ନୂଆଦିଲ୍ଲୀ: ପୁଣି ଦୁର୍ବଳ ସ୍ଥିତିରେ ଦିଲ୍ଲୀର ବାୟୁ। ଦିନକୁ ଦିନ ଶୀତ ସହ ବଢୁଛି ପ୍ରଦୂଷଣର ମାତ୍ରା। ପ୍ରବଳ ଜାଡ ସହ ପ୍ରଦୂଷଣ ଦିଲ୍ଲୀବାସୀଙ୍କୁ କଲାଣି ଅଣନିଶ୍ବାସୀ । ବର୍ତ୍ତମାନ ଦିଲ୍ଲୀର ପ୍ରଦୂଷଣ ସ୍ତର ଦୁର୍ବଳସ୍ଥିତିରେ ରହିଛି।
ଲୋଧି ରୋଡ ଅଞ୍ଚଳରେ ଆଜି ଏୟାର କ୍ବାଲିଟି ଇଣ୍ଡେକ୍ସ ଅନୁସାରେ ପିଏମ 2.5ରେ ପ୍ରଦୂଷଣର ମାତ୍ରା 201 ରହିଛି। ଲଗାତର ଏଭଳି ପ୍ରଦୂଷଣ ଯୋଗୁଁ ଅନେକ ଅସୁବିଧାର ସାମନା କରୁଛନ୍ତି ଦିଲ୍ଲୀବାସୀ । ଘରୁ ବାହାରକୁ ବାହାରିବା ପୂର୍ବରୁ ଭାବିବାକୁ ପଡୁଛି ।