ETV Bharat / bharat

ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ଜୟନ୍ତୀ, ଦେଶ ଜଣାଉଛି ଶ୍ରଦ୍ଧାଞ୍ଜଳି

author img

By

Published : Dec 11, 2020, 10:33 AM IST

ଭାରତ ରତ୍ନ ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଜୟନ୍ତୀ ଅବସରରେ ଦେଶ ଜଣାଉଛି ଶ୍ରଦ୍ଧାଞ୍ଜଳି । ଅଧିକ ପଢନ୍ତୁ...

ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ଜୟନ୍ତୀ
ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ଜୟନ୍ତୀ

ଭୁବନେଶ୍ବର: ଆଜି ଭାରତ ରତ୍ନ ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଜୟନ୍ତୀ । ଦେଶ ଜଣାଉଛି ଶ୍ରଦ୍ଧାଞ୍ଜଳି । ଟ୍ବିଟ୍‌ କରି ଅନେକ ନେତା ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଓ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ନେତା ଟ୍ବିଟ୍‌ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ଜୟନ୍ତୀ
ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ଜୟନ୍ତୀ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଜଣେ ଭଲ ସଂସଦୀୟ ନେତା ଥିବା ସହ ଜଣେ ରାଷ୍ଟ୍ରନେତା ଥିବା ଦର୍ଶାଇ ତାଙ୍କୁ ମନେପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଦେଶ ଗଠନରେ ତାଙ୍କର ଅତୁଳନୀୟ ଭୂମିକା ଥିବା କହି ପ୍ରଣବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ନବୀନ । ସେହିପରି ଅନ୍ୟାନ୍ୟ ନେତାମାନେ ମଧ୍ୟ ପ୍ରଣବଙ୍କୁ ମନେପକାଇବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

1935 ମସିହା ଡିସେମ୍ବର 11 ତାରିଖରେ ପ୍ରଣବ ମୁଖାର୍ଜୀଙ୍କ ଜନ୍ମ ହୋଇଥିବାବେବେଳେ 2020 ଅଗଷ୍ଟ 31 ତାରିଖରେ ତାଙ୍କର ଦେହାନ୍ତ ହୋଇଛି ।

ତେବେ ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ଜୟନ୍ତୀ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା...

