ETV Bharat / bharat

ଚାଇନିଜ ଆପ୍‌ ବ୍ୟାନ ପରେ ହାଇଦ୍ରାବାଦରେ ପ୍ରସ୍ତୁତ ହେଲା ମେଡ ଇନ ଇଣ୍ଡିଆ ଆପ୍ସ - ଭାକ୍ୟା

ଭାରତରେ ବର୍ତ୍ତମାନ ଆରମ୍ଭ ହୋଇଥିବା ମେଡ ଇନ ଇଣ୍ଡିଆ ଆହ୍ବାନ କେବଳ ଯେ ଭାରତୀୟ ସାମଗ୍ରୀ ପାଇଁ ନୁହେଁ ବରଂ ବିଭିନ୍ନ ପ୍ଲାଟଫର୍ମ ଯଥା ମୋବାଇଲ ଆପ୍ଲିକେଶନରେ ମଧ୍ୟ ଲାଗୁ ହୋଇଛି । ଯାହା ଦେଶରେ ନୂଆ ନୂଆ ଆପ୍‌ ସୃଷ୍ଟିକୁ ପ୍ରୋତ୍ସାହନ ଦେଇଛି । ଅଧିକ ପଢନ୍ତୁ...

chinese apps ban in india, made in india apps, made in india apps from hyderabad, made in india mobile application, mobile application in hyderabad, dubshoot, VacYa, Just-A-Sec, ଭାରତରେ ଚାଇନିଜ ଆପ୍‌ ବ୍ୟାନ, ମେଡ ଇନ ଇଣ୍ଡିଆ ଆପ୍‌, ହାଇଦ୍ରାବାଦରେ ମେଡ ଇନ ଇଣ୍ଡିଆ ଆପ୍‌, ମେଡ ଇନ ଇଣ୍ଡିଆ ମୋବାଇଲ ଆପ୍ଲିକେଶନ, ହାଇଦ୍ରାବାଦରେ ମୋବାଇଲ ଆପ୍ଲିକେଶନ, ଡବଶଟ୍‌, ଭାକ୍ୟା, ଜଷ୍ଟ-ଏ-ସେକେଣ୍ଡ
ଚାଇନିଜ ଆପ୍‌ ବ୍ୟାନ ପରେ ହାଇଦ୍ରାବାଦରେ ପ୍ରସ୍ତୁତ ହେଲା ମେଡ ଇନ ଇଣ୍ଡିଆ ଆପ୍ସ
author img

By

Published : Jul 12, 2020, 9:41 PM IST

Updated : Jul 12, 2020, 9:55 PM IST

ହାଇଦ୍ରାବାଦ: ଭାରତ-ଚୀନ ମୁହାଁମୁହିଁ ସ୍ଥିତି ପରେ ଭାରତରେ ବ୍ୟାନ ହୋଇଛି 59ଟି ଚାଇନିଜ ଆପ୍‌ । ଯାହାର ବିକଳ୍ପ ପାଇଁ ଆରମ୍ଭ ହୋଇଛି ‘ମେଡ ଇନ ଇଣ୍ଡିଆ’ ଅଭିଯାନ । ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ଭାରତୀୟମାନେ ସ୍ବାଗତ କରିବା ସହ ବିଭିନ୍ନ ଭାରତୀୟ ଆପ୍‌ ପ୍ରସ୍ତୁତି ଜୋର ଧରିଛି । ଯେଉଁଥିରେ ସାମିଲ ହୋଇଛି ହାଇଦ୍ରାବାଦରେ ପ୍ରସ୍ତୁତ ହୋଇଥିବା ଆପ୍‌ ଡବଶଟ୍‌, ଭାକ୍ୟା ଓ ଜଷ୍ଟ-ଏ-ସେକେଣ୍ଡ ।

