ଶିମଲା: ହିମାଚଳପ୍ରଦେଶ ଲାହୋଲ ଅଞ୍ଚଳର ସ୍ପିତିରେ ରହିଛି ଦୁନିଆର ସବୁଠୁ ଉଚ୍ଚତମ ମତଦାନ କେନ୍ଦ୍ର । ଏଠାରେ ମତଦାତା ପାରମ୍ପରିକ ବେଶଭୂଷାରେ ମତଦାନ କରିଥାନ୍ତି । ସ୍ଥାନୀୟ ତାଶିଙ୍ଗାଗ ଗାଁରେ ମାତ୍ର 49 ମତଦାତା ରହିଛନ୍ତି । ସେମାନଙ୍କ ପାଇଁ ମତଦାନ କେନ୍ଦ୍ରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥାଏ । କିଭଳି ସମସ୍ତେ ଶାନ୍ତି ଶୃଙ୍ଖଳାର ସହ ମତଦାନ କରି ପାରିବେ । ତେବେ ଏହି ଉଚ୍ଚତମ ମତଦାନ କେନ୍ଦ୍ରର ଉଚ୍ଚତା 15,256 ଫୁଟ ।
ରାଜ୍ୟ ସହାୟକ ମୁଖ୍ୟ ନିର୍ବାଚନ ଅଧିକାରୀ ହରବଂଶ ଲାଲ ଧିମାନଙ୍କ କହିବା ଅନୁସାରେ,ପଡୋଶୀ ହିକ୍କମ ପୂର୍ବରୁ ଦୁନିଆର ସବୁଠୁ ଉଚ୍ଚତମ ମତଦାନ କେନ୍ଦ୍ରଥିଲା । କିନ୍ତୁ 2017 ମସିହାରେ ଏହାକୁ କୌଣସି କାରଣରୁ ପରିବର୍ତ୍ତନ କରାଯାଇଥିଲା । ଏବେ ଏହି ଉଚ୍ଚତମ କେନ୍ଦ୍ରରେ ଲୋକେ ଦେଉଛନ୍ତି ଭୋଟ ।
କେବଳ ପାରମ୍ପରିକ ପୋଷାକ ନୁହେଁ ବାଜାବାଣ ସହ ମତଦାନ କେନ୍ଦ୍ରକୁ ଆସିଥାନ୍ତି ମତଦାତା । ଆଉ ଶାନ୍ତିଶୃଙ୍ଖଳାର ସହ ଭୋଟ ଦେଇଥାନ୍ତି ।