ଶ୍ରୀନଗର: ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଜମ୍ମୁ-କାଶ୍ମୀରରେ ଦୁର୍ବୃତ୍ତଙ୍କ ଲଙ୍କା କାଣ୍ଡ । ଜାମ୍ମୁ-କାଶ୍ମୀର ସୋପିଆନ କେଗାମର ଏକ ପୁଲିଂ ବୁଥ୍କୁ ନିଆଁ ଲଗାଇଛନ୍ତି ଦୁର୍ବୃତ୍ତ ।
ଆସନ୍ତାକାଲି ଜାମ୍ମୁ-କାଶ୍ମୀର ନିର୍ବାଚନ । ତେବେ ଦିନକ ପୂର୍ବରୁ ଏଭଳି ଘଟଣା ପରିବେଶକୁ ଅଶାନ୍ତ କରିବା ସହ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି । ଏହି ବୁଥ୍ଟି ଏକ ସରକାରୀ ସ୍କୁଲ ଥିବା ବେଳେ ନିଆଁରେ ଏହା ସମ୍ପୂର୍ଣ୍ଣ ଜଳି ଯାଇଛି । ତେବେ ପୁଲିଂ କର୍ମଚାରୀ ବୁଥରେ ପହଞ୍ଚିନଥିବା ହେତୁ ଏକ ବଡଧରଣର ଅଘଟଣରୁ ବଞ୍ଚିଯାଇଥିବା ଜଣାପଡିଛି ।
ତେବେ ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାୟୀ, ପେଟ୍ରୋଲ କିମ୍ବା କିରାସିନି ଲଗାଇ ନିଆଁ ଲଗାଯାଇଥିବା ସନ୍ଦେହ କରିଛନ୍ତି ।