ETV Bharat / bharat

ଅବମାନନା ମାମଲା: ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ କଲେ ପ୍ରଶାନ୍ତ ଭୂଷଣ

author img

By

Published : Sep 13, 2020, 3:41 PM IST

ପ୍ରଶାନ୍ତ ଭୂଷଣଙ୍କୁ ଅଦାଲତ ଅବମାନନାରେ ଦୋଷୀ ସାବ୍ୟସ୍ତ ହେବା ପରେ ପୁଣି ଚର୍ଚ୍ଚାରେ ବରିଷ୍ଠ ଓକିଲ । ସୁପ୍ରିମକୋର୍ଟ ଶୁଣାଇଥିବା ଦଣ୍ଡ ବିରୋଧରେ ଅପିଲ୍ କରିବାକୁ ପ୍ରଶାନ୍ତ ଭୂଷଣ ଅଧିକାରୀ ଦାବି କରିଛନ୍ତି । ଏଥିପାଇଁ ସେ ରିଟ୍ ପିଟିସନ୍ ଦାଖଲ କରିଛନ୍ତି ।

 ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ କଲେ ପ୍ରଶାନ୍ତ ଭୂଷଣ

ନୂଆଦିଲ୍ଲୀ: ପ୍ରଶାନ୍ତ ଭୂଷଣଙ୍କୁ ଅଦାଲତ ଅବମାନନାରେ ଦୋଷୀ ସାବ୍ୟସ୍ତ ହେବା ପରେ ପୁଣି ଚର୍ଚ୍ଚାରେ ବରିଷ୍ଠ ଓକିଲ । ସୁପ୍ରିମକୋର୍ଟ ଶୁଣାଇଥିବା ଦଣ୍ଡ ବିରୋଧରେ ଅପିଲ୍ କରିବାକୁ ପ୍ରଶାନ୍ତ ଭୂଷଣ ଅଧିକାରୀ ଦାବି କରିଛନ୍ତି । ଏଥିପାଇଁ ସେ ରିଟ୍ ପିଟିସନ୍ ଦାଖଲ କରିଛନ୍ତି । ଏଥି ସହିତ ପ୍ରଶାନ୍ତ ଭୂଷଣ ଏକପାଖିଆ ଓ ଅନ୍ୟମାନଙ୍କ ଭାବନାକୁ ବିଚାର ନକରି ହୋଇଥିବା ଶୁଣାଣି ନେଇ ଆଶଙ୍କା ଦୂର କରିବାକୁ ଅନୁରୋଧ କରିଛନ୍ତି ।

ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଆବେଦନ କରିଛନ୍ତି। ଏଥିରେ ଦର୍ଶାଯାଇଛି ଯେ ମୂଳ ଅପରାଧିକ ଅବମାନନା ମାମଲାରେ ହୋଇଥିବା ଦଣ୍ଡ ବିରୋଧରେ ଏକ ବୃହତ ଓ ପୃଥକ ବେଞ୍ଚ ମାଧ୍ୟମରେ ଶୁଣାଣି କରାଯିବା ଉଚିତ। ପ୍ରଶାନ୍ତଙ୍କ ଓକିଲ କାମିନୀ ଜୈସୱାଲଙ୍କ ମାଧ୍ୟମରେ ଏହି ପିଟିସନ ଦାଖଲ କରାଯାଇଛି। ଆବେଦନପତ୍ରରେ ଦର୍ଶାଯାଇଛି ଯେ, ସମ୍ବିଧାନ ଅନୁଯାୟୀ ଆବେଦନ କରିବା ଏକ ମୌଳିକ ଅଧିକାର । ଭୁଲ୍ ଦଣ୍ଡ ବିରୋଧରେ ଏହା ଏକ ମହତ୍ତ୍ବପୂର୍ଣ୍ଣ ସୁରକ୍ଷା କବଚ ଭଳି କାର୍ଯ୍ୟ କରିବ ।

ପ୍ରକାଶଥାଉକି, ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ଅବମାନନା ମାମଲାରେ ଦଣ୍ଡିତ କରିବାବେଳେ ସୁପ୍ରିମକୋର୍ଟ ଏକ ଟଙ୍କାର ଜରିମାନା ଦେଇଥିଲେ । ଏକ ଟଙ୍କା ଜମା ନକଲେ ଭୂଷଣଙ୍କୁ ତିନିମାସ କାରାଗାର ଓ ତିନି ବର୍ଷ ପ୍ରାକ୍ଟିସ୍ ବନ୍ଦ କରାଯିବାର ଦଣ୍ଡ ବିଧାନ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.