ETV Bharat / bharat

ବିନା ରାସନ କାର୍ଡରେ ବି ଗରିବଙ୍କୁ ଦିଆଯାଉ ରାସନ: ବରିଷ୍ଠ କଂଗ୍ରେସ ନେତା - senior congress leader Jairam Ramesh

ସେପଟେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ଯେଉଁମାନଙ୍କ ନିକଟରେ ରାସନ କାର୍ଡ ନାହିଁ ସେମାନଙ୍କୁ ମଧ୍ୟ ଖାଦ୍ୟଶସ୍ୟ ଯୋଗାଇ ଦିଅନ୍ତୁ ।

ବିନା ରାସନ କାର୍ଡରେ ବି ଗରିବଙ୍କୁ ଦିଆଯାଉ ରାସନ: ବରିଷ୍ଠ  କଂଗ୍ରେସ ନେତା

author img

By

Published : May 6, 2020, 5:06 PM IST

ନୂଆଦିଲ୍ଲୀ: ଏବେ ସମସ୍ତଙ୍କୁ ଘାରିଛି ଗରିବଙ୍କ ଚିନ୍ତା । ସେଥିପାଇଁ କେନ୍ଦ୍ରସରକାର ଓ ରାଜ୍ୟ ସରକାରଙ୍କ ତରଫରୁ ଯେତେ ସମ୍ଭବ ସେବା ଯୋଗାଇ ଦିଆଯାଉଛି । ସେପଟେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ଯେଉଁମାନଙ୍କ ନିକଟରେ ରାସନ କାର୍ଡ ନାହିଁ ସେମାନଙ୍କୁ ମଧ୍ୟ ଖାଦ୍ୟଶସ୍ୟ ଯୋଗାଇ ଦିଅନ୍ତୁ ।

ଏନେଇ ସେ ରାମ ଭିଲାସ ପାସୱାନଙ୍କୁ ଏକ ଚିଠି ଲେଖିଛନ୍ତି । ସେଥିରେ ଉଲ୍ଲେଖ ରହିଛି ଯେ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବାରେ ଭେଦଭାବପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରାଯିବା ଉଚିତ ନୁହେଁ । ତାଲାବନ୍ଦ ସମୟରେ ରାସନ କାର୍ଡ ନଥିବା ଲୋକଙ୍କୁ ସାହାଯ୍ୟ କରାଯାଉ । ଖାଦ୍ୟ ଶସ୍ୟକୁ ବାରଣ କରାନଯାଉ । ଏହିଭଳି ପରିସ୍ଥିତିରେ ଆଧାର ଭିତ୍ତିକ ବାୟୋମେଟ୍ରିକ ପ୍ରମାଣିକରଣର ଆବଶ୍ୟକତାକୁ ଛାଡ କରିବାକୁ ସେ କହିଛନ୍ତି ।

ଏହାପୂର୍ବରୁ ସେ ସୁପ୍ରିମକୋର୍ଟରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ । ହେଲେ ସୁପ୍ରିମ କୋର୍ଟ ତାଙ୍କ ଆବେଦନ ଗ୍ରହଣ ନକରିବା ପରେ ମନ୍ତ୍ରୀଙ୍କ ନିକଟରେ କଂଗ୍ରେସ ନେତା ଆବେଦନ କରିଛନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.