ETV Bharat / bharat

ଲକଡାଉନ୍ ବେଳେ ମହଙ୍ଗା ପଡ଼ିଲା ବିବାଦୀୟ ପୋଷ୍ଟ, ପ୍ରଶାନ୍ତ ଓ ଗୋପୀନାଥଙ୍କ ନାଁରେ ମାମଲା ରୁଜୁ - objectionable tweet against the Ramayan

ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏବଂ ପୂର୍ବତନ ଆଇଏଏସ କନ୍ନନ ଗୋପୀନାଥନ ସୋଶିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିବାରୁ ଗୁଜରାଟ ପୋଲିସ ସେମାନଙ୍କ ନାଁରେ ମାମଲା ରୁଜୁ କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପ୍ରଶାନ୍ତ ଓ ଗୋପୀନାଥଙ୍କ ନାଁରେ ମାମଲା ରୁଜୁ
ପ୍ରଶାନ୍ତ ଓ ଗୋପୀନାଥଙ୍କ ନାଁରେ ମାମଲା ରୁଜୁ
author img

By

Published : Apr 14, 2020, 8:47 PM IST

ଅହମ୍ମଦାବାଦ: ଲକଡାଉନ୍ ବେଳେ ସୋଶିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରି ଅଡୁଆରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏବଂ ପୂର୍ବତନ ଆଇଏଏସ କନ୍ନନ ଗୋପୀନାଥନ । ଏହି ଦୁଇ ଜଣ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିବାରୁ ଗୁଜରାଟ ପୋଲିସ ସେମାନଙ୍କ ନାଁରେ ମାମଲା ରୁଜୁ କରିଛି ।

ଲକଡାଉନ ବେଳେ ଟିଭିରେ ରାମାୟଣ ପ୍ରସାରିତ ହେଉଛି । ଏହାକୁ ନେଇ ବିବାଦୀୟ ଟ୍ବିଟ କରି ପ୍ରଶାନ୍ତ ଭୂଷଣ କରିଥିବା ଅଭିଯୋଗ ହୋଇଥିବା ବେଳେ ସରକାରଙ୍କ ଏକ ନିର୍ଦ୍ଦେଶନାମାକୁ ସୋସିଆଲ ମିଡିଆରେ ବିଭ୍ରାନ୍ତି କରିବା ଅଭିଯୋଗରେ କାନନ ଗୋପୀନାଥନଙ୍କ ନାମରେ ମାମଲା ରୁଜୁ କରିଛି ଗୁଜରାଟ ପୋଲିସ ।

ରବିବାର ସନ୍ଧ୍ୟାରେ ରାଜକୋଟ ସହରର ଭକ୍ତନଗର ଥାନାରେ ଏଫଆଇଆର ପ୍ରଥମେ ରୁଜୁ ହୋଇଥିଲା । ଏହାପରେ ମାମଲା ସ୍ବତନ୍ତ୍ର ଅପରେସନ୍ ଗ୍ରୁପ୍ (ଏସଓଜିକୁ)କୁ ସ୍ଥାନାନ୍ତର କରାଯାଇଛି । ରାଜକୋଟ ବାସିନ୍ଦା ତଥା ଅବସରପ୍ରାପ୍ତ ସେନା ଅଧିକାରୀ ଜୟଦେବ ଭୋଇ ଯୋଶୀ ଅଭିଯୋଗ କରିଛନ୍ତି ଯେ, ମାର୍ଚ୍ଚ 28ରେ ପ୍ରଶାନ୍ତ ଭୂଷଣ ଏକ ଟୁଇଟ୍ କରିଥିଲେ ଯେଉଁଥିରେ ସେ ରାମାୟଣ ମହାଭାରତକୁ ‘ଅଫିମ’ ବୋଲି ଲେଖିଛନ୍ତି । ଯାହାକି ଅନେକ ହିନ୍ଦୁ ଲୋକଙ୍କ ଭାବନାକୁ ଆଘାତ ଦେଇଛି । ଏ ନେଇ ମାମଲା ରୁଜୁ ହୋଇଛି ବୋଲି ପୋଲିସ୍ ଇନ୍ସପେକ୍ଟର ରୋହିତ ରାୱଲ କହିଛନ୍ତି । ରାୱଲ ମଧ୍ୟ ଏହି ମାମଲାର ଏସଓଜି ତଦନ୍ତକାରୀ ଅଧିକାରୀ ।

ସେହିପରି ସରକାରୀ ନିର୍ଦ୍ଦେଶକୁ ଭୁଲ ଅର୍ଥରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଅଭିଯୋଗରେ ଗୁଜୁରାଟ ପୋଲିସ ସୋମବାର ପୂର୍ବତନ ଆଇଏଏସ ଗୋପୀନାଥନଙ୍କ ନାମରେ ମାମଲା ରୁଜୁ କରିଛି । ଗୋପୀନାଥନ ଟୁଇଟ୍ କରି ସରକାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ସେ ଲେଖିଥିଲେ ‘ଭଲ ଚେଷ୍ଟା, ଆପଣ ଗିରଫ କରିପାରିବେ । କିନ୍ତୁ ଚୁପ୍ କରାଇ ପାରିବେ ନାହିଁ । ଏଠାରେ ତୁମକୁ କେହି ଭୟ କରନ୍ତି ନାହିଁ।’

ଗୋପୀନାଥନ ନିକଟରେ ଆଇଏଏସ ଚାକିରିରୁ ଇସ୍ତଫା ଦେଇଛନ୍ତି । ଦେଶରେ ଅସହିଷ୍ଣୁତା ଏବଂ ବାକ୍ ସ୍ବାଧୀନତାରେ ପ୍ରତିବନ୍ଧକ ଲଗାଯାଉଛି ବୋଲି ଅଭିଯୋଗ କରି ସେ ଇସ୍ତଫା ଦେଇଛନ୍ତି । ନିକଟରେ ପୁଣି ଥରେ ଚାକିରିରେ ଯୋଗ ଦେବା ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ହେଲେ ସେ ପ୍ରତ୍ୟାଖ୍ୟାନ କରିଛନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.