  • 1935 ମସିହା ଡିସେମ୍ବର 11 ତାରିଖରେ ତତକାଳୀନ ବଙ୍ଗାଲ ପ୍ରେସିଡେନ୍ସି, ମିରତୀ (ବର୍ତ୍ତମାନ ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲା) ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ କାମଦା କିଙ୍କର ମୁଖର୍ଜୀ ଓ ମାତା ଥିଲେ ରାଜଲକ୍ଷ୍ମୀ ମୁଖାର୍ଜୀ । ଭାରତର ସ୍ବାଧୀନତା ସଂଗ୍ରାମରେ ତାଙ୍କ ପିତା ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ଏବଂ 1952-1964 ପର୍ଯ୍ୟନ୍ତ ଭାରତୀୟ ଜାତୀୟ କଂଗ୍ରେସରୁ ପଶ୍ଚିମବଙ୍ଗ ବିଧାନ ପରିଷଦର ସଦସ୍ୟ ରହିଥିଲେ ।
  • ସୁରୀ ବିଦ୍ୟା ସାଗର କଲେଜରୁ ନିଜ ପ୍ରାରମ୍ଭିକ ଶିକ୍ଷା ପ୍ରାପ୍ତ କରିଥିଲେ ପ୍ରଣବ । ଏହାପରେ ସେ ରାଜନୀତି ବିଜ୍ଞାନ, ଓ ଇତିହାସରେ କଲିକତା ବିଶ୍ବବିଦ୍ୟାଳୟରୁ ନିଜର ସ୍ନାତକତ୍ତୋର କରିଥିଲେ । ସେ ନିଜର ଆଇନ ଡିଗ୍ରୀ ମଧ୍ୟ ସେଠାରୁ ହାସଲ କରିଥିଲେ ।
  • ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ପ୍ରଣବ ମୁଖାର୍ଜୀ କଲିକତା ଡେପୁଟି ଆକାଉଣ୍ଟାଣ୍ଟ ଜେନେରାଲଙ୍କ କାର୍ଯ୍ୟାଳୟରେ ଉଚ୍ଚ-ବିଭାଗ କିରାଣୀ (Upper Division Clerk) ଭାବ କାର୍ଯ୍ୟ କରୁଥିଲେ । ପରେ 1963 ମସିହାରେ ସେ କୋଲକାତା ବିଦ୍ୟାନଗର କଲେଜରେ ରାଜନୀତି ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଅଧ୍ୟାପନା କାର୍ଯ୍ୟ ମଧ୍ୟ କରିଥିଲେ । ‘ଦେଶେର୍‌ ଡାକ୍‌’ ଖବର କାଗଜରେ ସେ ସାମ୍ବାଦିକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।
  • 1969 ମସିହାରେ ସେ ରାଜନୀତିରେ ପ୍ରବେଶ କଲେ ଓ ଜଣେ ସ୍ବାଧୀନ ପ୍ରାର୍ଥୀ ଭି.କେ କ୍ରିଷ୍ଣା ମେନନଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ । ଆପଣ ଜାଣନ୍ତି କି, ପ୍ରଣବ ମୁଖାର୍ଜୀ ହେଉଛନ୍ତି ଦେଶର ଏକମାତ୍ର ମନ୍ତ୍ରୀ ଯିଏ କ୍ୟାବିନେଟରେ ଅନେକ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରୀ ପଦ ପାଇଥିଲେ । ବାଣିଜ୍ୟ ମନ୍ତ୍ରୀ (1993-95), ବୈଦେଶିକ ମନ୍ତ୍ରୀ (1995-96 ଓ 2006-09), ପ୍ରତିରକ୍ଷା ମନ୍ତ୍ରୀ (2004-06) ଓ ଶେଷରେ ପୁଣି ଥରେ (2009-2012) ପର୍ଯ୍ୟନ୍ତ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ ।
  • ପ୍ରଣବ ମୁଖାର୍ଜୀଙ୍କ ପ୍ରତିଭାକୁ ଚିହ୍ନିପାରି ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ କଂଗ୍ରେସରେ ଯୋଗ ଦେବା ପାଇଁ କହିଥିଲେ । 1969ରେ ଇନ୍ଦିରା ଗାନ୍ଧୀ ପ୍ରଣବଙ୍କୁ ରାଜ୍ୟ ସଭା ସଦସ୍ୟ ହେବାରେ ସାହାଯ୍ୟ କରିଥିଲେ । ପରେ ସେ 1975, 1981, 1993 ଓ 1999ରେ ରାଜ୍ୟସଭାକୁ ପୁନଃ ନିର୍ବାଚିତ ହୋଇଥିଲେ ।
  • ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ହେଉଛନ୍ତି ଏକମାତ୍ର ଅର୍ଥମନ୍ତ୍ରୀ ଯିଏ କି 7 ଥର ବଜେଟ ଉପସ୍ଥାପନ କରିଛନ୍ତି । ଅର୍ଥମନ୍ତ୍ରୀ ଭାବେ ତାଙ୍କର ବିଚକ୍ଷଣ କାର୍ଯ୍ୟ ପାଇଁ 1984ରେ ୟୁରୋମନି ମାଗାଜିନ ଦ୍ବାରା ବିଶ୍ବର ଶ୍ରେଷ୍ଠ ଅର୍ଥମନ୍ତ୍ରୀ ଭାବେ ନାମିତ କରାଯାଇଥିଲା ।
  • ପ୍ରଣବ ମୁଖାର୍ଜୀଙ୍କୁ 2008ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ, 2019ରେ ତାଙ୍କୁ ଭାରତର ସର୍ବଶ୍ରେଷ୍ଠ ନାଗରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା ।
  • ସେ 9ରୁ ଅଧିକ ବହି ମଧ୍ୟ ଲେଖିଛନ୍ତି । ସେଥି ମଧ୍ୟରୁ କେତୋଟି ହେଉଛି, ମିଡଟର୍ମ ପୋଲ, ଅଫ୍‌ ଦ ଟ୍ରାକ (Midterm Poll, Off the Track (1987), ଦ ସାଗା ଅଫ୍‌ ଷ୍ଟ୍ରଗଲ ଆଣ୍ଟ ସାକ୍ରିଫାଇଜ (The saga of Struggle and Sacrifice (1992), କଂଗ୍ରେସ ଆଣ୍ଡ ଦ ମେକିଙ୍ଗ ଅଫ୍‌ ଦ ଇଣ୍ଡିଆନ ନେସନ (Congress and the Making of the Indian Nation (2011), ଦ ଡ୍ରାମାଟିକ ଡେକେଡ: The Dramatic Decade: ଦ ଇନ୍ଦିରା ଗାନ୍ଧୀ ଇୟର୍ସ (The Indira Gandhi Years (2014), ଦ ଟବ୍ୟୁଲାଣ୍ଟ ଇୟର୍ସ (The Turbulent Years), ଦ କୋଏଲିସନ ଇୟର୍ସ (The Coalition Years) ଇତ୍ୟାଦି ।
  • କେବଳ ଭାରତରେ ନୁହେଁ ପ୍ରଣବ ମୁଖାର୍ଜୀ ବିଦେଶରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ବାଙ୍ଗଲାଦେଶ ମୁକ୍ତିଯୁଦ୍ଧୋ ସମ୍ମାନୋନା- ବାଂଲାଦେଶ ମୁକ୍ତି ଯୁଦ୍ଧ ସମ୍ମାନ (ମାର୍ଚ୍ଚ 2013), କ୍ରସ ଅଫ୍‌ ନ୍ୟାସନାଲ ଅର୍ଡର ଅଫ୍‌ ଦ ଇଭୋରି କୋଷ୍ଟ- ଆଇଭୋରୀ କୋଷ୍ଟର ନାଇଟହୁଡର ସର୍ବୋଚ୍ଚ ରାଜ୍ୟ ସମ୍ମାନ (ଜୁନ 2016), ଓ ଗ୍ରାଣ୍ଡ କୋଲାର ଅଫ୍‌ ଦ ଅର୍ଡର ଅଫ୍‌ ମାକାରିଓସ-2- ସାଇପ୍ରସ୍ ଦ୍ବାରା ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଭାରତ ରତ୍ନ ପ୍ରଣବ ମୁଖର୍ଜୀ ।ତାଙ୍କୁ ଦିଆଯାଇଥିବା ଅନ୍ୟାନ୍ୟ ସମ୍ମାନ ହେଉଛି, ଏମର୍ଜିଙ୍ଗ ମାର୍କେଟସ୍, ବିଶ୍ବ ବ୍ୟାଙ୍କ ଏବଂ ଆଇଏମ୍ଏଫ୍ ପାଇଁ ଦୈନିକ ରେକର୍ଡର ଖବରକାଗଜ ଦ୍ବାରା ଫାଇନାନ୍ସ ମିନିଷ୍ଟର ଅଫ ଦ ଇୟର ଫର ଏସିଆ ସମ୍ମାନ (2010) । ବ୍ୟାଙ୍କର ଆଣ୍ଡ ଅନରାରୀ ସିଟିଜେନସିପ ଅଫ୍‌ ଏବିଡଜେନ ଦ୍ବାରା ଫାଇନାନ୍ସ ମିନିଷ୍ଟର ଅଫ ଦ ଇୟର (2010) । ଏହାସହ ଆହୁରି ଅନେକ ସମ୍ମାନ ପାଇଥିଲେ ପ୍ରଣବ ।
  • ଜୁଲାଇ 25, 2012ରେ ସେ ଭାରତର ରାଷ୍ଟ୍ରପତି ଭାବେ ନିଯୁକ୍ତ ହେଲେ ତାପରେ ସେ ଆଉ ନିର୍ବାଚନରେ ଭାଗ ନେଇ ନାହାଁନ୍ତି । ସ୍ବାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ 2017ରେ ସେ ରାଜନୀତିରୁ ଅବସର ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.