ETV Bharat / bharat

ଏବେ ବି... ସତର୍କତା ଅବଲମ୍ବନ ହିଁ ଏକମାତ୍ର ଉପାୟ ! - ବିଶ୍ବ ମହାମାରୀ

କୋଭିଡ୍‌ ବିଶ୍ବ ମହାମାରୀ କାରଣରୁ ସାରା ବିଶ୍ବରେ ଅସହାୟ ବ୍ୟକ୍ତିଙ୍କ ମୃତ୍ୟୁସଂଖ୍ୟା ଦଶ ଲକ୍ଷ ଟପିଲାଣି । ଏହାର ମୁକାବିଲା ଦିଗରେ ଯଦି ବିଭିନ୍ନ ଦେଶ ପକ୍ଷରୁ ସମ୍ମିଳିତ ଏବଂ ସୁସଂହତ ପ୍ରୟାସ କରା ନଯାଏ, ତେବେ ଏହି ସଂଖ୍ୟା 20 ଲକ୍ଷ ଟପିଯିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂସ୍ଥା ସତର୍କ କରାଇ ଦେଇଛି ।

Precaution is the only solution
କୋଭିଡ୍‌ ବିଶ୍ବ ମହାମାରୀ
author img

By

Published : Oct 1, 2020, 4:29 PM IST

କୋଭିଡ୍‌ ବିଶ୍ବ ମହାମାରୀ କାରଣରୁ ସାରା ବିଶ୍ବରେ ଅସହାୟ ବ୍ୟକ୍ତିଙ୍କ ମୃତ୍ୟୁସଂଖ୍ୟା ଦଶ ଲକ୍ଷ ଟପିଲାଣି । ଏହାର ମୁକାବିଲା ଦିଗରେ ଯଦି ବିଭିନ୍ନ ଦେଶ ପକ୍ଷରୁ ସମ୍ମିଳିତ ଏବଂ ସୁସଂହତ ପ୍ରୟାସ କରା ନଯାଏ, ତେବେ ଏହି ସଂଖ୍ୟା 20 ଲକ୍ଷ ଟପିଯିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂସ୍ଥା ସତର୍କ କରାଇ ଦେଇଛି । ‘ଏହି ସଂକଟକୁ ଏଡ଼ାଇ ଯିବା ଦିଗରେ ସମ୍ମିଳିତ ପ୍ରୟାସ କରିବା ଲାଗି ଆମେ ପ୍ରସ୍ତୁତ କି ?’.. ଏହା ହିଁ ବର୍ତ୍ତମାନ ସମୟର ଏକମାତ୍ର ପ୍ରଶ୍ନ । କେତେକ ଦେଶର ‘ସମସ୍ତେ ସୁରକ୍ଷିତ ନ ହେଲା ପର୍ଯ୍ୟନ୍ତ କେହି ସୁରକ୍ଷିତ ନୁହନ୍ତି’ ଭଳି ଅନ୍ତର୍ଦୃଷ୍ଟି ବିହୀନ ଏକପାଖିଆ ଆଭିମୁଖ୍ୟରେ ଦୋଷତ୍ରୁଟି ରହିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜାଣିପାରିଛି । କୋଭିଡ୍‌ର ଉତ୍ପତ୍ତିସ୍ଥଳ ଚୀନରେ ଏହି ସର୍ବବ୍ୟାପୀ ମହାମାରୀ ଯୋଗୁଁ 4,650ରୁ କମ୍‌ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଆମେରିକାରେ ମୃତ୍ୟୁସଂଖ୍ୟା ଦୁଇ ଲକ୍ଷରୁ ଅଧିକ । ଭାରତ ମଧ୍ୟ ଆମେରିକା ଅନୁରୂପ ସ୍ଥିତିରେ ରହିଛି ଏବଂ ଆସନ୍ତା ଗୋଟିଏ ସପ୍ତାହ ମଧ୍ୟରେ ମୃତ୍ୟୁସଂଖ୍ୟା ଏକ ଲକ୍ଷ ଛୁଇଁବା ଆଶଙ୍କା କରାଯାଉଛି ।

