ETV Bharat / bharat

ଷଷ୍ଠ ପର୍ଯ୍ୟାୟ ଡିଡିସି ନିର୍ବାଚନ, ଆରମ୍ଭ ହେଲା ମତଦାନ - ଡିଡିସି ନିର୍ବାଚନ

ଜମ୍ମୁ କାଶ୍ମୀରରେ ଡିଡିସି ନିର୍ବାଚନର ଆଜି ହେଉଛି ଷଷ୍ଠ ପର୍ଯ୍ୟାୟ ମତଦାନ । ମୋଟ 31ଟି ଆସନ ପାଇଁ ହେଉଛି ଭୋଟ ଗ୍ରହଣ । ସକାଳୁ ସକାଳୁ କୋଭିଡ ନିୟମ ମାନି ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର । ଅଧିକ ପଢନ୍ତୁ...

ଜମ୍ମୁ ଓ କାଶ୍ମୀରରେ ଷଷ୍ଠ ପର୍ଯ୍ୟାୟ ଡିଡିସି ନିର୍ବାଚନ, ମତଦାନ ଆରମ୍ଭ

author img

By

Published : Dec 13, 2020, 8:19 AM IST

Updated : Dec 13, 2020, 8:38 AM IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଚାଲିଥିବା ଡିଡିସି ନିର୍ବାଚନର ଆଜି ହେଉଛି ଷଷ୍ଠ ପର୍ଯ୍ୟାୟ ମତଦାନ । ସକାଳୁ ଆରମ୍ଭ ହୋଇଯାଇଛି ଭୋଟ ଗ୍ରହଣ । ମୋଟ 31ଟି ଆସନ ପାଇଁ ଭୋଟ ଗ୍ରହଣ ହେଉଛି । କୋଭିଡ ନିୟମ ମାନି ମତଦାନ କରୁଛନ୍ତି ମତଦାତା ।

ଷଷ୍ଠ ପର୍ଯ୍ୟାୟ ଡିଡିସି ନିର୍ବାଚନ, ଆରମ୍ଭ ହେଲା ମତଦାନ

ଏହି ନିର୍ବାଚନରେ କାଶ୍ମୀର ଡିଭିଜନରୁ 14 ଆସନ ଓ ଜମ୍ମୁ ଡିଭିଜନରୁ 17ଟି ଆସନ ପାଇଁ ମତଦାନ ହେଉଛି । ଯେଉଁଥିରେ 124 ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।

ଏଥର ନିର୍ବାଚନରେ 7,24,301 ଭୋଟର ନିଜ ମତ ସାବ୍ୟସ୍ତ କରିବେ । ଯେଉଁଥିରେ 3,57,869 ଜଣ ହେଉଛନ୍ତି ମହିଳା ଭୋଟର । ଏଥିପାଇଁ କାଶ୍ମୀରରେ 1208 ଓ ଜମ୍ମୁରେ 863 ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 13, 2020, 8:38 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.