତ ଥିବା ଜଣାପଡିବା ପରେ ତାଙ୍କୁ ପରିୟରମ ମେଡିକାଲ୍ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଆଇସୋଲେସନ ୱାର୍ଡରେ ଚିକିତ୍ସିତ ହେଉଥିଲେ। ଯେଉଁଠାରେ ଡାକ୍ତରମାନେ ପର୍ସନାଲ ପ୍ରୋଟେକ୍ସନ ଇକ୍ୟୁପମେଣ୍ଟ(ପିପିଇ) ପିନ୍ଧି ଶିଶୁଟିକୁ ପ୍ରସବ କରିଥିଲେ। ତେବେ ଶିଶୁଟିର ରକ୍ତ ନମୂନାକୁ ପରୀକ୍ଷା ପାଇଁ ପଠାଯାଇଛି। ଏପଟେ ମା ଓ ଶୁଶୁ ଦୁହେଁ ସୁସ୍ଥ ଥିବା କଲେଜ ପ୍ରିନ୍ସପାଲ୍ ଡ. ଏନ ରୟ ସୂଚନା ଦେଇଛନ୍ତି ।

ଏଥିସହ ସେ କହିଛନ୍ତି, ସି-ସେକ୍ସନ୍ ସର୍ଜରୀ ମାଧ୍ୟମରେ ଶିଶୁଟି ପ୍ରସବ ହୋଇଥିବାବେଳେ ଆମେ ସମସ୍ତ ସତର୍କତା ଅବଲମ୍ବନ କରିଥିଲୁ। ଏହା ପ୍ରଥମ ଥର ପାଇଁ କେରଳରେ ଏବଂ ତୃତୀୟ ଥରେ ଭାରତରେ ହୋଇଥିବା ଜଣାପଡିଛି । ତେବେ ମହିଳାଙ୍କୁ କିଛି ଦିନ ପାଇଁ ଆଇସୋଲେସନ ୱାର୍ଡରେ ରଖାଯିବ । ଏଥିସହ ଶିଶୁଟିକୁ ମଧ୍ୟ କିଛି ଦିନ ପାଇଁ ମା ଠାରୁ ଦୂରେଇ ରଖାଯିବ । ଏହାପରେ ଶିଶୁଟିକୁ ସ୍ତନ୍ୟପାନ କରାଯିବ । ପ୍ରକାଶ ଥାଉକି, କେରଳରେ ମୋଟ 364 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 238 ରୋଗୀ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.