ETV Bharat / bharat

‘ସମସ୍ତ ବିଧାୟକ ଗେହଲଟଙ୍କ ସହ, ଦଳ ଛାଡିବେନି ପାଇଲଟ୍’

author img

By

Published : Jul 13, 2020, 1:49 PM IST

ରାଜସ୍ଥାନରେ ରାଜନୈତିକ ସଙ୍କଟ ଜଟିଳ ହେବାରେ ଲାଗିଛି । ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିରୋଧି ଆଭିମୁଖ୍ୟ ମଧ୍ୟରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ପ୍ରତାପ ସିଂ କହିଛନ୍ତି ଯେ ସମସ୍ତ ବିଧାୟକ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ଅଛନ୍ତି।

ମନ୍ତ୍ରୀ ପ୍ରତାପ ସିଂ
ମନ୍ତ୍ରୀ ପ୍ରତାପ ସିଂ

ଜୟପୁର: ରାଜସ୍ଥାନରେ ରାଜନୈତିକ ସଙ୍କଟ ଜଟିଳ ହେବାରେ ଲାଗିଛି । ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିରୋଧି ଆଭିମୁଖ୍ୟ ମଧ୍ୟରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ପ୍ରତାପ ସିଂ କହିଛନ୍ତି ଯେ ସମସ୍ତ ବିଧାୟକ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ଅଛନ୍ତି। ହେଲେ ସଚିନ ପାଇଲଟ ବୁଦ୍ଧିମାନ, ସେ ଦଳ ଛାଡିବେ ନାହିଁ।

ସମଗ୍ର ବିବାଦ ସମ୍ପର୍କରେ ପ୍ରତାପ ସିଂ କହିଛନ୍ତି ଯେ ଏସଓଜିର ଚିଠି କେବଳ ପ୍ରଶ୍ନ ଓ ଔପଚାରିକତା । ଏସଓଜି ଚିଠିରେ ହିଁ ସବୁକିଛି ଖରାପ ହୋଇଗଲା । ତାଙ୍କ ଯୋଜନା ଦୀର୍ଘ ଦିନ ଧରି ଚାଲିଆସୁଥିଲା । ସଚିନ ପାଇଲଟଙ୍କ ଅସନ୍ତୋଷ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ ଦଳରେ ଅନେକ କ୍ଷେତ୍ରରେ ଅସନ୍ତୋଷ ରହିଛି, ମୋର ମଧ୍ୟ ଅସନ୍ତୋଷ ଅଛି କିନ୍ତୁ ଏହାର ଅର୍ଥ ନୁହେଁ ଯେ ମୁଁ ବିଶ୍ବାସଘାତକତା କରିବି।

ପ୍ରତାପ ସିଂ କହିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଚିନ ପାଇଲଟଙ୍କୁ ରାଜ୍ୟ ଅଧ୍ୟକ୍ଷ କରି ଯୁବପିଢୀଙ୍କୁ ସୁଯୋଗ ଦେଇଛନ୍ତି। ସଚିନ ପାଇଲଟ୍ ହେଉଛନ୍ତି ରାଜ୍ୟ ଅଧ୍ୟକ୍ଷ ତାଙ୍କୁ ଆଜି ପର୍ଯ୍ୟନ୍ତ କେହି ହଟାଇନାହାଁନ୍ତି । ସେ 6 ବର୍ଷ ହେବ ସେ ପଦବୀରେ ଅଛନ୍ତି ।

ପ୍ରକାଶଥାଉକି, ସଚିନ ପାଇଲଟଙ୍କ ଦଳ ଦାବି କରିଛି ଯେ ତାଙ୍କ ପାଖରେ 30 ଜଣ ବିଧାୟକଙ୍କ ସମର୍ଥନ ରହିଛି । ଅନ୍ୟପକ୍ଷରେ ଅଶୋକ ଗେହଲଟଙ୍କ ଦ୍ବାରା ବିଧାନସଭା ଦଳର ଏକ ବୈଠକ ଡକାଯାଇଛି। ଏଭଳି ପରିସ୍ଥିତିରେ ଯଦି ସଚିନ ପାଇଲଟ ଓ ତାଙ୍କ ସମର୍ଥକମାନେ ଆଜିର ବୈଠକରେ ସାମିଲ ନ ହୁଅନ୍ତି, ତେବେ କଂଗ୍ରେସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.