ETV Bharat / bharat

ଜାଣନ୍ତୁ କେମିତି ରହିଛି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା

author img

By

Published : Aug 30, 2020, 4:27 PM IST

ମୁଖାର୍ଜୀ ଏବେ ବି କୋମାରେ ଥିବା ବେଳେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ଏନେଇ ଦିଲ୍ଲୀ କ୍ୟାଣ୍ଟେନମେଣ୍ଟର ଆର୍ମି ହସପିଟାଲ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ।

ଜାଣନ୍ତୁ କେମିତି ରହିଛି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟ ଅବସ୍ଥା

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଏଯାଏଁ କୌଣସି ସୁଧାର ଆସୁନାହିଁ । ମୁଖାର୍ଜୀ ଏବେବି କୋମାରେ ଥିବାବେଳେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ଏନେଇ ଦିଲ୍ଲୀ କ୍ୟାଣ୍ଟେନମେଣ୍ଟର ଆର୍ମି ହସପିଟାଲ ପକ୍ଷରୁ ରବିବାର ସୂଚନା ଦିଆଯାଇଛି ।

ପ୍ରଣବ ମୁଖାର୍ଜୀ ଫୁସଫୁସ ସଂକ୍ରମଣ ପାଇଁ ଚିକିତ୍ସିତ ହେଉଛନ୍ତି। ସେ କ୍ରମାଗତ ଭାବରେ ଗଭୀର କୋମାରେ ଅଛନ୍ତି ଏବଂ ତାଙ୍କୁ ଏକ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଛି । ତେବେ ସେ ହେମୋଡାଇନାମିକାଲି ସ୍ଥିର ରହିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ହେମୋଡାଇନାମିକାଲି ସ୍ଥିରର ଅର୍ଥ ତାଙ୍କର ବ୍ଲଡ ପ୍ରେସର ହାର୍ଟ ଏବଂ ପଲ୍ସ ରେଟ ସ୍ଥିର ରହିଛି ।

ମୁଖାର୍ଜୀ ଅଗଷ୍ଟ 10 ତାରିଖରେ ଦିଲ୍ଲୀ କ୍ୟାଣ୍ଟେନମେଣ୍ଟର ଆର୍ମି ହସପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ବ୍ରେନ କ୍ଲଟ ସର୍ଜରୀ କରାଯାଇଥିଲା । ତେବେ ସେହି ସମୟରେ ସେ କୋରୋନାରେ ମଧ୍ୟ ସଂକ୍ରମିତ ହୋଇଥିଲେ । ସର୍ଜରୀ ପରେ ସେ ଫୁସଫୁସ ସଂକ୍ରମଣରେ ଆକ୍ରାନ୍ତ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.