ମୁମ୍ବାଇ: AIMIM ନେତା ଓ୍ବାରିସ ପଠାନଙ୍କ ବିବାଦିତ ବୟାନ ପରେ ରାଜନୈତିକ ମାହୋଲ ସରଗରମ ରହିଛି । ଶିବସେନା ନେତା ଚନ୍ଦ୍ରକାନ୍ତ ଖେରେ ଓ ରାଜ୍ୟମନ୍ତ୍ରୀ ଅବଦୁଲ ସତ୍ତାର ଓ୍ବାରିସଙ୍କୁ କଡା ସମାଲୋଚନା କରିଛନ୍ତି ।
ଅନ୍ୟପକ୍ଷେ ଓ୍ବାରିସ ପଠାନ ଦେଶ ତଥା ମହାରାଷ୍ଟ୍ରର ମାହୋଲକୁ ବିଗାଡିବାକୁ ଚାହୁଁଥିବା କହିଛନ୍ତି ଶିବସେନା ନେତା ଚନ୍ଦ୍ରକାନ୍ତ ଖେରେ । ବର୍ତ୍ତମାନ ରାଜ୍ୟରେ ଠାକରେ ସରାକର ଥିବା ବେଳେ ଘଟଣାକୁ ଗମ୍ଭୀରତାର ସହ ନିଆଯିବ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।
ଅନ୍ୟପକ୍ଷେ ଓ୍ବାରିସ ପଠାନଙ୍କ ବୟାନର ଭୁଲ ମାନେ ବାହାର କରାଯାଉଥିବା AIMIMର ରାଜ୍ୟ ଅଧ୍ୟକ୍ଷ ଇମତିୟାଜ ଜଲିଲ ପ୍ରତିକ୍ରିୟା ଦେଇଛନ୍ତି । AIMIM କୌଣସି ବି ପ୍ରକାର ଜାତିବାଦ କରେନାହିଁ ବୋଲି ସେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