ETV Bharat / bharat

ଗରିବ କଲ୍ୟାଣ ଅନ୍ନ ଯୋଜନାରେ କିପରି ପାଇବେ ମାଗଣା ରାସନ୍, ଜାଣନ୍ତୁ... - pm modi

କୋରୋନା ସଂକ୍ରମଣ ବିସ୍ତାର କାରଣରୁ ସମଗ୍ର ଦେଶରେ ଲକଡାଉନ୍ ପରିସ୍ଥିତି ଦେଖାଦେଇଥିଲା। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ପର୍ଯ୍ୟନ୍ତ ଦେଶର 80 କୋଟି ଅଭାବୀ ଲୋକଙ୍କୁ ମାଗଣା ରାସନ ଦେବାକୁ ଘୋଷଣା କରିଛନ୍ତି।

ଗରିବ କଲ୍ୟାଣ ଅନ୍ନ ଯୋଜନା
ଗରିବ କଲ୍ୟାଣ ଅନ୍ନ ଯୋଜନା
author img

By

Published : Jul 1, 2020, 12:50 PM IST

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ବିସ୍ତାର କାରଣରୁ ସମଗ୍ର ଦେଶରେ ଲକଡାଉନ୍ ପରିସ୍ଥିତି ଦେଖାଦେଇଥିଲା। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ପର୍ଯ୍ୟନ୍ତ ଦେଶର 80 କୋଟି ଅଭାବୀ ଲୋକଙ୍କୁ ମାଗଣା ରାସନ ଦେବାକୁ ଘୋଷଣା କରିଛନ୍ତି। 80 କୋଟି ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଉଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମ୍ପ୍ରସାରଣରେ 90 ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ଏହାର ସବୁଠାରୁ ବଡ ଲାଭ ଗରିବଙ୍କ ପାଇଁ ହେବ ।

ଏହି ଘୋଷଣା ଅନୁଯାୟୀ ଦେଶର ପ୍ରବାସୀ ଶ୍ରମିକ, ଯେଉଁମାନଙ୍କର ରେସନ କାର୍ଡ ନାହିଁ ସେହି ପରିବାରକୁ ପ୍ରତି ମାସରେ ସରକାର 5 କିଲୋଗ୍ରାମ ଚାଉଳ କିମ୍ବା ଗହମ ସହ 1 କିଲୋଗ୍ରାମ ଡାଲି ଯୋଗାଇ ଦିଆଯିବ । ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବାବେଳେ ମଧ୍ୟ ଶ୍ରମିକମାନେ ସେମାନଙ୍କର ପୁରୁଣା ରାସନ କାର୍ଡ ବ୍ୟବହାର କରିପାରିବେ । ଅର୍ଥାତ୍ ସରକାରୀ ରାସନ ଅନ୍ୟ ରାଜ୍ୟରେ ମଧ୍ୟ ଗୋଟିଏ ରାସନ କାର୍ଡରେ କ୍ରୟ କରାଯାଇପାରିବ । କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ନୂତନ ରାସନ କାର୍ଡ ପାଇବା ଆବଶ୍ୟକ ନାହିଁ। ପୁରୁଣା ରାସନ କାର୍ଡ ‘ୱାନ ନେସନ, ୱାନ ରାସନ’ କାର୍ଡ ସ୍କିମ ଅଧୀନରେ ଚାଲିବ। ଏହାକୁ ଅପଡେଟ୍ କରିବା ପରେ ଏହା ସମଗ୍ର ଦେଶରେ ବୈଧ ହେବ ।

ଏହି ଯୋଜନା ବିଶେଷ ଭାବରେ ଏପରି ଲୋକଙ୍କ ପାଇଁ, ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଓ କଠିନ ପରିଶ୍ରମ ଦ୍ବାରା କରି ଜୀବନ ବିତାଉଛନ୍ତି । ଏହି ସମୟରେ ଗରିବ ଲୋକେ ନିଜ କାମକୁ ଯିବାକୁ ଅସମର୍ଥ । ଖାଦ୍ୟ ପାଇଁ ସେମାନେ ବହୁତ ଚିନ୍ତିତ, ତେଣୁ ସରକାର ଗରିବ ଲୋକଙ୍କୁ ଉଭୟ ଖାଦ୍ୟ ଓ ଅର୍ଥରେ ସାହାଯ୍ୟ କରୁଛନ୍ତି । ବ୍ୟାଙ୍କ ଆକାଉଣ୍ଟରେ DBT ମାଧ୍ୟମରେ ଆର୍ଥିକ ଦୁର୍ବଳ ଲୋକଙ୍କୁ ଅର୍ଥ ପଠାଯାଉଛି ।

ମାର୍ଚ୍ଚ 25 ରେ ଦେଶରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ମାଗଣା ରାସନ ଘୋଷଣା କରିଥିଲେ। ଏହାର ଦିନକ ପରେ ଅର୍ଥାତ ମାର୍ଚ୍ଚ 26 ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ପ୍ୟାକେଜ (PMGKP) ଅଧିନରେ .70 ଲକ୍ଷ କୋଟି ଘୋଷଣା କରିଥିଲେ। ଏହି ଯୋଜନାରେ ଗରିବ ଲୋକଙ୍କୁ ତିନିମାସ (ଏପ୍ରିଲ, ମେ, ଜୁନ୍) ପାଇଁ ମାଗଣା ରାସନ ଓ ନଗଦ ଟଙ୍କା ପ୍ରଦାନ କରିବା ଅନ୍ତର୍ଭୁକ୍ତ କରାଯାଇଥିଲା। ବର୍ତ୍ତମାନ ଏହି ଯୋଜନା ଆଉ 5 ମାସ ପାଇଁ ବୃଦ୍ଧି କରାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.