ଭାରତରେ ବର୍ତ୍ତମାନ ଆରମ୍ଭ ହୋଇଥିବା ମେଡ ଇନ ଇଣ୍ଡିଆ ଆହ୍ବାନ କେବଳ ଯେ ଭାରତୀୟ ସାମଗ୍ରୀ ପାଇଁ ନୁହେଁ ବରଂ ବିଭିନ୍ନ ପ୍ଲାଟଫର୍ମ ଯଥା ମୋବାଇଲ ଆପ୍ଲିକେଶନରେ ମଧ୍ୟ ଲାଗୁ ହୋଇଛି । ଯାହା ଦେଶରେ ନୂଆ ନୂଆ ଆପ୍‌ ସୃଷ୍ଟିକୁ ପ୍ରୋତ୍ସାହନ ଦେଇଛି । ଏନେଇ ସୂଚନା ଦେଇଛନ୍ତି ଡବ୍‌ଶଟ୍‌ ସିଇଓ ତଥା ସହ ପ୍ରତିଷ୍ଠାତା ପି.ଭେଙ୍କଟେଶ୍ବର ରାଓ । ସେ ଏହା ମଧ୍ୟ କହିଛନ୍ତି କି ଚାଇନିଜ ବ୍ୟାନ ହେବାର ଢେର ସମୟ ପୂର୍ବରୁ ହିଁ ଭାରତୀୟମାନେ ଭାରତୀୟ ଉତ୍ପାଦ ପ୍ରତି ଢଳିବା ଆରମ୍ଭ କରିସାରିଥିଲେ । ଏହି ଭାରତୀୟ ଉତ୍ପାଦ ମଧ୍ୟରେ ଗୋଟିଏ ହେଉଛି ଡବ୍‌ଶଟ୍‌ । ଜୁନ ପୂର୍ବ ସୁଦ୍ଧା ଡବ୍‌ଶଟ୍‌ର 50 ଲକ୍ଷ ୟୁଜର୍ସ ରହିଥିବା ବେଳେ ଗତ ସପ୍ତାହ ସୁଦ୍ଧା ଏହାର ୟୁଜର୍ସ ସଂଖ୍ୟା ହୁ ହୁ ହୋଇ ବଢିଥିବା ଦେଖାଯାଇଛି ।

ଡବ୍‌ଶଟ୍‌ ଏକ ଏପରି ଟେକ୍ନିକାଲ ପ୍ଲାଟଫର୍ମ ଯେଉଁଥିରେ ୟୁଜର୍ସ ଅନେକ ଜରୁରୀ ଫିଚର ଯଥା ଡବ୍‌ ଭିଡିଓ ପରି କଣ୍ଟେଣ୍ଟ କ୍ରିଏସନ ଟୁଲ ରହିଛି । ଏହି ୟୁଜର୍ସ ଜେନେରେଟେଡ ପ୍ଲାଟଫର୍ମରେ ସମସ୍ତ ହିନ୍ଦୀ ଓ ଇଂରାଜୀ ସମେତ ଅନ୍ୟ ସମସ୍ତ ଭାରତୀୟ ଭାଷା ରହିଛି । ସେପଟେ ଏହା ୟୁଜର୍ସଙ୍କ ଡାଟା ସୁରକ୍ଷିତ ରଖିବାରେ ମଧ୍ୟ ସକ୍ଷମ । କୌଣସି ୟୁଜରଙ୍କ ଅନୁମତି ବିନା ଏହା କୌଣସି କଣ୍ଟେଣ୍ଟ ଅପଲୋଡ କରେ ନାହିଁ । କେବଳ ଭାରତ ନୁହେଁ ଏହି ଆପ୍‌ର ଭାରତ ବାହାରେ ଯଥା ଆମେରିକା, ମଧ୍ୟପୂର୍ବ ରାଷ୍ଟ୍ର, ଶ୍ରୀଲଙ୍କା ଓ ଅନ୍ୟ ଦେଶରେ ମଧ୍ୟ ଢେର ଚାହିଦା ରହିଛି ।

ଡବ୍‌ଶଟ୍‌ ପରି ଆଉ ଏକ ୟୁଜର ଫ୍ରେଣ୍ଡଲି ଆପ୍‌ ହେଉଛି ଭାକ୍ୟା । ହାଇଦ୍ରାବାଦରେ ପ୍ରସ୍ତୁତ ଏହି ମୋବାଇଲ ଆପ୍ଲିକେଶନ ଦେଶବ୍ୟାପୀ ଲକଡାଉନରେ ନାହିଁ ନଥିବା ପ୍ରଶଂସା ସାଉଣ୍ଟିବାରେ ସଫଳ ହୋଇଛି । ଦୀର୍ଘ ତିନି ମାସରୁ ଉର୍ଦ୍ଧ୍ବ ସମୟ ଧରି ଦେଶରେ ଲାଗି ରହିଥିବା କୋରୋନାଜନିତ ଲକଡାଉନ ସ୍ଥିତିରେ ଏହି ଆପ୍‌କୁ ଫ୍ରି କରାଯାଇଥିବା ବେଳେ ଏବେ ଯାଏଁ ଏହି ପ୍ଲାଟଫର୍ମରେ 1 ଲକ୍ଷରୁ ଉର୍ଦ୍ଧ୍ବ ସାଇନଅପ ରେକର୍ଡ କରାଯାଇଛି । ଯାହା ଏହି ଆପ୍‌କୁ ବର୍ତ୍ତମାନର ବୃହତ୍ତମ ମେଡ ଇନ ଇଣ୍ଡିଆ ଆପ୍‌ ବୋଲି ପରିଚୟ ଦେଇଛି ।