ଯଦିଓ କୋରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ଏବଂ ମୃତ୍ୟୁହାର ହ୍ରାସ ଏକ ଆଶାଜନକ ସ୍ଥିତିର ସଂକେତ ଦେଉଛି, ତଥାପି ପ୍ରତିଦିନ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ଏକ ନୂତନ ଆହ୍ବାନ ସୃଷ୍ଟି ହୋଇଛି । ଏହି ସାଂଘାତିକ ବିଶ୍ବ ମହାମାରୀର ଶିକାର ହେଉଥିବା ଲୋକଙ୍କୁ ଉପଯୁକ୍ତ ଡାକ୍ତରୀ ଚିକିତ୍ସା ଯୋଗାଇବା ସରକାରଙ୍କର କର୍ତ୍ତବ୍ୟ ସତ, କିନ୍ତୁ କେବଳ ସାଧାରଣ ଲୋକଙ୍କ ସଚେତନତା ଏବଂ ସତର୍କତାମୂଳକ ପଦକ୍ଷେପ ବଳରେ ହିଁ ଏହି ମହାମାରୀ ସଂକ୍ରମଣକୁ ରୋକାଯାଇପାରିବ । ଯଦିଓ ମାସ୍କ ପିନ୍ଧିବା ନିହାତି ଜରୁରୀ ବୋଲି ଦେଶର 90 ପ୍ରତିଶତ ଲୋକ ଜାଣିଛନ୍ତି, ତଥାପି ମାତ୍ର 44 ପ୍ରତିଶତ ଲୋକେ ନିଷ୍ଠାର ସହିତ ଏହାକୁ ପାଳନ କରିବା ଅତ୍ୟନ୍ତ କ୍ଷୋଭର ବିଷୟ । ମାସ୍କ ପିନ୍ଧିଲେ ଶ୍ବାସରୁଦ୍ଧ ହେଲା ଭଳି ଲାଗୁଛି ଏବଂ ଆମେ ସାମାଜିକ ଦୂରତା ନିୟମ ପାଳନ କରୁଥିବାରୁ ମାସ୍କ ପିନ୍ଧିବା ଜରୁରୀ ନୁହେଁ ବୋଲି ଦର୍ଶାଯାଉଥିବା ଦୁର୍ବଳ ଯୁକ୍ତି କେବଳ କୋଭିଡ୍‌କୁ ନିମନ୍ତ୍ରଣ କରିବା ଏବଂ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ସହ ଖେଳ ଖେଳିବା ସହ ସମାନ ।

ମାନବ ଜାତିକୁ ଆଜି ଯେଉଁ ଗୋଟିଏ ପ୍ରଶ୍ନ ଘାରୁଛି ତାହା ହେଲା । କେବେ ଏ କୋଭିଡ୍‌ ନିୟନ୍ତ୍ରିତ ହେବ ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ବିଶ୍ବର ସର୍ବବୃହତ୍‌ ପ୍ରତିଷେଧକ ଟିକା ପ୍ରସ୍ତୁତକାରୀ ଭାରତ, କୋଭିଡ୍‌ ନିରୋଧୀ ଔଷଧ ଉତ୍ପାଦନକାରୀ ଏବଂ ଯୋଗାଣକାରୀ ସବୁ ଦେଶ ସହ ସଂପର୍କ ସ୍ଥାପନ କରିବ । ଏହା ସହିତ ସଂପୃକ୍ତ ସମସ୍ତ ଦେଶରେ ଶୀତଳ ଭଣ୍ଡାର କ୍ଷମତା ବୃଦ୍ଧି କ୍ଷେତ୍ରରେ ସହଯୋଗ କରିବ ବୋଲି ସେ ଆଶ୍ବାସନା ଦେଇଛନ୍ତି । ସେରମ୍‌ ଇନ୍‌ଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଦାର ପୁନାୱାଲା ପ୍ରଶ୍ନ କରିଛନ୍ତି, “ଦେଶର ସବୁ ଲୋକଙ୍କ ପାଖରେ ପ୍ରତିଷେଧକ ଟିକା ପହଞ୍ଚାଇବାକୁ ହେଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆସନ୍ତା ବର୍ଷ 80,000 କୋଟି ଟଙ୍କା ଖର୍ଚ୍ଚ କରିବା ଆବଶ୍ୟକ ହେବ । ସରକାର ଏହି ପରିମାଣର ଟଙ୍କା ସହିତ ପ୍ରସ୍ତୁତ ଅଛନ୍ତି କି ?” ଭାରତ ବାୟୋଟେକ୍‌, ଜାଡିୟସ୍‌ କାଡିଲା ଏବଂ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଦ୍ବାରା ପ୍ରସ୍ତୁତ କରାଯାଉଥିବା ପ୍ରତିଷେଧକ ଟିକା ଏବେ ମନୁଷ୍ୟ ଶରୀରରେ ପରୀକ୍ଷଣ ପର୍ଯ୍ୟାୟରେ ରହିଛି ।

