ETV Bharat / bharat

ନିର୍ବାଚନୀ ହିଂସା: ପରସ୍ପରକୁ ଠେଙ୍ଗାରେ ନିର୍ଘାତ ପିଟିଲେ କଂଗ୍ରେସ-ବାମଦଳ ସମର୍ଥକ - lathi attack

ବିଜେପି ସରକାରକୁ 2019 ନିର୍ବାଚନରେ ଗାଦିଚ୍ୟୁତ କରିବାକୁ ହାତ ମିଳାଇଥିଲେ କଂଗ୍ରେସ ଏବଂ ବାମଦଳ। ଏପରିକି ମେଣ୍ଟ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ସେମାନଙ୍କର ମଧ୍ୟରେ ଥିବା ବୁଝାମଣା ଏବଂ ପାରସ୍ପରିକ ସହଯୋଗ କେତେ ସୁଦଢ ତାହା କେରଳରେ ଘଟିଯାଇଥିବା ନିର୍ବାଚନୀ ହିଂସାରୁ ସ୍ପଷ୍ଟ ହୋଇଯାଇଛି।

ଡିଜାଇନ ଫଟୋ
author img

By

Published : Apr 22, 2019, 1:04 PM IST

Updated : Apr 22, 2019, 1:12 PM IST

ତିରୁଅନନ୍ତପୁରମ୍‌: କେରଳରେ ମହାଗଠବନ୍ଧନର ଦୁଇ ପ୍ରମୁଖ ଅଂଶୀଦାର ଦଳଙ୍କ ମଧ୍ୟରେ ଦେଖିବାକୁ ମିଳିଛି ରକ୍ତାକ୍ତ ସଂଘର୍ଷ । ତୃତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରାଜ୍ୟର କୋଲାମ ସଂସଦୀୟ କ୍ଷେତ୍ରରେ ଦେଖିବାକୁ ମିଳିଛି ନିର୍ବାଚନ ହିଂସା । ଏହି ଲୋକସଭା ନିର୍ବାଚନମଣ୍ଡଳୀ ଅଧିନସ୍ଥ ପୋୟାପାଲ୍ଲୀ ଠାରେ ପରସ୍ପରକୁ ଆକ୍ରମଣ କରିଛନ୍ତି ବାମଦଳ ଏବଂ କଂଗ୍ରେସ ସମର୍ଥକ।

କୋଲାମ ସଂସଦୀୟ କ୍ଷେତ୍ର ପାଇଁ ଆସନ୍ତାକାଲି 23 ତାରିଖ ତୃତୀୟ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି । ଗତ ରବିବାର 21 ତାରିଖ ଥିଲା ପ୍ରଚାରର ଶେଷ ଦିନ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଚାଲିଥିବା ସମୟରେ ବାମମେଣ୍ଟ ଏବଂ କଂଗ୍ରେସ ନେତୃତ୍ବାଧିନ ମେଣ୍ଟର ସମର୍ଥକଙ୍କ ମଧ୍ୟରେ ମୁହାମୁହିଁ ହୋଇଥିଲା।

ଭିଡିଓ ସୌଜନ୍ୟ: ଟ୍ୱିଟର@ANI

ଏହା ପରେ ପରିସ୍ଥିତି ହୋଇପଡିଥିଲା ଅଣାୟତ। ଉଭୟ ଗୋଷ୍ଠୀର ସମର୍ଥକଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ରକ୍ତାକ୍ତ ସଂଘର୍ଷ। ଯିଏ ଯାହାକୁ ଦେଖିଲେ ସେ ତାହାକୁ ପିଟିଥିଲା । ହାତରେ ଠେଙ୍ଗାବାଡି ପରସ୍ପରକୁ ନିର୍ଘାତ ମାଡ ମାରିଥିଲେ ମେଣ୍ଟର ସମର୍ଥକ। ଏଭଳି ନିର୍ଘାତ ପ୍ରହାର ଖାଇଥିବା ଲୋକ ମଧ୍ୟ ଘଟଣାସ୍ଥଲରୁ ବାହାରିଯିବାକୁ ବାଟ ପାଇନଥିଲେ। ଦେଖୁଦେଖୁ ପ୍ରଚାର ମୈଦାନ ପାଲଟି ଯାଇଥିଲା ରଣକ୍ଷେତ୍ର।

  • #WATCH Kerala: Left Democratic Front (LDF) and United Democratic Front (UDF) workers clash in Pooyappally, Kollam on the last day of campaigning for Lok Sabha elections in the state. (21.4.19) pic.twitter.com/bSSelsm9Zo

    — ANI (@ANI) April 22, 2019 " class="align-text-top noRightClick twitterSection" data=" ">

ଏହି ଆକ୍ରମଣର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ମହାଗଠବନ୍ଧନରେ ସାମିଲ ଥିବା ଏହି ଦୁଇ ପ୍ରମୁଖ ଅଂଶୀଦାର ଦଳ ମଧ୍ୟରେ ଏକତା ଏବଂ ପାରସ୍ପରିକ ବୁଝାମଣା କେତେ ସୁଦୃଢ ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇଯାଇଛି।

Intro:Body:

blank

Conclusion:
Last Updated : Apr 22, 2019, 1:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.