ଭାକ୍ୟା ନା ଯେ କେବଳ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରେ ସାହାଯ୍ୟ କରୁଛି ବରଂ ଏହା ସ୍ବାସ୍ଥ୍ୟ, ଶିକ୍ଷା ଓ ଆହୁରି ଅନେକ କ୍ଷେତ୍ରରେ ମଧ୍ୟ ଉପାଦେୟ ସାବ୍ୟସ୍ତ ହୋଇଛି । ଏହି ଆପ୍‌ ବ୍ୟବସାୟର ପ୍ରକ୍ରିୟାକୁ ସହଜ କରିବା ସହିତ ଦୈନିକ କାର୍ଯ୍ୟକଳାପର ଦକ୍ଷତା ସୁରକ୍ଷିତ ଭାବେ ବୃଦ୍ଧି କରିବାରେ ସକ୍ଷମ । ଭାକ୍ୟାର ପ୍ରତିଷ୍ଠାତା ଚନ୍ଦ୍ର ଏସ. ପୋତିନେନୀଙ୍କ କହିବା ଅନୁଯାୟୀ ହଜାର ହଜାର ୟୁଜର୍ସ ଏହି ଆପ୍‌କୁ ବର୍ତ୍ତମାନ ବ୍ୟବହାର କରୁଛନ୍ତି ଓ ଦିନକୁ ଦିନ ଏହି ସଂଖ୍ୟା ବଢିବାରେ ଲାଗିଛି । ଆପ୍‌ର ସରଳ କାର୍ଯ୍ୟକାରିତା ୟୁଜର୍ସଙ୍କୁ ଆକର୍ଷିତ କରୁଛି । ସେପଟେ ୟୁଜର୍ସଙ୍କ ସୁରକ୍ଷା ଆପ୍‌ର ପ୍ରାଥମିକତା ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି ଆପ୍‌ଟି ଲାଟେଷ୍ଟ ୱେବଆରଟିସି ସିଗନାଲିଂ ଓ ମିଡିଆ ଷ୍ଟାଣ୍ଡାର୍ଡର ବ୍ୟବହାରରେ ପ୍ରସ୍ତୁତ ହୋଇଛି ।

ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ସରକାର ଘୋଷଣା କରିଥିବା ଡାଟା ସ୍ଥାନୀୟକରଣ ସହ ଡାଟାର ସୁରକ୍ଷା ଉପରେ ଭାକ୍ୟା ଧ୍ୟାନ କେନ୍ଦ୍ରୀଭୂତ କରିଛି । ତେଣୁ ଭାକ୍ୟାରେ ହେଉଥିବା ପ୍ରତ୍ୟେକ ବୈଠକ ଆଞ୍ଚଳିକ ସ୍ତରରେ ଓ ଭାରତୀୟ ସର୍ଭର ବ୍ୟବହାରରେ କରାଯାଉଛି । ସେହିପରି ହାଇଦ୍ରାବାଦର ଆଉ ଏକ ଆପ୍‌ ବର୍ତ୍ତମାନ ଭାରତୀୟ ୟୁଜର୍ସଙ୍କୁ ଆକର୍ଷିତ କରିଛି । ସେ ହେଉଛି ଜଷ୍ଟ-ଏ-ସେକେଣ୍ଡ । ଏହି ଆପ୍‌ ସାହାଯ୍ୟରେ ଗ୍ରାହକ ଏକ ପର୍ସନାଲାଇଜ୍ଡ ନୋଟିଫିକେଶନ ପାଇବେ । ଯାହା ଗ୍ରାହକଙ୍କ ପସନ୍ଦର ବିଷୟ ଉପରେ କାର୍ଯ୍ୟ କରିବା ପାଇଁ ଅପ୍ସନ ଯୋଗାଇବ । ଏଠାରେ ଗ୍ରାହକ ନିଜ ପସନ୍ଦର ତଥ୍ୟ ଦେବା ଦ୍ବାରା ଆପ୍‌ ସେମାନଙ୍କୁ ନୂଆ ସ୍ଥାନ, ବିଷୟ ବା ବସ୍ତୁ ବିଷୟରେ ଜାଣିବାକୁ ସାହାଯ୍ୟ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 12, 2020, 9:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.