ETV Bharat / bharat

ନିସର୍ଗ ପରେ ଶୁଦ୍ଧ ହେଉଛି ମୁମ୍ବାଇ ବାୟୁ

author img

By

Published : Jun 4, 2020, 4:46 PM IST

ନିସର୍ଗ ପରେ ଶୁଦ୍ଧ ହେଉଛି ମୁମ୍ବାଇ ବାୟୁ । ଫଳରେ ମଜଗାଓଁରେ ସବୁଠାରୁ ଶୁଦ୍ଧ ବାୟୁ ରେକର୍ଡ କରାଯାଇଥିଲା, ଯାହାର ବାୟୁ ଗୁଣ ଚାରି ଥିଲାବେଳେ ସର୍ବନିମ୍ନ ସ୍ୱଚ୍ଛ ବାୟୁ ମାଲାଡ ଏବଂ ବୋରିଭାଲିରେ 43 ର ଏକ୍ୟୁଆଇ ସହିତ ରେକର୍ଡ କରାଯାଇଥିଲା । ଅଧିକ ପଢନ୍ତୁ...

Pollution in Mumbai Hits Record Low  After Cyclone Nisarga
ନିସର୍ଗ ପରେ ଶୁଦ୍ଧ ହେଉଛି ମୁମ୍ବାଇ ବାୟୁ

ମୁମ୍ବାଇ: ବୁଧବାର ଅପରାହ୍ନରେ ମହାରାଷ୍ଟ୍ରର ରାୟଗଡରେ ଥିବା ଶ୍ରୀବର୍ଦ୍ଧନ-ଡାଇଭଗରରେ ନିସର୍ଗ ଲ୍ୟାଣ୍ଡଫଲ କରିଥିଲା। ଏଥିରେ ପ୍ରାୟ ଚାରି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ତେବେ ନିସର୍ଗ ପରେ ରାଜ୍ୟରେ ଆସିଛି ପରିବର୍ତ୍ତନ । କମିଛି ପ୍ରଦୂଷଣ ।

ରିପୋର୍ଟ ଅନୁଯାୟୀ, ଏହି ଘୂର୍ଣ୍ଣିବଳୟ ଉଚ୍ଚ ବେଗରେ ପବନ ଆଣି ପାରିକ୍ୟୁଲେଟ୍ ପଦାର୍ଥ ଧୋଇ ଦେଇଥିଲା। ସିଷ୍ଟମ୍ ଅଫ୍ ଏୟାର କ୍ୱାଲିଟି ପାଣିପାଗ ପୂର୍ବାନୁମାନ ଅନୁସନ୍ଧାନ ଅନୁଯାୟୀ, ବାୟୁ ଗୁଣବତ୍ତା ସୂଚକାଙ୍କ 22 ରେ ରେକର୍ଡ କରାଯାଇଛି। ଏହା ବାୟୁ ଗୁଣବତ୍ତାର ଏକ ଉନ୍ନତ ବର୍ଗକୁ ସୂଚାଉଛି। ମଜଗାଓଁରେ ସବୁଠାରୁ ଶୁଦ୍ଧ ବାୟୁ ରେକର୍ଡ କରାଯାଇଥିଲା, ଯାହାର ବାୟୁ ଗୁଣ ଚାରି ଥିଲାବେଳେ ସର୍ବନିମ୍ନ ସ୍ୱଚ୍ଛ ବାୟୁ ମାଲାଡ ଏବଂ ବୋରିଭାଲିରେ 43 ର ଏକ୍ୟୁଆଇ ସହିତ ରେକର୍ଡ କରାଯାଇଥିଲା ।

ଏହାପୂର୍ବରୁ, ସର୍ବନିମ୍ନ ଏକ୍ୟୁଆଇ 25 ରହିଥିଲା । ଯାହାକି ସିଷ୍ଟମ୍ ଅଫ୍ ଏୟାର କ୍ୱାଲିଟି ଅନୁସନ୍ଧାନ ଦ୍ବାରା ମେ 23 ରେ ରେକର୍ଡ କରାଯାଇଥିଲା । ସଫରର ନିର୍ଦ୍ଦେଶକ ଗୁଫ୍ରାନ୍ ବେଗ୍ କହିଛନ୍ତି, ମୁମ୍ବାଇରେ ବୁଧବାର ପବନର ବେଗ 72 କିଲୋମିଟର ଥିଲା ଯାହା ବାୟୁମଣ୍ଡଳକୁ ସ୍ବଚ୍ଛ କରିଥିଲା । କେବଳ ନିସର୍ଗ ନୁହେଁ ଗତ କିଛି ମାସର ଲକ ଡାଉନ୍ ମଧ୍ୟ ଉନ୍ନତ ବାୟୁ ସୃଷ୍ଟିକରିବାର ଏକ ଭୂମିକା ଗ୍ରହଣ କରିଛି । ଏହି ସମୟ ମଧ୍ୟରେ ପ୍ରଦୂଷଣ ପୂର୍ବ ଅପେକ୍ଷା ହ୍ରାସ ପାଇଛି। ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ 25 mg/m3କୁ ଏକ ସୁରକ୍ଷିତ PM 2.5 ରହିଥାଏ । ତେବେ ବୁଧବାର PM 2.5 କ୍ୟୁବିକ୍ ମିଟର ପ୍ରତି 15 ମାଇକ୍ରୋଗ୍ରାମ୍ ପରି କମ୍ ଥିଲା ବାୟୁର ଗୁଣବତ୍ତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.