ETV Bharat / bharat

ନଭେମ୍ବର ଯାଏ ଲାଗୁ ରହିବ 'ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା' - PM Adress to nation

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ଆହୁରି 5 ମାସ ଅର୍ଥାତ ନଭେମ୍ବର ଯାଏଁ 80 କୋଟି ଗରିବଙ୍କୁ 'ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା'ରେ ରାସନ ଯୋଗାଇ ଦିଆଯିବ ବୋଲି ଘୋଷଣା କଲେ ମୋଦି । ଅଧିକ ପଢନ୍ତୁ...

ନଭେମ୍ବର ଯାଏ ଲାଗୁ ରହିବ 'ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା'

author img

By

Published : Jun 30, 2020, 5:07 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନାର ସଙ୍କଟ ମଧ୍ୟରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ସହ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗାମୀ 5 ମାସ ଯାଏଁ ଗରିବ ପରିବାରକୁ ରାସନ ମିଳିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ବ ମହାମାରୀ ବିରୋଧରେ ଜାରି ଯୁଦ୍ଧରେ ଲଢେଇ କରି ଆମେ ଅନଲକ-2ରେ ପ୍ରବେଶ କରିଛନ୍ତି । କୋରୋନାରେ ମୃତ୍ୟୁ ହାରକୁ ଦେଖିଲେ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଭଲ ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ମୌସୁମୀ ସମୟରେ ଭାରତରେ ସବୁଠୁ ଅଧିକ କାମ କୃଷି କ୍ଷେତ୍ରରେ ହୋଇଥାଏ । ଏପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ବିସ୍ତାର ନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏହି ଯୋଜନା ଅନ୍ତର୍ଗତ 80 କୋଟି ଗରିବ ପରିବାରଙ୍କୁ ପ୍ରତି ମାସ 5 କିଲୋ ଚାଉଳ ଓ 5 କିଲୋ ଗହମ ମିଳିବ । ଏହାସହ 1 କିଲୋ ଚଣା ଦିଆଯିବ ବୋଲି କୁହାଯାଇଛି । ଏହି ଯୋଜନା ଆଗାମୀ 5 ମାସ ଯାଏଁ ଲାଗୁ ରହିବ ।

ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି ଯେ ଲକଡାଉନ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଆସିଥିଲା । ଗତ ତିନି ମାସରେ 20 କୋଟି ଗରିବ ପରିବାରଙ୍କ ଖାତାରେ 31 ହଜାର କୋଟି ଜମା ହୋଇଛି । ସେହିପରି 9 କୋଟିରୁ ଅଧିକ କୃଷକଙ୍କ ଖାତାକୁ ସିଧା 18 ହଜାର କୋଟି ଟଙ୍କା ପଠାଯାଇଛି । ଲକଡାଉନ ସମୟରେ ସମୟରେ ଭାରତରେ 80 କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ ରାସନ ମାଗଣାରେ ଦିଆଯାଇଥିବା ସାରା ବିଶ୍ବକୁ ଆଶ୍ଚର୍ଯ୍ୟ କରିଛି ।

ଭାରତ ପାଇଁ ଏକ ସ୍ବପ୍ନ ଦେଖିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ସାରା ଦେଶ ପାଇଁ ଏକ ରାଷ୍ଟ୍ର ଏକ ରାସନ କାର୍ଡ ବ୍ୟବସ୍ଥା ହେଉଛି । ସଚ୍ଚୋଟତାର ସହ ଜନସାଧାରଣ ନିଜର ଟିକସ ଟଙ୍କା ପଇଠ କରିଥିବାରୁ ଗରିବଙ୍କ ଘରେ ଚୁଲି ଜଳିପାରିଛି । ଦେଶର ଅନ୍ନଦାତା ଓ କରଦାତାଙ୍କ ପାଇଁ ଏହା ସମ୍ଭବ ହୋଇଛି । ତେବେ ଏନେଇ ଗରିବଙ୍କ ସହ କୃଷକ ଓ କରଦାତାଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.