ଦେଶର 130 କୋଟି ଲୋକଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏକ ବିଜ୍ଞାନସମ୍ମତ ଏବଂ ସମନ୍ବିତ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ଆରମ୍ଭ କରିବା ଦରକାର । ପ୍ରକାଶିତ କେତେକ ରିପୋର୍ଟ ଅନୁସାରେ, ପର୍ଯ୍ୟାୟକ୍ରମ ଭିତ୍ତିରେ ସବୁ ଜିଲ୍ଲାରେ ପ୍ରତିଷେଧକ ଟିକା ପହଞ୍ଚାଇବାକୁ କେନ୍ଦ୍ର ସରକାର ଏକ ଯୋଜନା ପ୍ରଣୟନ ସଂପର୍କରେ ବିଚାର କରୁଛନ୍ତି ଏବଂ ଏଥିରେ 1978 ମସିହାରୁ କାର୍ଯ୍ୟକାରୀ ହୋଇଆସୁଥିବା ସାର୍ବଜନୀନ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କାର୍ଯ୍ୟକ୍ରମର ଉପଯୋଗ କରାଯିବ ।

ଦେଶର ବଡ଼ ବଡ଼ ଔଷଧ ପ୍ରସ୍ତୁତକାରୀ ସଂସ୍ଥା ବିଶ୍ବାସ କରନ୍ତି ଯେ ସ୍ବଳ୍ପ ସମୟ ମଧ୍ୟରେ ହେଲେ ବି ଏହି ଜୀବନରକ୍ଷାକାରୀ ପ୍ରତିଷେଧକ ଟିକା ପ୍ରସ୍ତୁତ କରିବା ସହିତ ସେମାନେ ସାରା ବିଶ୍ବର ଆବଶ୍ୟକତା ପୂରଣ କରିପାରିବେ । ଯଦିଓ କୋରୋନା ପ୍ରତିରୋଧକ ଶକ୍ତି ଏବଂ ସୁରକ୍ଷା ମାନକ ଅନୁସାରେ କେଉଁ ପ୍ରତିଷେଧକ ଟିକା କାର୍ଯ୍ୟକ୍ଷମ ସାବ୍ୟସ୍ତ ହେବ, ତାହା ଏ ପର୍ଯ୍ୟନ୍ତ ଗବେଷଣାରୁ ଜଣାପଡ଼ିନାହିଁ, ତଥାପି ଆମେରିକା, ୟୁରୋପ, ବ୍ରିଟେନ୍‌ ଏବଂ ଜାପାନ ଭଳି ଦେଶ ସମୂହ 130 କୋଟି ଟିକା କିଣିବା ପାଇଁ ପୂର୍ବରୁ ରାଜିନାମା ସଂପାଦନ କରିସାରିଛନ୍ତି ।

ଅତୀତରେ ଯେଉଁଭଳି କେବଳ ଧନୀ ରାଷ୍ଟ୍ରମାନେ ସମସ୍ତ ଔଷଧ ନେଇଯାଇଥିଲେ, ତାହା କରାଇ ନଦେବା ସହିତ ଗରିବ ଓ ମଧ୍ୟମ ବର୍ଗର ଦେଶମାନଙ୍କରେ 200 କୋଟି ଟିକା ଉପଲବ୍‌ଧ କରାଇବା ନିମନ୍ତେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ଭ୍ୟାକ୍‌ସିନ ଆଲିଆନ୍‌ସ’ ସଂଗଠନ ସହ ହାତ ମିଳାଇ ଏକ ଯୋଜନା ପ୍ରସ୍ତୁତ କରିଛି । ଏକ ଉପଯୁକ୍ତ ପ୍ରତିଷେଧକ ଟିକା ଉପଲବ୍‌ଧ ନହେବା ପର୍ଯ୍ୟନ୍ତ, ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଏବଂ ‘ସମସ୍ତଙ୍କ ପାଇଁ ଜଣେ ଏବଂ ସମସ୍ତେ ଜଣଙ୍କ ପାଇଁ’ ନୀତି ସଂପର୍କରେ ସଚେତନତା ସୃଷ୍ଟି କରିବା ଅନିବାର୍ଯ୍ୟ ହୋଇପଡ଼ିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.