ETV Bharat / bharat

ରଥଯାତ୍ରା ମାମଲାରେ ମୋଦିଙ୍କୁ ପ୍ରତାପ ଷଡଙ୍ଗୀଙ୍କ କ୍ରେଡିଟ - ମୋଦିଙ୍କୁ ପ୍ରତାପ ଷଡଙ୍ଗୀଙ୍କ କ୍ରେଡିଟ

ଲକ୍ଷଲକ୍ଷ ଭକ୍ତଙ୍କ ଭାବନାକୁ ଦୃଷ୍ଟିରେ ରଖି ରଥଯାତ୍ରା ସପକ୍ଷରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ନିଜ ମତ ରଖିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ପତାପ ଷଡଙ୍ଗୀ । ଅଧିକ ପଢନ୍ତୁ...

ରଥଯାତ୍ରା ମାମଲାରେ ମୋଦିଙ୍କୁ ପ୍ରତାପ ଷଡଙ୍ଗୀଙ୍କ କ୍ରେଡିଟ

author img

By

Published : Jun 22, 2020, 3:52 PM IST

ଭୁବନେଶ୍ବର: ବଡଦାଣ୍ଡରେ ଏଥର ମହାପ୍ରଭୁଙ୍କ ରଥ ଗଡିବାକୁ ନେଇ ସସପେନ୍ସ ଲାଗି ରହିଥିବାବେଳେ ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏହାକୁ ନେଇ ନିଜର ପ୍ରିତିକ୍ରିୟା ରଖିଛନ୍ତି । ଲକ୍ଷଲକ୍ଷ ଭକ୍ତଙ୍କ ଭାବନାକୁ ଦୃଷ୍ଟିରେ ରଖି ରଥଯାତ୍ରା ସପକ୍ଷରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ନିଜ ମତ ରଖିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରତାପ ।

ରଥଯାତ୍ରା ମାମଲାରେ ମୋଦିଙ୍କୁ ପ୍ରତାପ ଷଡଙ୍ଗୀଙ୍କ କ୍ରେଡିଟ
ରଥଯାତ୍ରା ମାମଲାରେ ମୋଦିଙ୍କୁ ପ୍ରତାପ ଷଡଙ୍ଗୀଙ୍କ କ୍ରେଡିଟ

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଟ୍ବିଟ କରି ଲେଖିଛନ୍ତି ଯେ ରଥଯାତ୍ରାକୁ ନେଇ ପୁରୀ ଗଜପତି ମହାରାଜା କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ରଥଯାତ୍ରା ସପକ୍ଷରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଆଶାକୁ ଉଜ୍ଜୀବୀତ କରିଛି । ତେବେ ବଡଦାଣ୍ଡରେ ରଥ ଗଡିବ ବୋଲି ଲେଖିଛନ୍ତି ପ୍ରତାପ ।

ପ୍ରତାପ ଆହୁରି ମଧ୍ୟ ନିଜ ଟ୍ବିଟ ମାଧ୍ୟମରେ କହିଛନ୍ତି ଯେ ନୈରାଶ୍ୟ ମଧ୍ୟରେ ଶେଷରେ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଏକ ଆଶାର କିରଣ ଦେଖାଦେଇଛି । ଶାହାଙ୍କ ତତ୍ବବଧାନରେ ଭାରତ ସରକାର ସୁପ୍ରିମକୋର୍ଟରେ ରଥଯାତ୍ରା ପାଇଁ ଅନୁକୂଳ ମତ ରଖିବା ପରେ ଭକ୍ତଙ୍କ ମନରେ ଆଶା ସୃଷ୍ଟ ହୋଇଥିବା ସେ କହିଛନ୍ତି ।

ପୂର୍ବରୁ ରଥଯାତ୍ରା ମାମଲାରେ ନିରବତା ପ୍ରକାଶ କରି ସମାଲୋଚନାର ଶିକାର ହୋଇଥିଲା ବିଜେପି । ତେବେ ଘୋଷଯାତ୍ରାକୁ ଆଉ ଗୋଟିଏ ଦିନ ବାକି ଥିବାବେଳେ ଅନେକ ରଥଯାତ୍ରା ହେବା ସପକ୍ଷରେ ନିଜ ମତ ରଖିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.