ETV Bharat / bharat

ପ୍ରଣବଙ୍କ ପରଲୋକରେ 7 ଦିନିଆ ରାଷ୍ଟ୍ରୀୟ ଶୋକ ପାଳିବ ଭାରତ, ମଙ୍ଗଳବାର ଶେଷକୃତ୍ୟ

author img

By

Published : Aug 31, 2020, 8:15 PM IST

Updated : Aug 31, 2020, 8:40 PM IST

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ କାରଣରୁ ଦେଶରେ ଅଗଷ୍ଟ 31ରୁ ସେପ୍ଟେମ୍ବର 6 ଯାଏଁ 7 ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ସରକାର ନିଜ ଘୋଷଣାରେ କହିଛନ୍ତି । ତେବେ ଅନ୍ୟପକ୍ଷେ ମଙ୍ଗଳବାର ସକାଳେ ଦିଲ୍ଲୀରେ ପ୍ରଣବ ଦା'ଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଜଣା ପଡିଛି । ଅଧିକ ପଢନ୍ତୁ...

ପ୍ରଣବ ପରଲୋକ: 7 ଦିନିଆ ଶୋକ ପାଳିବ ଭାରତ, ମଙ୍ଗଳବାର ହେବ ଶେଷକୃତ୍ୟ

ନୂଆଦିଲ୍ଲୀ: ଆର ପାରିରେ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । 84 ବର୍ଷରେ ଆଖି ବୁଜିଛନ୍ତି ଭାରତରତ୍ନ ପ୍ରଣବ । ତେବେ ପୂର୍ବତୁ ରାଷ୍ଟ୍ରପତିଙ୍କ ଦେହାନ୍ତରେ 7 ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ କାରଣରୁ ଦେଶରେ ଅଗଷ୍ଟ 31ରୁ ସେପ୍ଟେମ୍ବର 6 ଯାଏଁ 7 ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ସରକାର ନିଜ ଘୋଷଣାରେ କହିଛନ୍ତି । ତେବେ ଅନ୍ୟପକ୍ଷେ ମଙ୍ଗଳବାର ସକାଳେ ଦିଲ୍ଲୀରେ ପ୍ରଣବ ଦା'ଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଜଣା ପଡିଛି ।

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ନେଇ ଘୋଷଣା କରାଯାଇଥିବା 7 ଦିନିଆ ରାଷ୍ଟ୍ରୀୟ ଶୋକ ବେଳେ ଦେଶରେ କୌଣସି ସରକାରୀ ତଥା ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମର ଆୟୋଜନ ହୋଇପାରିବ ନାହିଁ । ସେହିପରି ଏହି ସମୟରେ ସମସ୍ତ ପ୍ରଶାସନିକ କୋଠାରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ ।

ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ । 84 ବର୍ଷରେ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ପ୍ରଣବ ମୁଖାର୍ଜୀ । ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିବାରୁ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା ।

ଅସ୍ତ୍ରୋପଚାର ପରେ ପ୍ରଣବ ମୁଖାର୍ଜୀ ଭେଣ୍ଟିଲେଟରରେ ଥିବାବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଥିଲା । ଏହା ପରେ ସେ କୋମାକୁ ଚାଲିଯାଇଥିଲେ ।

Last Updated : Aug 31, 2020, 8:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.