ETV Bharat / bharat

ମହିଳାଙ୍କ ସୁରକ୍ଷା ପାଇଁ ଦିଲ୍ଲୀରେ ‘Power Walk’

author img

By

Published : Mar 2, 2020, 4:33 PM IST

ଜାତୀୟ ମହିଳା କମିଶନ(NCW) ପକ୍ଷରୁ ଦିଲ୍ଲୀରେ ଏକ ‘POWER WALK’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଅଧିକ ପଢନ୍ତୁ...

Power Walk' in Delhi
ମହିଳାଙ୍କ ସୁରକ୍ଷା ପାଇଁ ଦିଲ୍ଲୀରେ ‘Power Walk’

ନୂଆଦିଲ୍ଲୀ: ଜାତୀୟ ମହିଳା କମିଶନ(NCW) ପକ୍ଷରୁ ଦିଲ୍ଲୀରେ ଏକ ‘POWER WALK’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହା ଲିଙ୍ଗଗତ ସମାନତା ଓ ମହିଳାଙ୍କ ସହ ହେଉଥିବା ଅପରାଧକୁ ନେଇ ଏକ ସଚେତନତା ଯାତ୍ରା ।

ଏନସିଡବ୍ଲ୍ୟୁର ମୁଖ୍ୟ ରେଖା ଶର୍ମାଙ୍କ ଆହ୍ବାନରେ ଏହି ଯାତ୍ରା କରାଯାଇଥିଲା । ଇଣ୍ଡିଆଗେଟରୁ ଜନପଥ ଯାଏଁ ଏହି ଯାତ୍ରାର ଆୟୋଜନ ହୋଇଥିଲା । ଏଥିରେ ଶହ ଶହ ମହିଳା ଯୋଗ ଦେଇଥିଲେ । ଏହାସହ ଏକ ଷ୍ଟ୍ରିଟ୍ ପ୍ଲେ ମଧ୍ୟ ଆୟୋଜିତ କରାଯାଇଥିଲା । ଦିଲ୍ଲୀ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ । ହାତରେ ପ୍ଲା କାର୍ଡ ଧରି ମହିଳାଙ୍କ ସମାନତାକୁ ନେଇ ନାରା ଲଗାଇଥିଲେ ।

ରାତି ହେଉ କି ଦିନ ସବୁ ସ୍ଥାନରେ ମହିଳା ନିଜ ଅଧିକାର ସାବ୍ୟସ୍ତ କରିପାରିବେ । ଏମିତି ଏକ ପରିବେଶ ସୃଷ୍ଟି ହେବା ଜରୁରୀ ଯେଉଁଠି ଜଣେ ମହିଳା ନିଜକୁ ସୁରକ୍ଷିତ ଭାବିବ ବୋଲି ରେଖା ଶର୍ମା କହିଛନ୍ତି ।

ପଦ୍ମଶ୍ରୀ ଉଷା ଚୌମାର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେ କହିଛନ୍ତି,‘ଜୀବନ ନଷ୍ଟ କରିବା ପାଇଁ କାହା ପାଖରେ ଅଧିକାରୀ ନାହିଁ । ଏସିଡ୍ ଫୋପାଡୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ ’ ।

ଏହି କାର୍ଯ୍ୟକ୍ରମରେ କାନାଡର ହାଇ କମିଶନର୍ ନାଦିର ପଟେଲ ଯୋଗ ଦେଇ କାନାଡା ମହିଳାଙ୍କ ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ ବୋଲି କହିଥିଲେ । ସେଠାରେ ଲିଙ୍ଗଗତ ସମାନତା, ନାରୀ ସଶକ୍ତିକରଣ ଆଦିକୁ ବେଶ୍ ଗୁରୁତ୍ବ ଦିଆଯାଇଥାଏ । ଏହାସହ ମାର୍ଚ 8ରେ ପାଳନ ହେବାକୁ ଥିବା ବିଶ୍ବ ମହିଳା ଦିବସରେ କାନାଡାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘Run For Her’ ଆୟୋଜିତ ହେବ ବୋଲି ସେ କହିଛନ୍ତି ।

ANI ଇନପୁଟ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.